News

ସାଧାରଣ ବଣ୍ଟନ ବ୍ୟବସ୍ଥା କ୍ଷେତ୍ରରେ ସରକାରୀ ସହାୟତା ବୃଦ୍ଧି

କଂଟ୍ରୋଲ ଡିଲର ମାନଙ୍କୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ , ୨୦୧୩ ଅଧୀନରେ ବିଜ୍ଞପ୍ତି ତାରିଖ ୨୩ ମେ ୨୦୨୨ ଅନୁସାରେ ପ୍ରଦାନ କରା ଯାଉଥିବା କେନ୍ଦ୍ରୀୟ ସହାୟତାର ନିୟମରେ ସଂଶୋଧନ କରିଛନ୍ତି ।

28 May, 2022 10:39 AM IST By: Shuvanshu Kar

ଖାଦ୍ୟ ଏବଂ ସାଧାରଣ ବଂଟନ(PDS) ବିଭାଗ ରାଜ୍ୟ / କେନ୍ଦ୍ର ଶାସିତ ଅଂଚଳର ସରକାର ମାନଙ୍କୁ ଆନ୍ତଃ ରାଜ୍ୟ ଚଳାଚଳ, ଖାଦ୍ୟଶସ୍ୟର ପରିଚାଳନା ଏବଂ କଂଟ୍ରୋଲ ଡିଲର ମାନଙ୍କୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ , ୨୦୧୩ ଅଧୀନରେ ବିଜ୍ଞପ୍ତି ତାରିଖ ୨୩ ମେ ୨୦୨୨ ଅନୁସାରେ ପ୍ରଦାନ କରା ଯାଉଥିବା କେନ୍ଦ୍ରୀୟ ସହାୟତାର ନିୟମରେ ସଂଶୋଧନ କରିଛନ୍ତି ।

୧ ଏପ୍ରିଲ୍ ୨୦୨୨ ଠାରୁ ସେହି ସବୁ ରାଜ୍ୟ/ କେନ୍ଦ୍ର ଶାସିତ ଅଂଚଳର ସରକାରଙ୍କ ପାଇଁ ଏହା ଲାଗୁ ହେବ, ଯେଉଁମାନେ ଧାରା ୧୨ରେ ଉଲ୍ଲେଖ କରା ଯାଇଥିବା ପରିବର୍ତନ/ ସଂସ୍କାର ଗୁଡିକର ଏବଂ କେନ୍ଦ୍ର ସରକାରଙ୍କ ଦ୍ୱାରା ସମୟାନ୍ତରରେ ପ୍ରଦାନ କରାଯାଉଥିବା ନିର୍ଦ୍ଦେଶାବଳୀ ଗୁଡିକର ଅନୁପାଳନ କରୁଥିବେ ।

ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‌(national food security act), ୨୦୧୩ ଅଧୀନରେ ରାଜ୍ୟ/ କେନ୍ଦ୍ର ଶାସିତ ଅଂଚଳର ସରକାର ମାନଙ୍କ ପାଇଁ ଆନ୍ତଃ ରାଜ୍ୟ ପରିବହନ, କଂଟ୍ରୋଲ ଡିଲର ମାନଙ୍କ ଦେୟ ବାବଦକୁ କେନ୍ଦ୍ରୀୟ ସହାୟତା ପ୍ରଦାନର ବ୍ୟବସ୍ଥା କରିଛନ୍ତି । ଯାହା ଦ୍ୱାରା ଏହି ମୂଲ୍ୟ ଗୁଡିକ ଅଧିକ ଦର ଭାବରେ ହିତାଧିକାରୀ ମାନଙ୍କ ଉପରକୁ ଯିବ ନାହିଁ ଏବଂ ଏହି ଆଇନ୍ ଅଧୀନରେ ସ୍ଥିର କରା ଯାଇଥିବା ଦର ସବୁ ସ୍ଥାନରେ ସମାନ ରଖା ଯାଇପାରିବ । ଏହି ସବୁ ନିୟମ ଗୁଡିକ ପ୍ରଥମେ ୨୦୧୫ ମସିହାରେ ସ୍ଥିର କରା ଯାଇଥିଲା ।

କେନ୍ଦ୍ରୀୟ ସହାୟତାର ଏହି ନିୟମ ଗୁଡିକ ଏନ୍‌ଏଫ୍‌ଏସ୍‌ଏ ଆଇନ୍‌, ୨୦୧୩ ଲାଗୁ ହେବାର ୩ ବର୍ଷ ପରେ ପୁନର୍ବାର ଅବଲୋକନ କରାଯିବାର ବ୍ୟବସ୍ଥା ରହିଥିଲା । ନିୟମ ଗୁଡିକ ଅର୍ଥନୈତିକ ବ୍ୟାପାର ଉପରେ ଥିବା କ୍ୟାବିନେଟ୍ କମିଟିର ଅନୁମୋଦନ କ୍ରମେ ସଂଶୋଧିତ ହୋଇଛି ।

ଓଡ଼ିଶାର ରାସନ କାର୍ଡଧାରୀଙ୍କ ପାଇଁ ଖୁସି ଖବର! ମୁଖ୍ୟମନ୍ତ୍ରୀ କଲେ ଏହି ବଡ଼ ଘୋଷଣା,ଜାଣନ୍ତୁ..

ଗହମ ଦରବୃଦ୍ଧି ଉପରେ ସରକାରଙ୍କ ବଡ ନିଷ୍ପତ୍ତି, ରପ୍ତାନୀ ଉପରେ ଲାଗିଲା ପ୍ରତିବନ୍ଧକ

କେନ୍ଦ୍ରୀୟ ସହାୟତା ପ୍ରଦାନ କରାଯିବା ପାଇଁ ରାଜ୍ୟ/ କେନ୍ଦ୍ରଶାସିତ ଅଂଚଳ ଗୁଡିକୁ ଦୁଇ ଗୋଟି ବର୍ଗରେ ବର୍ଗୀକୃତ କରା ଯାଇଛି, ଯଥା – ସାଧାରଣ ବର୍ଗର ରାଜ୍ୟ ସମୂହ ଏବଂ ବିଶେଷ ବର୍ଗର ରାଜ୍ୟ ସମୂହ । ଉତର ପୂର୍ବ ଅଂଚଳ, ପାର୍ବତ୍ୟାଂଚଳ ଏବଂ ଦ୍ୱୀପାଂଚଳ ଗୁଡିକରେ ରହିଥିବା ରାଜ୍ୟ ଗୁଡିକ ବିଶେଷ ବର୍ଗର ରାଜ୍ୟ ମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ହୋଇଥିବା ବେଳେ ଅବଶିଷ୍ଟ ରାଜ୍ୟ/ କେନ୍ଦ୍ର ଶାସିତ ଅଂଚଳ ଗୁଡିକ ସାଧାରଣ ବର୍ଗର ରାଜ୍ୟ ଗୁଡିକ ମଧ୍ୟରେ ଅନ୍ତର୍ଭୁକ୍ତ ହୋଇଛନ୍ତି । ଉତର ପୂର୍ବ ଅଂଚଳ, ପାର୍ବତ୍ୟାଂଚଳ ଏବଂ ଦ୍ୱୀପାଂଚଳ ଗୁଡିକରେ ସାଧାରଣ ବର୍ଗର ରାଜ୍ୟ/ କେନ୍ଦ୍ର ଶାସିତ ଅଂଚଳ ଗୁଡିକ ତୁଳନାରେ ଅଧିକ କଷ୍ଟକର ଅବସ୍ଥା ରହିଥିବାରୁ ଖାଦ୍ୟଶସ୍ୟ ପ୍ରଦାନ ପ୍ରକ୍ରିୟାକୁ ବିଚାରକୁ ନିଆ ଯାଇ ଦର ବୃଦ୍ଧି ଉପରେ ବିଶେଷ ଧ୍ୟାନ ଦିଆ ଯାଇଛି । କେନ୍ଦ୍ରୀୟ ସହାୟତାର ବର୍ଦ୍ଧିତ ଦର ସମଗ୍ର ଦେଶରେ ପାଂଚ ଲକ୍ଷରୁ ଅଧିକ ସୁଲଭ ମୂଲ୍ୟର ଦୋକାନ (କଂଟ୍ରୋଲ ଦୋକାନ ) ଗୁଡିକର କାର୍ଯ୍ୟକ୍ଷମତାରେ ଉନ୍ନତି ଘଟାଇବ ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)