1. କୃଷି ଖବର

ଜରୁରୀ ପୋଷକ ତତ୍ତ୍ୱରେ ଭରପୂର ମିଲେଟ

ମିଲେଟ(Millet) ଯାହାକୁ ହିନ୍ଦୀରେ ମୋଟା ଅନାଜ କୁହାଯାଏ (ବାଜ୍ରା, ଜୋୱାର, କାଙ୍ଗନି, ରାଗି ଇତ୍ୟାଦି) । ଏଗୁଡ଼ିକ ପୁଷ୍ଟିକର(Nutrient) ଶସ୍ୟ ଯାହା ଫାଇବର, ମିନେରାଲ୍ସ ଏବଂ ଅନ୍ୟାନ୍ୟ ଜରୁରୀ ପୋଷକ ତତ୍ତ୍ୱରେ ଭରପୂର ଅଟେ ।

Tanushree Mahapatra
Tanushree Mahapatra
Importance of millets

Importance of millets

ମିଲେଟ(Millet) ଯାହାକୁ ହିନ୍ଦୀରେ ମୋଟା ଅନାଜ କୁହାଯାଏ (ବାଜ୍ରା, ଜୋୱାର, କାଙ୍ଗନି, ରାଗି ଇତ୍ୟାଦି) । ଏଗୁଡ଼ିକ ପୁଷ୍ଟିକର(Nutrient) ଶସ୍ୟ ଯାହା ଫାଇବର, ମିନେରାଲ୍ସ ଏବଂ ଅନ୍ୟାନ୍ୟ ଜରୁରୀ ପୋଷକ ତତ୍ତ୍ୱରେ ଭରପୂର ଅଟେ । ମିଲେଟଗୁଡିକ ପ୍ରାୟତଃ ବିଭିନ୍ନ ଖାଦ୍ୟରେ ବ୍ୟବହୃତ ହୋଇଥାଏ ଏବଂ ଏହା ଦଲିଆ, ବ୍ରେଡ଼ ଏବଂ ବିଭିନ୍ନ ସାଇଡ୍ ଡିସ ଭାବରେ ମଧ୍ୟ ବ୍ୟବହାର କରାଯାଇଥାଏ ।

ମିଲେଟର ଉତ୍ପାଦନ ବିଶ୍ୱର ବିଭିନ୍ନ ଦେଶରେ କରାଯାଇଥାଏ । କରୋନା ମହାମାରୀ ପରେ ଅନେକ ପରିବର୍ତ୍ତନ ହୋଇଛି । ଆମର ଖାଦ୍ୟ ଏବଂ ଜୀବନଶୈଳୀ ବିଷୟରେ ଆମେ ପୂର୍ବ ଅପେକ୍ଷା ବର୍ତ୍ତମାନ ଅଧିକ ସଚେତନ ହୋଇଯାଇଛେ । ଫାଷ୍ଟଫୁଡ୍ ଏବଂ ପ୍ୟାକ୍ ହୋଇଥିବା ଖାଦ୍ୟ ବଦଳରେ ଏବେ ସୁପରଫୁଡ୍ ବିଷୟରେ ଆଲୋଚନା ହେଉଛି । ସୁପରଫୁଡ୍ ହେଉଛି ପୁଷ୍ଟିକର ଘନ ଶସ୍ୟ, ଯାହାକୁ ଶ୍ରୀଅନ୍ନ କିମ୍ବା ମିଲେଟସ୍ ମଧ୍ୟ କୁହାଯାଏ ।

ଭାରତର ଦାବି ଅନୁଯାୟୀ ମିଳିତ ଜାତିସଂଘ ୨୦୨୩କୁ 'ଅନ୍ତର୍ଜାତୀୟ ମିଲେଟ ବର୍ଷ'(International Year of Millet-2023) ଭାବରେ ଘୋଷଣା କରିଥିଲେ ​​ଏବଂ ଭାରତର ଏହି ଚାହିଦାକୁ ବିଶ୍ୱ ପାଖାପାଖି ୭୨ଟି ଦେଶ ସମର୍ଥନ ଜଣାଇଥିଲେ ।  ୨୦୨୧ ମାର୍ଚ୍ଚରେ ଆୟୋଜିତ ମିଳିତ ଜାତିସଂଘର ସାଧାରଣ ବୈଠକରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଅନୁସାରେ ୨୦୨୩କୁ 'ଆନ୍ତର୍ଜାତୀୟ ମିଲେଟ୍ ବର୍ଷ' ଭାବରେ ଘୋଷଣା କରିବାକୁ ନିଷ୍ପତ୍ତି ନିଆଯାଇଛି। ମିଳିତ ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ (FAO) କିଛି ଦିନ ପୂର୍ବରୁ ଇଟାଲୀର ରୋମରେ 'ଆନ୍ତର୍ଜାତୀୟ ବର୍ଷ ମିଲେଟ୍-୨୦୨୩ (IYM-2023)' ଆରମ୍ଭ କରିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନେକ ଫୋରମରୁ ମିଲେଟ ଖାଦ୍ୟକୁ ଜୋର୍ ଦେଇ ଆସିଛନ୍ତି । ସୁପରଫୁଡ୍ ଏକ ନୂତନ ଉଦ୍ଭାବନ ନୁହେଁ । ଏଗୁଡ଼ିକ ହେଉଛି ସମାନ ଶସ୍ୟ ଯାହା ଆମ ପିତୃପୁରୁଷ ଖାଇଆସୁଥିଲେ ଯେପରିକି ମାଣ୍ଡିଆ ଜୋୱାର, ବାଜରା, ରାଗି, ସାୱାନ୍, କାଙ୍ଗନି, ଚେନା, କୋଡୋ, କୁଟକି ଏବଂ କୁଟୁ ଇତ୍ୟାଦି ।

ଚାଲ ଏହି ଶସ୍ୟ ଗୁଡ଼ିକ ବିଷୟରେ ଟିକିଏ ଅଧିକ ଜାଣିବା । ଏହି ଶସ୍ୟଗୁଡିକୁ ୨ ଭାଗରେ ବିଭକ୍ତ କରାଯାଇଥାଏ – ବଡ଼ ଦାନାଯୁକ୍ତ ଶସ୍ୟ ଓ ଛୋଟ ଦାନାଯୁକ୍ତ ଶସ୍ୟ । ଜୋୱାର ଏବଂ ବାଜରା ବଡ଼ ଦାନାଯୁକ୍ତ ଖାଦ୍ୟ ସଶ୍ୟ । କ୍ଷୁଦ୍ର-ଶସ୍ୟ ଶସ୍ୟରେ ରାଗି, କଙ୍ଗନି, କୋଡୋ, ଚେନା, ସାୱା ଏବଂ କୁଟକି ଅନ୍ତର୍ଭୁକ୍ତ । ଚାଉଳ ଏବଂ ଗହମର ଯେତେ ଆମ ଦୈନନ୍ଦିନ ଖାଦ୍ୟରେ ଗ୍ରହଣୀୟ ହୋଇ ଚାଲିଲା ସେତିକି ଏହି ମାଣ୍ଡିଆ ଆମ ଖାଇବା ଥାଳିରୁ ଗାଏବ ହେବାରେ ଲାଗିଲା । କିନ୍ତୁ, ବର୍ତ୍ତମାନ ମିଲେଟକୁ ମୁଖ୍ୟ ସ୍ରୋତକୁ ଫେରାଇ ଆଣିବା ପାଇଁ ଜୋରଦାର ପ୍ରୟାସ କରାଯାଉଛି | ମିଳିତ ଜାତିସଂଘ ୨୦୨୩ ବର୍ଷକୁ 'ଆନ୍ତର୍ଜାତୀୟ ମିଲେଟ ବର୍ଷ' ଭାବରେ ଘୋଷଣା କରିଛି।

ବାସ୍ତବରେ, ଗ୍ଲାଇସେମିକ୍ ଇଣ୍ଡେକ୍ସ ମିଲେଟରେ କମ୍ ପରିମାଣରେ ଥାଏ । ସାଧାରଣତଃ ମିଲେଟ୍ ଖାଦ୍ୟ ଶରୀରରେ ରକ୍ତ ସର୍କରା ସ୍ତରକୁ ନିୟନ୍ତ୍ରିତ କରିଥାଏ । ତେଣୁ ଏହି ଶ୍ରୀଅନ୍ନକୁ ହୃଦୟର ବନ୍ଧୁ ବୋଲି ମଧ୍ୟ କୁହାଯାଏ ।ଏହା କୋଲେଷ୍ଟ୍ରଲ କମ୍ କରିବାରେ ସହାୟକ ହୋଇଥାଏ । ଏଥି ସହ ଏହା ଆମ ଶରୀରର ପାଚନ ପ୍ରକ୍ରିୟାକୁ ସକ୍ରିୟ କରିଥାଏ । ଏହି କ୍ଷେତ୍ରରେ, ଓଜନ ହ୍ରାସ କରିବାରେ ମଧ୍ୟ ଏହା ସହାୟକ ହୋଇଥାଏ ।

ମିଲେଟ ଏପରି ଏକ ଶସ୍ୟ ଯାହା ବିଶ୍ୱର ଅନେକ ସ୍ଥାନରେ ଏହାର ଚାଷ କରାଯାଇଥାଏ । ବିଶେଷ ଭାବରେ ଶୁଷ୍କ ଅଞ୍ଚଳ(ଯେଉଁଠି ଅନ୍ୟ ଶସ୍ୟ ଉତ୍ପାଦନ ସମ୍ଭବପର ହୋଇନଥାଏ ) ସେପରି ସ୍ଥାନରେ ଏହି ଫସଲ କରାଯିବା ସମ୍ଭବପର ହୋଇଥାଏ । ମିଳିତ ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ (FAO) ର ତଥ୍ୟ ଅନୁଯାୟୀ, ମିଲେଟର ମୁଖ୍ୟ ଉତ୍ପାଦକ ଭାରତ, ଚୀନ୍, ନାଇଜର, ଆଫ୍ରିକା, ନାଇଜେରିଆ, ଋଷ, ଆମେରିକା ଅନ୍ତର୍ଭୁକ୍ତ। କଠିନ ଶସ୍ୟର ଉତ୍ପାଦନ ବର୍ଷକୁ ବର୍ଷ ବୃଦ୍ଧି ପାଉଛି, ୨୦୨୧ ମସିହାରେ ମୋଟ ଶସ୍ୟର ଉତ୍ପାଦନ ୪୫ ନିୟୁତ ଟନ୍ ଥିଲା । ତେବେ ବଢିଛି ଏବେ ମିଲେଟ ଚାହିଦା l

ପିଜୁଳି ଚାଷ ନଷ୍ଟରେ କାରଣ ସାଜୁଛି କି ଝାଉଁଳା ରୋଗ ? ଜାଣନ୍ତୁ ପ୍ରତିକାର.....

ଜାଣନ୍ତୁ କ'ଣ ଏହି ଘାସ, ଯାହା ତେଲରୁ ଚାଷୀ କମାଉଛନ୍ତି ଲକ୍ଷ ଲକ୍ଷ ଟଙ୍କା

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ