News

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,ଏଥର ୨୫ ନୁହେଁ ୪୦ ଲକ୍ଷ ମିଳିବ ଗୃହଋଣ

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ଉପହାର ଦେଲେ ମୁଖ୍ୟମନ୍ତ୍ରୀ । ସରକାରୀ କର୍ମଚାରୀ ପାଇଁ ବଢିଲା ଗୃହ ନିର୍ମାଣ ଋଣ ସହାୟତା ପରିମାଣ । କର୍ମଚାରୀମାନେ ୮ ପ୍ରତିଶତ ସୁଧରେ ପାଇବେ ୪୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ।

13 July, 2022 12:24 PM IST By: Sudesna Nayak

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର (GOOD NEWS) । ଉପହାର ଦେଲେ ମୁଖ୍ୟମନ୍ତ୍ରୀ (Naveen Patnaik) । ସରକାରୀ କର୍ମଚାରୀ (Government Employees)ପାଇଁ ବଢିଲା ଗୃହ ନିର୍ମାଣ ଋଣ (Housing Loan)ସହାୟତା ପରିମାଣ । କର୍ମଚାରୀମାନେ ୮ ପ୍ରତିଶତ ସୁଧରେ ପାଇବେ ୪୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ।

ସୂଚନା ଅନୁଯାୟୀ, ସପ୍ତମ ବେତନ କମିଶନ ସୁପାରିଶ ଭିତ୍ତିରେ ରାଜ୍ୟ ସରକାର (State Government)ସରକାରୀ କର୍ମଚାରୀମାନଙ୍କ (Government Employees)ପାଇଁ ଗୃହ ନିର୍ମାଣ (Housing Loan) ସହାୟତା ରାଶିକୁ ୨୫ ଲକ୍ଷ ଟଙ୍କାରୁ ୪୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି । ସୁଧ ହାର ପରିମାଣ ମଧ୍ୟ କମାଯାଇ ୮ ପ୍ରତିଶତ ରଖାଯାଇଛି । ଏହି ଋଣ ୬୦-୪୦ ଅନୁପାତରେ ଦୁଇଟି ପର୍ଯ୍ୟାୟରେ କର୍ମଚାରୀମାନଙ୍କୁ ଦିଆଯିବ ।

ପୂର୍ବରୁ ୨୦୧୦ରେ ଲାଗୁ କରାଯାଇଥିବା ଗୃହ ନିର୍ମାଣ (Housing Loan) ସହାୟତା ନିୟମ ଅନୁଯାୟୀ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯାଉଛି ଏବଂ ଏଥିରେ ସର୍ବାଧିକ ସୁଧ ହାର ୧୧.୫ ପ୍ରତିଶତ ଥିଲା ।

ପ୍ରକାଶ ଥାଉ ଯେ, ବର୍ତ୍ତମାନ ଗୃହ ନିର୍ମାଣ ସହାୟତା (Housing Loan) ପରିମାଣ ୪୦ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇବା ସହିତ ସୁଧ ପରିମାଣ ୮ ପ୍ରତିଶତକୁ ହ୍ରାସ କରାଯାଇଛି । ଜାତୀୟ ପେନସନ ସ୍କିମ୍ (National Pension Scheme) ଅଧୀନସ୍ଥ କର୍ମଚାରୀମାନଙ୍କ ସହିତ ସମସ୍ତ ସ୍ଥାୟୀ ସରକାରୀ କର୍ମଚାରୀ (Employees)ହିଁ ଏହି ସହାୟତା ପାଇପାରିବେ ।

ଖୁସି ଖବର ; ଏଣିକି ସପ୍ତାହରେ ୫ ଦିନ କାମ କରିବେ ସରକାରୀ କର୍ମଚାରୀ

ମାର୍ଚ୍ଚ ଶେଷ ସୁଦ୍ଧା ଏହି କାମ ସାରିଦିଅନ୍ତୁ ସରକାରୀ କର୍ମଚାରୀ, ନଚେତ୍ କଟିବ ଆପଣଙ୍କ ଦରମା !