1. କୃଷି ଖବର

ନୂଆ ଆଶା ନେଇ ଉଦଘାଟିତ ହେଲା " ମିଲେନିୟର ଫାର୍ମର ଅଫ ଇଣ୍ଡିଆ ୨୦୨୩ " ପୁରସ୍କାର

ବିଶ୍ୱ ସ୍ତରରେ ପ୍ରଥମ କରି ଆୟୋଜିତ ହୋଇଛି ମିଲେନିୟର ଫାର୍ମର ଅଫ ଇଣ୍ଡିଆ ପୁରସ୍କାର, ୨୦୨୩ l ଯାହା ଆଜି ଅନେକ ଉତ୍ସାହର ସହିତ ଉଦଘାଟିତ ହୋଇଛି l ଆଉ ଏହି କୃଷି ପୁରସ୍କାରର ମୁଖ୍ୟ ଅତିଥି ରହିଛନ୍ତି ଗୁଜୁରାଟର ରାଜ୍ୟପାଳ ଶ୍ରୀ ଆଚାର୍ଯ୍ୟ ଦେବାରତ l

Tanushree Mahapatra
Tanushree Mahapatra
Inauguration ceremony of MFOI award 2023

Inauguration ceremony of MFOI award 2023

ବିଶ୍ୱ ସ୍ତରରେ ପ୍ରଥମ କରି ଆୟୋଜିତ ହୋଇଛି ମିଲେନିୟର ଫାର୍ମର ଅଫ ଇଣ୍ଡିଆ ପୁରସ୍କାର, ୨୦୨୩ l ଯାହା ଆଜି ଅନେକ ଉତ୍ସାହର ସହିତ ଉଦଘାଟିତ ହୋଇଛି l ଆଉ ଏହି କୃଷି ପୁରସ୍କାରର ମୁଖ୍ୟ ଅତିଥି ରହିଛନ୍ତି ଗୁଜୁରାଟର ରାଜ୍ୟପାଳ ଶ୍ରୀ ଆଚାର୍ଯ୍ୟ ଦେବାରତ l

ଆଉ ଏହି ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ମଞ୍ଚ ଉପରେ ଉପସ୍ଥିତ ରହିଥିଲେ ଭାରତର ପୂର୍ବତନ ପ୍ରଧାନ ବିଚାରପତି ଏବଂ କେରଳର ପୂର୍ବତନ ରାଜ୍ୟପାଳ ଶ୍ରୀ ପି. ସଥାଶିବମ , ୟୁ.ଏସ ଗୌତମ ( DDG Extension ) ,  ଡାକ୍ତର ନିଲମ ପଟେଲ ( senior advisor , agriculture , NITI Aayog ), ମହେଶ କୁଲକରନୀ ( Head markerting , Mahindra & Mahindra ) , ଶ୍ରୀଯୁକ୍ତ ଏମ. ସି ଡୋମିନିକ (founder and editor in chief , krishi jagran ), ଶ୍ରୀମତୀ ସାଇନି ଡୋମିନିକ ( Managing director of Krishi jagran ) l

ଗୁଜୁରାଟର ରାଜ୍ୟପାଳ ଦ୍ବୀପ ପ୍ରଜ୍ବଳନ କରିବା ପରେ ସମସ୍ତ ଅତିଥି ଏକାଠି ମଞ୍ଚସ୍ଥ ହୋଇଥିଲେ l ମଞ୍ଚ ଉପରେ ଉପସ୍ଥିତ ଥିବା ସମସ୍ତ ମୁଖ୍ୟ ଅତିଥି କୃଷି ଏବଂ କୃଷିରେ ଆବଶ୍ୟକ ପାଣିପାଗ ଉପରେ ଆଲୋକପାତ କରିଥିଲେ l ଆଶା ସଭାରେ ଉପସ୍ଥିତ ସମସ୍ତ ଚାଷୀଙ୍କୁ ଏହା ପ୍ରେରଣା ପ୍ରଦାନ କରିବ l

ଏହି କୃଷି ମହାକୁମ୍ଭ ୩ ଦିନ ଧରି ଆୟୋଜିତ ହେବାକୁ ଯାଉଛି l ବିଭିନ୍ନ ରାଜ୍ୟରୁ ୭୦୦ ରୁ ଅଧିକ ଚାଷୀ ଏଠାରେ ଏକାଠି ହେବାର ଆୟୋଜନ ରହିଛି l ଆଶା ଛୋଟରୁ ବଡ଼ ଚାଷୀଙ୍କ ମଧ୍ୟରେ ଏହା ଏକ ଘନିଷ୍ଠ ସମ୍ପର୍କ ସୃଷ୍ଟି କରିବାରେ ସାହାଯ୍ୟ କରିବ l ଭବିଷ୍ୟତ କୃଷି ଅର୍ଥନୀତି ଉପରେ ଏହା ଏକ ଅନୁକୂଳ ପ୍ରଭାବ ପକାଇବା ବୋଲି ଆଶା l

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ