1. କୃଷି ଖବର

ଓଡ଼ିଶାର ରାସନ କାର୍ଡଧାରୀଙ୍କ ପାଇଁ ଖୁସି ଖବର! ମୁଖ୍ୟମନ୍ତ୍ରୀ କଲେ ଏହି ବଡ଼ ଘୋଷଣା,ଜାଣନ୍ତୁ...

ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ଼ ଘୋଷଣା କରିଛନ୍ତି । ଯାହା ଅନ୍ତର୍ଗତ ଆସନ୍ତା ୬ ମାସ ପାଇଁ ହିତାଧିକାରୀଙ୍କୁ ମାଗଣାରେ ଅତିରିକ୍ତ ୫ କିଲୋଗ୍ରାମ ଚାଉଳ ବଣ୍ଟନ କରିବାକୁ ସରକାରଙ୍କ ନିଷ୍ପତ୍ତିର ଅବଧିକୁ ହିଁ ବୃଦ୍ଧି କରାଯାଇଛି ।

Sudesna Nayak
Sudesna Nayak
naveen patnaik bet big on free ration scheme odisha govt extends it till september

naveen patnaik bet big on free ration scheme odisha govt extends it till september

ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Odisha CM Naveen Patnaik) ଏକ ବଡ଼ ଘୋଷଣା କରିଛନ୍ତି । ଯାହା ଅନ୍ତର୍ଗତ ଆସନ୍ତା ୬ ମାସ ପାଇଁ ହିତାଧିକାରୀ (Odisha Ration Card Holders) ଙ୍କୁ ମାଗଣାରେ ଅତିରିକ୍ତ ୫ କିଲୋଗ୍ରାମ ଚାଉଳ ବଣ୍ଟନ କରିବାକୁ ସରକାରଙ୍କ ନିଷ୍ପତ୍ତିର ଅବଧିକୁ ହିଁ ବୃଦ୍ଧି କରାଯାଇଛି ।

ସୂଚନା ଅନୁଯାୟୀ, ପୂର୍ବରୁ SFSSର ହିତାଧିକାରୀଙ୍କ ପାଇଁ ୫ କିଲୋଗ୍ରାମ ମାଗଣା ଚାଉଳର ଲାଭ ଡିସେମ୍ବର ୨୦୨୧ରୁ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ବର୍ତ୍ତମାନ ୟୁପି ଓ ବିହାରର ଲୋକଙ୍କ ଅପେକ୍ଷା ନବୀନ ସରକାର (Odisha CM Naveen Government) ଓଡିଶାରେ ଅଧିକ ରାସନ ଦେଉଛନ୍ତି ।

ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ଯୋଜନା ଅଧୀନରେ ପ୍ରାୟ ୮.୦୯ ଲକ୍ଷ ହିତାଧିକାରୀଙ୍କୁ ଲାଭ ମିଳିବ । ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀମାନଙ୍କୁ ଏପ୍ରିଲରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ମାଗଣାରେ ୫ କିଲୋଗ୍ରାମ ଅତିରିକ୍ତ ଚାଉଳ ମିଳିବ । ଏହି ଯୋଜନାରେ ରାଜ୍ୟ ସରକାର (Odisha Government) ୯୧.୭୦ କୋଟି ଟଙ୍କା ଅଧିକ ଖର୍ଚ୍ଚ କରିବ ।

ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ପ୍ରତ୍ୟେକ ହିତାଧିକାରୀଙ୍କୁ ଆବଣ୍ଟନ ମାସ ଏପ୍ରିଲ ୨୦୨୨ରୁ ସେପ୍ଟେମ୍ବର ୨୦୨୨ ପର୍ଯ୍ୟନ୍ତ ଅତିରିକ୍ତ ୫ କିଲୋଗ୍ରାମ ଚାଉଳ ମିଳିବ । ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ୮,୦୯ ଲକ୍ଷ ହିତାଧିକାରୀଙ୍କୁ କଭର କରାଯାଇଥାଏ । ଏଥିପାଇଁ ରାଜ୍ୟ ତରଫରୁ ୨୪,୨୭୦ ଟନ୍ ଚାଉଳ ଯୋଗାଇ ଦିଆଯିବ । ଯାହା ଅନ୍ତର୍ଗତ ରାଜ୍ୟର ନିଜସ୍ୱ ପାଣ୍ଠିରୁ ୯୧.୭୦ କୋଟି ଟଙ୍କା ଖର୍ଚ୍ଚ ହେବ ।

ସରକାର APL ରାସନ କାର୍ଡଧାରୀଙ୍କ ପରିବାରକୁ ହିଁ ମାସକୁ ୧୦ ରୁ ୨୦ କିଲୋଗ୍ରାମ ଖାଦ୍ୟ ଶସ୍ୟ ଦିଅନ୍ତି । ଯେଉଁମାନେ ଦାରିଦ୍ର ସୀମାରେଖା ତଳେ ଆସନ୍ତି ସେମାନଙ୍କୁ ହିଁ ବିପିଏଲ୍ ରାସନ କାର୍ଡ (BPL Ration Card) ଦିଆଯାଏ । ଏପରି କାର୍ଡଧାରୀଙ୍କୁ ପରିବାରର ସଦସ୍ୟ ପିଛା ୫ କିଲୋଗ୍ରାମ ହିସାବରେ ଚାଉଲ ମିଳିଥାଏ । ଅନ୍ୟପକ୍ଷରେ, ଏକାକୀ ରହୁଥିବା ଅସୁସ୍ଥ, ଭିନ୍ନକ୍ଷମ, ବିଧବା ପରି ଅତି ନିମ୍ନ ଶ୍ରେଣୀର ଲୋକଙ୍କୁ ଅନ୍ତ୍ୟେଦୟ ରାସନ କାର୍ଡ (Antyodaya Rration Card) ଦିଆଯାଏ । ଏହି ରାସନ କାର୍ଡରେ ସରକାର ୩୦ରୁ ୩୫ କିଲୋଗ୍ରାମ ରାସନ ଦିଅନ୍ତି । ବର୍ତ୍ତମାନ ୫ କିଲୋଗ୍ରାମ ଅତିରିକ୍ତ ଚାଉଳ ଦିଆଯିବ ।

UP ରେ କେତେ ମିଳେ ରାସନ ,ଜାଣନ୍ତୁ...

ଯୋଗ୍ୟ ପରିବାରକୁ ପ୍ରତି ବ୍ୟକ୍ତିଙ୍କ ପାଇଁ ୫ କିଲୋଗ୍ରାମ ଖାଦ୍ୟ ଶସ୍ୟ ଯୋଗାଇ ଦିଆଯାଏ । ଏଥିରେ ତିନି କିଲୋଗ୍ରାମ ଗହମ ଓ ଦୁଇ କିଲୋଗ୍ରାମ ଚାଉଳ ଅନ୍ତର୍ଭୁକ୍ତ ଥାଏ । ସେପଟେ ଅନ୍ତ୍ୟେଦୟ ରାସନ କାର୍ଡ (Antyodaya Rration Card) ଧାରକମାନେ ୩୫ କିଲୋଗ୍ରାମ ରାସନ ପାଆନ୍ତି । ଯେଉଁଥିରେ ୨୦ କିଲୋଗ୍ରାମ ଗହମ ଓ ୧୫ କିଲୋଗ୍ରାମ ଚାଉଳ ଦିଆଯାଏ । ଏହା ସହିତ ଲୁଣ, ତେଲ ମଧ୍ୟ ଦିଆଯାଉଛି ।

ବାତିଲ ହୋଇଯିବ ରାସନ କାର୍ଡ, ତୁରନ୍ତ ଚେକ୍ କରନ୍ତୁ ଲିଷ୍ଟରେ ଆପଣଙ୍କ ନାଁ...

ଖୁସି ଖବର ; ଏଣିକି ରାସନ କାର୍ଡ ବିନା ମାଗଣାରେ ମିଳିବ ରାସନ, ଉଠାନ୍ତୁ ଲାଭ...

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments