News

ରାଜ୍ୟ କର୍ମଚାରୀଙ୍କ ପେନସନ ବୃଦ୍ଧି ହେବ, ମିଳିବ ୪ ପ୍ରତିଶତ ଅଂଶଦାନର ଲାଭ

ସାମ୍ନାକୁ ଆସିଲା ଖୁସି ଖବର । ରାଜ୍ୟ କର୍ମଚାରୀଙ୍କ ପେନସନ ବୃଦ୍ଧି ହେବ, ମିଳିବ ୪ ପ୍ରତିଶତ ଅଂଶଦାନର ଲାଭ ।

29 January, 2022 12:29 PM IST By: Sudesna Nayak

ସାମ୍ନାକୁ ଆସିଲା ଖୁସି ଖବର (Good news)। ରାଜ୍ୟ କର୍ମଚାରୀଙ୍କ ପେନସନ ବୃଦ୍ଧି ହେବ, ମିଳିବ ୪ ପ୍ରତିଶତ ଅଂଶଦାନର ଲାଭ ।

ଛତିଶଗଡରେ ଅଂଶଦାୟୀ ପେନସନ ଯୋଜନାରେ ସରକାରଙ୍କ ଅଂଶଦାନରେ ବୃଦ୍ଧିରେ ଲାଭ ପାଖାପାଖି ତିନି ଲକ୍ଷ କର୍ମଚାରୀମାନଙ୍କୁ ମିଳିବ । ଏବେ ସରକାର ୧୦ ପ୍ରତିଶତ ସ୍ଥାନରେ ୧୪ ପ୍ରତିଶତ ଅଂଶଦାନ ଦେବେ । ରାଜ୍ୟର କର୍ମଚାରୀମାନଙ୍କ ପାଇଁ ଅଂଶଦାୟୀ ପେନସନ ଯୋଜନାରେ ସରକାର ଓ କର୍ମଚାରୀଙ୍କ ବେତନ ବାବଦକୁ ୧୦ ପ୍ରତିଶତ ଭାଗ ରହିଅଛି ।

ସୂଚନା ଅନୁଯାୟୀ, ବର୍ତ୍ତମାନ ରାଜ୍ୟ ଅଂଶଦାନକୁ ୧୦ ପ୍ରତିଶତରୁ ବୃଦ୍ଧି କରି ୧୪ ପ୍ରତିଶତ କରିବାକୁ ଯାଉଛି । କର୍ମଚାରୀମାନଙ୍କ ଅଂଶଦାନ ପୂର୍ବପରି ୧୦ ପ୍ରତିଶତ ହିଁ ରହିବ । ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲଙ୍କ (Chhattisgarh CM Bhupesh Baghel) ଏହି ନିର୍ଣ୍ଣୟରେ ରାଜ୍ୟର ପ୍ରାୟ ପାଖାପାଖି ୩ ଲକ୍ଷ କର୍ମଚାରୀମାନେ ଲାଭାନ୍ୱିତ ହେବାକୁ ଯାଉଛନ୍ତି ।

ଉଲ୍ଲେଖନୀୟ ହେଉଛି ଯେ, ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ (Chhattisgarh CM Bhupesh Baghel) ୭୩ ତମ ଗଣତନ୍ତ୍ର ଦିବସ (Republic Day) ଉପଲକ୍ଷେ ଛତିଶଗଡ଼ (Chhattisgarh)ରାଜ୍ୟର କର୍ମଚାରୀମାନଙ୍କ ହିତ ପାଇଁ ଅଂଶଦାୟୀ ପେନସନ ଯୋଜନା ଅନ୍ତର୍ଗତ ରାଜ୍ୟ ଶାସନର ଅଂଶଦାନ ବୃଦ୍ଧି ନେଇ ଘୋଷଣା କରିସାରିଛନ୍ତି । ଏହାର ଉଦ୍ଦେଶ୍ୟ ଯୋଜନାକୁ ଅଧିକ ଲାଭକାରୀ କରି କର୍ମଚାରୀମାନଙ୍କ ସେବାନିବୃତ୍ତି ପ୍ରତି ପ୍ରାପ୍ତ ହେବାକୁ ଥିବା ପେନସନ ରାଶିକୁ ବୃଦ୍ଧି କରାଯିବ । ଯୋଜନାର ଅନ୍ତର୍ଗତ ଏବେ ରାଜ୍ୟର ଶାସନର ଅଂଶଦାନ କର୍ମଚାରୀମାନଙ୍କ ମୂଳ ବେତନ ତଥା ମହଙ୍ଗା ଭତ୍ତାରେ ହିଁ ଦଶ ପ୍ରତିଶତ ସ୍ଥାନରେ ୧୪ ପ୍ରତିଶତକୁ ବୃଦ୍ଧି ହେବ ।

ଏହି ନିର୍ଣ୍ଣୟରେ ରାଜ୍ୟ ଶାସନର ପାଖାପାଖି ୫୨୦ କୋଟି ଟଙ୍କା ବାର୍ଷିକ ଆର୍ଥିକ ବୋଝ ରାଜ୍ୟ ସରକାର ହିଁ ମୁଣ୍ଡାଇବେ ।

ପ୍ରକାଶ ଥାଉ କି, ରାଜ୍ୟ ପ୍ରଶାସନିକ ସେବା ସଂଘ ଏବଂ ବିଭିନ୍ନ କର୍ମଚାରୀ ସଂଗଠନ ୨୦୦୪ ମସିହାରେ ରାଜ୍ୟରେ ନିଯୁକ୍ତ ଅବଦାନ ପେନ୍‌ସନ ଯୋଜନା (Pension Scheme)ର କର୍ମଚାରୀମାନଙ୍କ ପାଇଁ ୧୦ ପ୍ରତିଶତରୁ ୧୪ ପ୍ରତିଶତକୁ ବୃଦ୍ଧି କରିବାକୁ ଘୋଷଣାକୁ ସ୍ୱାଗତ କରିଛନ୍ତି ।

ଏହି ସଂଗଠନଗୁଡ଼ିକ ମୁଖ୍ୟମନ୍ତ୍ରୀ (Chhattisgarh CM Bhupesh Baghel)ଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏବଂ ଏହି ନିଷ୍ପତ୍ତି ଅନ୍ତର୍ଭୂକ୍ତ, ଦୂରଦୃଷ୍ଟିସମ୍ପନ୍ନ ଏବଂ ସମ୍ବେଦନଶୀଳ ଚିନ୍ତାଧାରାର ଫଳାଫଳ ବୋଲି କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ସରକାରୀ କର୍ମଚାରୀମାନଙ୍କ ମନୋବଳ ବୃଦ୍ଧି କରିବ ବୋଲି ଆଶା କରାଯାଉଛି ।

ଖୁସି ଖବର ; ଏଣିକି ସପ୍ତାହରେ ୫ ଦିନ କାମ କରିବେ ସରକାରୀ କର୍ମଚାରୀ

ଚାକିରି କରୁଥିବା ଲୋକଙ୍କ ପାଇଁ ଆସିଲା ଖୁସି ଖବର ; ବୃଦ୍ଧି ପାଇବ ୧୦% ରୁ ଅଧିକ ଦରମା

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)