1. କୃଷି ଖବର

Income Tax Update:ଏହି ମାସରେ କରନ୍ତୁ ଏହି ୪ଟି କାମ; ନଚେତ ପଡିବେ ଅସୁବିଧାରେ

ନୂଆ ଆର୍ଥିକ ବର୍ଷ ଏପ୍ରିଲ ୧ ରୁ ଆରମ୍ଭ ହେବ ଓ ଏହା ସହିତ ଆୟକର ସମ୍ବନ୍ଧୀୟ ସମସ୍ତ ସମୟସୀମା ମଧ୍ୟ ଶେଷ ହେବ । ଆୟକର ସମ୍ବନ୍ଧୀୟ ୪ ଟି କାର୍ଯ୍ୟ ଆମେ ଆପଣଙ୍କୁ କହୁଛୁ, ଯାହା ମାର୍ଚ୍ଚ ୩୧ ପୂର୍ବରୁ ହିଁ ସମ୍ପୂର୍ଣ୍ଣ ହେବା ଉଚିତ୍ ।

Sudesna Nayak
Sudesna Nayak
Income Tax Update you should must be do these 4 compliance before 31 march

Income Tax Update you should must be do these 4 compliance before 31 march

ନୂଆ ଆର୍ଥିକ ବର୍ଷ ଏପ୍ରିଲ ୧ ରୁ ଆରମ୍ଭ ହେବ ଓ ଏହା ସହିତ ଆୟକର ସମ୍ବନ୍ଧୀୟ ସମସ୍ତ ସମୟସୀମା ମଧ୍ୟ ଶେଷ ହେବ । ଆୟକର ସମ୍ବନ୍ଧୀୟ ୪ ଟି କାର୍ଯ୍ୟ ଆମେ ଆପଣଙ୍କୁ କହୁଛୁ, ଯାହା ମାର୍ଚ୍ଚ ୩୧ ପୂର୍ବରୁ ହିଁ ସମ୍ପୂର୍ଣ୍ଣ ହେବା ଉଚିତ୍ ।

ଆଡଭାନ୍ସ ଇନକମ୍ ଟ୍ୟାକ୍ସ(Advance Income Tax),ଜାଣନ୍ତୁ...

ଯଦି କୌଣସି ଟିକସଦାତାଙ୍କର ୧୦,୦୦୦ ଟଙ୍କାରୁ ଅଧିକ ଟିକସ ଦାୟିତ୍ବ ଅଛି, ତେବେ ତାଙ୍କୁ ଆଡଭାନ୍ସ ଇନକମ ଟ୍ୟାକ୍ସ ଆକାରରେ ଦେବାକୁ ପଡ଼ିବ । ମାର୍ଚ୍ଚ ୩୧ ପୂର୍ବରୁ ଏହାକୁ ଦେବା ଭଲ ହେବ । ଆର୍ଥିକ ବର୍ଷରେ ଆଡଭାନ୍ସ ଟ୍ୟାକ୍ସ (Advance Income Tax)ଚାରିଥର ଜମା ହୋଇଥାଏ । ଜୁନ ୧୫, ସେପ୍ଟେମ୍ବର ୧୫, ଡିସେମ୍ବର ଓ ମାର୍ଚ୍ଚ ୧୫, କିନ୍ତୁ ଯଦି ଆପଣ ମାର୍ଚ୍ଚ ୩୧ ସୁଦ୍ଧା ଆପଣଙ୍କର ଅଗ୍ରୀମ ଟ୍ୟାକ୍ସ (Tax)ର ୯୦% ଦେବେ ନାହିଁ, ତେବେ ଆପଣଙ୍କୁ ଅତିରିକ୍ତ ସୁଧ ମଧ୍ୟ ଦେବାକୁ ପଡ଼ିବ ।

ଯଦି ଆପଣ ଗତ ଆର୍ଥିକ ବର୍ଷର ଅର୍ଥାତ୍ ୨୦୨୦-୨୦୨୧ର ଆୟକର ରିଟର୍ଣ୍ଣକୁ ସଂଶୋଧନ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ଏହି ମାସର ସୁଯୋଗ ମିଳିବ। ମାର୍ଚ୍ଚ ୩୧ ପରେ, ଆପଣ ୨୦୨୦-୨୦୨୧ ଆର୍ଥିକ ବର୍ଷ ପାଇଁ ITR ଫାଇଲ୍ କିମ୍ବା ସଂଶୋଧନ କରିବାର ସୁବିଧା ପାଇବେ ନାହିଁ । ଆୟକର ରିଟର୍ଣ୍ଣ ଦାଖଲ ନ କରିବା କିମ୍ବା କମ୍ ଆୟ ଦେଖାଇବା ପାଇଁ ଆପଣମାନଙ୍କୁ ଏକ ଜୋରିମନା ମଧ୍ୟ ଦେବାକୁ ପଡ଼ିପାରେ ।

ଆଧାର ସହିତ ପ୍ୟାନକୁ ଲିଙ୍କ୍ କରନ୍ତୁ,ଜାଣନ୍ତୁ...

ପ୍ରକାଶ ଥାଉ ଯେ, ଆପଣ ପ୍ରଥମେ ଏହି କାମ କରିବା ଉଚିତ୍ । ଯଦି ଆପଣ ଏପର୍ଯ୍ୟନ୍ତ ଆଧାର ସହିତ ପାନକୁ ଲିଙ୍କ୍ କରିନାହାଁନ୍ତି, ତେବେ ଏହି କାର୍ଯ୍ୟ ମାର୍ଚ୍ଚ ୩୧ ପୂର୍ବରୁ କରାଯିବା ଉଚିତ୍ । ଆଧାରକୁ ପାନ୍ ସହିତ ସଂଯୋଗ କରିବାର ସୀମା ପୂର୍ବରୁ ଅନେକ ଥର ବୃଦ୍ଧି କରାଯାଇଛି । ଏହା ସମ୍ଭବ ଯେ ଏଥର ସରକାର ଏହାର ସମୟସୀମା ମଧ୍ୟରେ କୌଣସି ପରିବର୍ତ୍ତନ କରିବେ ନାହିଁ ଓ ଯଦି ଆପଣ ଆପଣଙ୍କର ପାନ୍-ଆଧାରକୁ ଲିଙ୍କ୍ ନକରନ୍ତି, ତେବେ ଆୟକର ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ ।

Budget 2022: ନିବେଶକଙ୍କ ପାଇଁ ଆଲର୍ଟ ; କ୍ରିପ୍ଟୋ ଉପରେ ଲାଗିବ ୩୦% ଟ୍ୟାକ୍ସ

PF New Rules:ଏପ୍ରିଲ 1ରୁ PF ଆକାଉଣ୍ଟ ଉପରେ ଲାଗୁ ହେବ Tax,ଜାଣନ୍ତୁ...

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments