1. କୃଷି ଖବର

ସ୍ବାସ୍ଥ୍ୟ କ୍ଷେତ୍ରରେ ଐତିହାସିକ ଘୋଷଣା, ଆୟୁଷ୍ମାନ ଭାରତ ଯୋଜନାରେ କିନ୍ନରମାନେ ପାଇବେ ପୂର୍ଣ୍ଣାଙ୍ଗ ସୁବିଧା

ଦେଶର ସମସ୍ତ କିନ୍ନରଙ୍କୁ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ପୂର୍ଣ୍ଣାଙ୍ଗ ସ୍ୱାସ୍ଥ୍ୟ ସେବା ସୁବିଧା ମିଳିବ ।

Shuvanshu Kar
Shuvanshu Kar
In a Landmark step, Transgender Persons to get Composite Healthcare services under Ayushman Bharat

In a Landmark step, Transgender Persons to get Composite Healthcare services under Ayushman Bharat

ସ୍ବାସ୍ଥ୍ୟ କ୍ଷେତ୍ରରେ ଐତିହାସିକ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । କିନ୍ନର(Transgender Persons) ମାନଙ୍କୁ ପୂର୍ଣ୍ଣାଙ୍ଗ ସ୍ୱାସ୍ଥ୍ୟସେବା(Composite Healthcare services ) ଯୋଗାଇ ଦେବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅଧୀନ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ (ଏନ.ଏଚ୍‌.ଏ.) ଓ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏହି ବୁଝାମଣାପତ୍ର ଫଳରେ ଦେଶର ସମସ୍ତ କିନ୍ନରଙ୍କୁ ଆୟୁଷ୍ମାନ ଭାରତ(Ayushman Bharat)-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ପୂର୍ଣ୍ଣାଙ୍ଗ ସ୍ୱାସ୍ଥ୍ୟ ସେବା ସୁବିଧା ମିଳିବ ।

ଏହି ବୁଝାମଣାପତ୍ରରେ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣର ସିଇଓ ଡକ୍ଟର ଆର୍ ଆର୍ ଶର୍ମା ଏବଂ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ବିଭାଗର ସଚିବ ଆର.ସୁବ୍ରମଣ୍ୟମ୍, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ ଏବଂ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ ଡକ୍ଟର ବୀରେନ୍ଦ୍ର କୁମାରଙ୍କ ଉପସ୍ଥିତିରେ ସ୍ୱାକ୍ଷର କରିଛନ୍ତି ।

ଏହାକୁ ଏକ ଐତିହାସିକ ଦିବସ ଭାବେ ବର୍ଣ୍ଣନା କରି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ କହିଛନ୍ତି ଯେ ବୁଝାମଣାପତ୍ର ଦେଶର କିନ୍ନର ସମୁଦାୟଙ୍କୁ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ପୂର୍ଣ୍ଣାଙ୍ଗ ସ୍ୱାସ୍ଥ୍ୟସେବା ଯୋଗାଣରେ ସହାୟକ ହେବ । ଏହା ଦ୍ୱାରା ସେମାନେ ସମାଜରେ ଉପଯୁକ୍ତ ମର୍ଯ୍ୟାଦାଜନକ ସ୍ଥାନ ପାଇପାରିବେ । ଆଜିର ଦିନଟି ମୌଳିକ ସାମାଜିକ ପରିବର୍ତ୍ତନ ପାଇଁ ସରକାରଙ୍କ ନିର୍ଣ୍ଣାୟକ ନିଷ୍ପତ୍ତିର ଏକ ସ୍ମରଣୀୟ ଦିବସ ହୋଇ ରହିବ । ଏହା ମଧ୍ୟ ସମାଜରେ ଏକ ଐତିହାସିକ ପରିବର୍ତ୍ତନ ନିମନ୍ତେ ଆଧାରଶୀଳା ଭାବେ କାର୍ଯ୍ୟ କରିବ । ଏହି ଚୁକ୍ତି ଫଳରେ କିନ୍ନରମାନେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କେବଳ ସମାନ ଅଧିକାର ପାଇବେ ନାହିଁ; ଏହା ମଧ୍ୟ ଏକାଧିକ କ୍ଷେତ୍ରରେ ସଫଳତାର ବାଟ ଦେଖାଇବ ।

ଏହି ବୁଝାମଣାପତ୍ର ମାଧ୍ୟମରେ ଦେଶର ସମଗ୍ର କିନ୍ନର ସମୁଦାୟ ସ୍ୱତନ୍ତ୍ର ସ୍ୱାସ୍ଥ୍ୟସେବା ଲାଭ ପାଇ ଉପକୃତ ହେବେ । ସେ ଆହୁରି କହିଛନ୍ତି ଯେ ସରକାର ଓ ସମାଜର ସହଯୋଗରେ ଦୁର୍ଦ୍ଦଶା ଓ ଅସୁବିଧାରେ ଥିବା ସମୁଦାୟ ମର୍ଯ୍ୟାଦାର ସହିତ ଆତ୍ମନିର୍ଭର ହୋଇପାରିବେ । କିନ୍ନରନମାନଙ୍କ ପ୍ରତି ଏକ ଭିନ୍ନ ମନୋଭାବ ସମାଜରେ ରହିଛି ଏବଂ ସେମାନେ ମୁଖ୍ୟଧାରାରୁ ଅଲଗା ହୋଇ ରହିଛନ୍ତି । ଅତଏବ ଏହି ବୁଝାମଣାପତ୍ର ଦ୍ୱାରା ସେମାନେ ପୂର୍ଣ୍ଣାଙ୍ଗ ସ୍ୱାସ୍ଥ୍ୟସେବା ସୁବିଧା ପାଇ ଅନ୍ୟମାନଙ୍କ ସହିତ ସମାନ ଅଧିକାର ଓ ସୁଯୋଗ ଉପଭୋଗ କରିବ ଏବଂ ସାମାଜିକ ପରିବର୍ତ୍ତନ ପାଇଁ ଏହି ଚୁକ୍ତି ଏକ ଆଧାରଶୀଳା ପାଲଟିବ । ଏକ ସମାବେଶୀ ସମାଜ ଗଠନ ଦିଗରେ ଏହା ଏକ ଉଲ୍ଲେଖନୀୟ ପଦକ୍ଷେପ । ଏହି ବୁଝାମଣାପତ୍ର ନୂଆଦିଲ୍ଳୀର ଡକ୍ଟର ଆମ୍ବେଦକର ଇଣ୍ଟର ନ୍ୟାଶନାଲ ସେଣ୍ଟରରେ ସ୍ୱାକ୍ଷରିତ ହେବା ଏକ ବିରଳ ସଂଯୋଗ; କାରଣ ବାବାସାହେବ ଏକ ଶ୍ରେଣୀହୀନ ସମତା ଭିତ୍ତିକ ସମାଜ ଗଠନର ପ୍ରମୁଖ ସମର୍ଥକ ଥିଲେ ବୋଲି ଡଃ ମାଣ୍ଡବୀୟ କହିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସରକାର ଅନ୍ତ୍ୟୋଦୟ ମାଧ୍ୟମରେ ସୁବିଧା ସୁଯୋଗରୁ ବଂଚିତ ଶେଷତମ ନାଗରିକର କଲ୍ୟାଣ ପାଇଁ ଅଭିପ୍ରେତ ହୋଇ କାର୍ଯ୍ୟ କରୁଛନ୍ତି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଥିଲେ । କିନ୍ନର ସମୁଦାୟଙ୍କୁ ସମସ୍ତ ପ୍ରକାର ଅଧିକାର ପ୍ରଦାନ ସହିତ ସେମାନଙ୍କ କଲ୍ୟାଣ ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ସେ ଉଲ୍ଲେଖ କରିଥିଲେ । ଏହି ସମୁଦାୟ ପାଇଁ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ ନାନାବିଧ ପଦକ୍ଷେପ ନେଉଥିବାରୁ ସ୍ୱାସ୍ଥ୍ୟମନ୍ତ୍ରୀ ତାହାକୁ ସ୍ୱାଗତ କରି ମନ୍ତ୍ରଣାଳୟକୁ ଅଭିନନ୍ଦନ ଜଣାଇଥିଲେ ।

କିନ୍ନର ସୁରକ୍ଷା ଓ ଅଧିକାର ଆଇନ ୨୦୧୯, ଗରିମା ଗୃହ, ପିଏମ୍ ଦକ୍ଷ ଭଳି ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ଆଦି ସମ୍ପୃକ୍ତ ସମୁଦାୟର କଲ୍ୟାଣ ପାଇଁ ଉଦ୍ଦିଷ୍ଟ । ପ୍ରଧାନମନ୍ତ୍ରୀଙ୍କ ‘ନୂଆ ଭାରତ’ ଲକ୍ଷ୍ୟ ହାସଲରେ ଏକ ସମାବେଶୀ ସମାଜ ଗଠନ ଗୁରୁତ୍ୱ ପାଇଛି । ତାହାକୁ ସାକାର କରିବାକୁ ସମାଜର ସବୁ ବର୍ଗ ସାହାଯ୍ୟ ସହଯୋଗ କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ଆହ୍ୱାନ ଜଣାଇଛନ୍ତି । ସେ କହିଛନ୍ତି ଯେ ସରକାର ଓ ସମାଜର ମିଳିତ ସହଯୋଗରେ ଦୁର୍ଦ୍ଦଶାଗ୍ରସ୍ତ ଓ ଅସୁବିଧାରେ ଥିବା ସମୁଦାୟ ମର୍ଯ୍ୟାଦାର ସହିତ ଆତ୍ମନିର୍ଭରଶୀଳ ହୋଇପାରିବେ । ଯେଉଁମାନେ ତୃତୀୟଲିଙ୍ଗ ବା କିନ୍ନର ସାର୍ଟିଫିକେଟ ପାଇଛନ୍ତି ସେମାନେ ଆଜିର ବୁଝାମଣାପତ୍ରର ଲାଭ ସ୍ୱରୂପ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ଲାଭ ପାଇପାରିବେ । କିନ୍ନର ପ୍ରମାଣପତ୍ର ଏଥିପାଇଁ ଉଦ୍ଦିଷ୍ଟ ଜାତୀୟ ପୋର୍ଟାଲରୁ ଉପଲବ୍ଧ ହେଉଛି । ପ୍ରତ୍ୟେକ ସାର୍ଟିଫିକେଟଧାରୀ ଅନ୍ୟାନ୍ୟ ଉଦ୍ଦିଷ୍ଟବର୍ଗଙ୍କ ଭଳି ଉନ୍ନତ ହସ୍‌ପିଟାଲରେ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ପାଇପାରିବେ । ଏହାଛଡା ସେମାନଙ୍କୁ ସେକ୍ସ ରିଆସାଇନମେଣ୍ଟ ସର୍ଜରୀ ପାଇଁ ମଧ୍ୟ ଏହି ଯୋଜନାର ଲାଭ ମିଳିବ । ଏହାଛଡା ସେମାନେ ଅନ୍ୟାନ୍ୟ କେନ୍ଦ୍ର ଓ ରାଜ୍ୟ ପ୍ରାୟୋଜିତ ଯୋଜନାର ଲାଭ ମଧ୍ୟ ଉଠାଇପାରିବେ ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ ଡକ୍ଟର ବୀରେନ୍ଦ୍ର କୁମାର କହିଛନ୍ତି ଯେ ଦୃଢ ରାଜନୀତିକ ଇଚ୍ଛାଶକ୍ତି ଯୋଗୁଁ ଦେଶରେ ଉଲ୍ଲେଖନୀୟ ପରିବର୍ତ୍ତନ ବିଭିନ୍ନ କ୍ଷେତ୍ରରେ ହୋଇଛି । ତାଙ୍କ ମନ୍ତ୍ରଣାଳୟ ଶିକ୍ଷା, ମର୍ଯ୍ୟାଦାବନ୍ତ ଜୀବନ, ସ୍ୱାସ୍ଥ୍ୟସେବା ସହାୟତା, ଜୀବିକାର୍ଜନ ପାଇଁ ସମସ୍ତଙ୍କୁ ସୁଯୋଗ ପ୍ରଦାନ ଓ ଦକ୍ଷତାବିକାଶ ଏହି ପାଞ୍ଚଟି କ୍ଷେତ୍ରରେ ସମର୍ପିତ ସେବା ଯୋଗାଇ ସମାଜରେ ପରିବର୍ତ୍ତନ ଆଣିବାକୁ କାର୍ଯ୍ୟ କରୁଛି । ଏହା ମାଧ୍ୟମରେ ସମାଜରେ ପରିବର୍ତ୍ତନ ଆଣିବାକୁ ସରାକର ଉତ୍ସର୍ଗୀକୃତ ଭାବେ କାମ କରୁଛନ୍ତି । ଏସବୁ ପଦକ୍ଷେପ ଦ୍ୱାରା ସାମାଜିକ ଦୃଷ୍ଟିରୁ ଉପେକ୍ଷିତ ଓ ବଞ୍ଚିତତ ବର୍ଗର ଲୋକମାନେ ମର୍ଯ୍ୟାଦାର ସହ ବଞ୍ଚିବାର ସୁଯୋଗ ସୁବିଧା ପାଇବେ ବୋଲି ସେ କହିଛନ୍ତି ।

ରାଜ୍ୟ ସ୍ତରରେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ସଫଳ ରୂପାୟନ ପାଇଁ ହାର୍ଡୱେର ନିର୍ଦ୍ଦେଶାବଳୀ ଜାରି

ସହଜରେ ମିଳିବ ସ୍ବାସ୍ଥ୍ୟ ସୂଚନା, ସରକାର ଆଣିଲେ ‘ଆଭା’ ମୋବାଇଲ ଆପ୍

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments