1. କୃଷି ଖବର

ଖାଇବା ତେଲର ଆମଦାନି ଶୁଳ୍କ ୭.୫% ଯାଏଁ କମିଲା

ଦେଶରେ ଖାଇବା ତେଲ ଦରବୃଦ୍ଧି ଖାଉଟିଙ୍କୁ ଅସ୍ତବ୍ୟସ୍ତ କରି ପକାଇଲାଣି। ଲଗାତାର ଗତ କିଛିମାସ ହେଲା ଦେଶରେ ଖାଇବା ତେଲ ଦର ବଢ଼ିବାରେ ଲାଗିଛି। ବିଳମ୍ବରେ ହେଲେ ମଧ୍ୟ ସରକାର କେତେକ ତେଲର ଆମଦାନି ଶୁଳ୍କ ହ୍ରାସ କରିଛନ୍ତି।

Sugyan Kumar Nayak
Sugyan Kumar Nayak

ଦେଶରେ ଖାଇବା ତେଲ ଦରବୃଦ୍ଧି ଖାଉଟିଙ୍କୁ ଅସ୍ତବ୍ୟସ୍ତ କରି ପକାଇଲାଣି। ଲଗାତାର ଗତ କିଛିମାସ ହେଲା ଦେଶରେ ଖାଇବା ତେଲ ଦର ବଢ଼ିବାରେ ଲାଗିଛି। ବିଳମ୍ବରେ ହେଲେ ମଧ୍ୟ ସରକାର କେତେକ ତେଲର ଆମଦାନି ଶୁଳ୍କ ହ୍ରାସ କରିଛନ୍ତି। ଏହା ଖାଉଟିଙ୍କୁ ଦରବୃଦ୍ଧିରୁ କିଛିଟା ଆଶ୍ବସ୍ତି ଦେବବୋଲି ଆଶା କରାଯାଉଛି। ବିଶ୍ବର ସବୁଠୁ ଅଧିକ ଖାଇବା ତେଲ ଆମଦାନି କରୁଥିବା ରାଷ୍ଟ୍ର ଭାରତରେ ଏହା ଦ୍ବାରା ଆନ୍ତର୍ଜାତୀୟ ବଜାରରୁ ଅଧିକ ତେଲ କିଣିବ ବୋଲି ଆକଳନ କରାଯାଉଛି। ଫଳରେ ଭାରତରେ ତୈଳ ଯୋଗାଣରେ ଉନ୍ନତି ଆସିବ।

ସରକାର କ୍ରିୟୁଡ ପାମ୍‌ ଅଏଲ ବା ତାଳ ତେଲ ଉପରେ ମୂଳ ଆମଦାନି ଶୁଳ୍କକୁ ୧୦%ରୁ ୨.୫%କୁ କମାଇଛନ୍ତି। ସେହିଭଳି କ୍ରିୟୁଡ ସୋୟାବିନ ଏବଂ କ୍ରିୟୁଡ ସୂର୍ଯ୍ୟମୁଖୀ ତେଲର ଆମଦାନି ଶୁଳ୍କ ୭.୫%ରୁ ୨.୫%କୁ ହ୍ରାସ କରିଛନ୍ତି। ଏଥିସହିତ ‌ରିଫାଇନ ପାମ, ସୋୟାବିନ ଏବଂ ସୂର୍ଯ୍ୟମୁଖୀ ତେଲର ମୂଳ ଆମଦାନି ଶୁଳ୍କ ୩୭.୫ ପ୍ରତିଶତରୁ ୩୨.୫ ପ୍ରତିଶତକୁ କମାଯାଇଛି। ତେଣୁ ଆମଦାନି ଶୁଳ୍କକୁ ସରକାର ୭.୫ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିଛନ୍ତି। କ୍ରିୟୁଡ ପାମ୍‌, ସୋୟାବିନ ଏବଂ ସୂର୍ଯ୍ୟମୁଖୀ ତେଲର ଶୁଳ୍କ ହ୍ରାସ ପରେ ଏହା ଉପରେ ଟିକସ ପରିମାଣ ୨୪.୭୫ ପ୍ରତିଶତ ରହିବ। ସେହିଭଳି ରିଫାଇନ ପାମ, ସୋୟାବିନ ଏବଂ ସୂର୍ଯ୍ୟମୁଖୀ ତେଲ ଉପରେ ମୋଟ ଟିକସ ୩୫.୭୫ ପ୍ରତିଶତ ରହିବ। ଭାରତ ଏହାର ମୋଟ ଖାଇବା ତେଲ ଆବଶ୍ୟକତାର ଦୁଇ ତୃତୀୟାଂଶ ଆମଦାନି ମାଧ୍ୟମରେ ପୂରଣ କରିଥାଏ। ଗତ କିଛି ମାସ ହେଲା ଖାଇବା ତେଲ ଦାମ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ଭାରତ ମୁଖ୍ୟତଃ ଇଣ୍ଡୋନେସିଆ, ମାଲେସିଆରୁ ଆମଦାନି କରୁଥିବାବେଳେ ସୋୟାବିନ ଏବଂ ସୂର୍ଯ୍ୟମୁଖୀ ତେଲ ଆର୍ଜେଣ୍ଟିନା, ୟୁକ୍ରେନ ଏବଂ ରୁଷିଆରୁ ଆମଦାନି କରିଥାଏ।

ପାର୍ବଣ ସମୟରେ ଦେଶରେ ତେଲ ଚାହିଦା ଅଧିକ ରହିଥାଏ। ଏହା ପୂର୍ବରୁ ସରକାର ଆମଦାନି ଶୁଳ୍କ ହ୍ରାସ କରିଥିବାରୁ ଦର କିଛିଟା କମିବ ବୋଲି ଜି ଜି ପଟେଲ ଆଣ୍ଡ ନିଖିଳ ରିସର୍ଚ୍ଚ କମ୍ପାନିର ଏମଡି ଗୋବିନ୍ଦଭାଇ ପଟେଲ କହିଛନ୍ତି। ସରକାର ଉପରୋକ୍ତ ତିନି ପ୍ରକାର ଖାଇବା ତେଲର ଆମଦାନି ଶୁଳ୍କ ହ୍ରାସ କରିଥିଲେ ମଧ୍ୟ ସୋରିଷ ତେଲର ଆମଦାନି ଶୁଳ୍କକୁ ୩୮.୫ ପ୍ରତିଶତରେ ସ୍ଥିର ରଖାଯାଇଛି ବୋଲି ସଲଭେଣ୍ଟ ଏକ୍ସଟ୍ରାକ୍ଟର୍ସ ଆସୋସିଏସନ ଅଫ୍ ଇଣ୍ଡିଆର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ବି ବି ମେହେଟ୍ଟା କହିଛନ୍ତି। ଏହି ତେଲର ଶୁଳ୍କକୁ ମଧ୍ୟ କମାଇବାର ଆବଶ୍ୟକତା ଥିଲା। କାରଣ ଗତ ବର୍ଷକ ମଧ୍ୟରେ ସୋରିଷ ତେଲ ଦାମ ପାଖାପାଖି ଦୁଇଗୁଣା ହୋଇଯାଇଛି। ସରକାର ଖାଇବା ତେଲର ମୌଳିକ ଆମଦାନି ଶୁଳ୍କରେ ଯେଉଁ ହ୍ରାସ ଘଟିଛନ୍ତି ତାହାର ପୂରା ଲାଭ ଗ୍ରାହକଙ୍କୁ ମିଳିଲେ କିଲୋ ପିଛା ତେଲ ଦାମ ୪ରୁ ୫ ଟଙ୍କା ପର୍ଯ୍ୟନ୍ତ କମିପାରେ। ଖାଇବା ତେଲ ଶିଳ୍ପ ସଂଘ ସଲଭେଣ୍ଟ ଏକ୍ସଟ୍ରାକ୍ଟର୍ସ ଆସୋସିଏସନ ଅଫ୍ ଇଣ୍ଡିଆର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ବି ବି ମେହେଟ୍ଟା କହିଛନ୍ତି। ବ୍ୟବସାୟୀମାନେ ଟିକସ ହ୍ରାସର କିଛି ଲାଭ ନିଜ ପାଖରେ ରଖିଲେ ଦାମ ୨ରୁ ୩ ଟଙ୍କା ପର୍ଯ୍ୟନ୍ତ କମିପାରେ। ସଲଭେଣ୍ଟ ଏକ୍ସଟ୍ରାକ୍ଟର୍ସ ଆସୋସିଏନ ଅଫ୍ ଇଣ୍ଡିଆର ଇଡି ବି ବି ମେହେଟ୍ଟାଙ୍କ ସୂଚନା ଅନୁଯାୟୀ ବର୍ତ୍ତମାନର ଶୁଳ୍କ ଏବଂ ଟଙ୍କାର ବିନିମୟ ମୂଲ୍ୟ ହିସାବକୁ ନିଆଗଲେ କ୍ରିୟୁଡ ସୋୟାବିନ ତେଲ ଦର ଟନ ପିଛା ୬୭.୫୪ ଡଲାରକୁ ଆସିପାରେ। କ୍ରିୟୁଡ ପାମ୍ ତେଲ ଦର ଟନ୍ ପିଛା ୫୬.୫୯ ଡଲାର ଏବଂ ରିଫାଇନ ପାମ୍ ତେଲ ଦାମ ଟନ ପିଛା ୫୮.୫୨ ଡଲାର କୁ କମିପାରେ।

ଖାଇବା ତେଲ ଏବଂ ତୈଳବୀଜ ମହଜୁଦକାରୀଙ୍କ ବିରୋଧରେ ସରକାର କଠୋର ହେବା ପାଇଁ ନିଷ୍ପତ୍ତି ନେଇଛନ୍ତି। କାହାରି ପାଖରେ ଯେଭଳି ଖାଇବା ତେଲ କିମ୍ବା ତୈଳବୀଜ ଅଯଥା ମହଜୁଦ ନରହେ ସେଥିପାଇଁ କେନ୍ଦ୍ର ଖାଦ୍ୟ ସଚିବ ସୁଧାଂଶୁ ପାଣ୍ଡେ ଶୁକ୍ରବାର ରାଜ୍ୟର ଅଧିକାରୀମାନଙ୍କ ସହିତ ଦୀର୍ଘସମୟ ଧରି ଏକ ବୈଠକ କରିଛନ୍ତି। ଷ୍ଟକିଷ୍ଟ ଏବଂ ମିଲରମାନଙ୍କ ନିକଟରେ କେତେ ତେଲ ଏବଂ ତୈଳବୀଜ ରହିଛି ତାହାର ତଥ୍ୟ ଅପଡେଟ୍ କରିବାକୁ ବୈଠକରେ କୁହାଯାଇଛି। ଷ୍ଟକିଷ୍ଟ ଏବଂ ମିଲରମାନେ ରଖିଥିବା ତେଲ ଏବଂ ତୈଳବୀଜ ତଥ୍ୟକୁ ଅପଡେଟ କରିବେ। ସେମାନଙ୍କ ବ୍ୟବସାୟ ପ୍ରତିଷ୍ଠାନରେ ଦାମର ତାଲିକା ଲଗାଇବେ।

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments