1. କୃଷି ଖବର

ଦୀପାବଳି ପୂର୍ବରୁ ଆଖୁ ଚାଷୀଙ୍କୁ ସରକାର ଦେଲେ ବଡ଼ ଭେଟି

ଦୀପାବଳି ପୂର୍ବରୁ ଚାଷୀଙ୍କ ପାଇଁ ଖୁସି ଖବର । ଚାଷୀଙ୍କ ଆଖୁ ଚାଷ ପ୍ରତି ଆଗ୍ରହକୁ ଦୃଷ୍ଟିରେ ରଖି ସରକାର ଆଖୁ ଦର ବୃଦ୍ଧି କରିଛନ୍ତି । ତେବେ ଏହି ନିଷ୍ପତ୍ତି ଦ୍ୱାରା ଦେଶର ହଜାର ହଜାର କୃଷକମାନେ ଉପକୃତ ହେବାକୁ ଯାଉଛନ୍ତି ।

Tanushree Mahapatra
Tanushree Mahapatra
increased the price of sugarcane by rs 14 , image source - pexels.com

increased the price of sugarcane by rs 14 , image source - pexels.com

ଦୀପାବଳି ପୂର୍ବରୁ ଚାଷୀଙ୍କ ପାଇଁ ଖୁସି ଖବର । ଚାଷୀଙ୍କ ଆଖୁ ଚାଷ ପ୍ରତି ଆଗ୍ରହକୁ ଦୃଷ୍ଟିରେ ରଖି ସରକାର ଆଖୁ ଦର ବୃଦ୍ଧି କରିଛନ୍ତି । ତେବେ ଏହି ନିଷ୍ପତ୍ତି ଦ୍ୱାରା ଦେଶର ହଜାର ହଜାର କୃଷକମାନେ ଉପକୃତ ହେବାକୁ ଯାଉଛନ୍ତି । ଦୀପାବଳି ପୂର୍ବରୁ ହରିୟାଣା ସରକାର ଏହି ପଦକ୍ଷେପ ନେଇଥିବା ଦେଖିବାକୁ ମିଳିଛି । କାରଣ ହରିୟାଣା ସରକାର ଆଖୁ ମୂଲ୍ୟରେ ୧୪ ଟଙ୍କା ବୃଦ୍ଧି କରିଛନ୍ତି ।

ଏହି ଦର ବୃଦ୍ଧି ପରେ କ୍ୱିଣ୍ଟାଲ ପ୍ରତି ଆଖୁ ମୂଲ୍ୟ ବୃଦ୍ଧି ପାଇଛି । ହରିୟାଣାର ମୁଖ୍ୟମନ୍ତ୍ରୀ ଗତକାଲି ଅର୍ଥାତ ସୋମବାର ଆଖୁ ମୂଲ୍ୟରେ କ୍ୱିଣ୍ଟାଲ ପିଛା ୧୪ ଟଙ୍କା ବୃଦ୍ଧି କରି ଏହାକୁ ୩୮୬ ଟଙ୍କା କ୍ବିଣ୍ଟାଲ ପିଛା ଦର ରଖିଛନ୍ତି । ଏହି ଦର ବୃଦ୍ଧି ପରେ ଚାଷୀ ଆଖୁ ଚାଷପ୍ରତି ଆହୁରି ଅଧିକ ଉତ୍ସାହିତ ହେବେ l

ତେବେ ପୂର୍ବରୁ ଆଖୁ କ୍ୱିଣ୍ଟାଲ ପିଛା ୩୭୨ ଟଙ୍କା ରହିଥିଲା । ସୋସିଆଲ ମିଡ଼ିଆରେ ହରିୟାଣା ମୁଖ୍ୟମନ୍ତ୍ରୀ ଏହା ଘୋଷଣା କରିଛନ୍ତି । ଆଖୁ ଦର ବୃଦ୍ଧିରୁ କୃଷକମାନେ ସିଧାସଳଖ ଲାଭ ପାଇବେ ଏଥର । ସେହିପରି ପଡୋଶୀ ରାଜ୍ୟ ପଞ୍ଜାବରେ ଆଖୁ ମୂଲ୍ୟ କ୍ୱିଣ୍ଟାଲ ପିଛା ୩୮୦ ଟଙ୍କା ରହିଛି । ତେବେ ଆସନ୍ତା ବର୍ଷ ଏହି ଆଖୁ ହାର କ୍ୱିଣ୍ଟାଲ ପ୍ରତି ୪୦୦ ଟଙ୍କାକୁ ବୃଦ୍ଧି କରାଯିବ ବୋଲି ଘୋଷଣା କରିଛନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ । ବର୍ତ୍ତମାନ ଏହି ନିଷ୍ପତ୍ତି ପରେ କ୍ୱିଣ୍ଟାଲ ପିଛା ଆଖୁ ୩୮୬ ଟଙ୍କାରେ ବିକ୍ରି କରିପାରିବେ ଆଖୁଚାଷୀ ।

ଏହାପୂର୍ବରୁ ଜାନୁୟାରୀ ମାସରେ କ୍ୱିଣ୍ଟାଲ ପିଛା ୧୦ ଟଙ୍କା ବୃଦ୍ଧି କରିବାକୁ ଘୋଷଣା ହୋଇଥିଲା, ଯାହା ପରେ ପରେ ଆଖୁ ଫସଲ ହାର କ୍ୱିଣ୍ଟାଲ ପିଛା ୩୭୨ ଟଙ୍କାକୁ ବୃଦ୍ଧି ପାଇଥିଲା ।

ସେପଟେ ଦେଶର ପ୍ରତି ଚାଷୀ ପିଏମ କିସାନ ଯୋଜନାର ୧୫ତମ କିସ୍ତି ଟଙ୍କାକୁ ଅପେକ୍ଷା କରି ରହିଛନ୍ତି । ତେବେ ଚଳିତ ମାସ ଶେଷ ହେବା ପୂର୍ବରୁ ଏହି କିସ୍ତି ଟଙ୍କା ଆସିବ ବୋଲି ସୂଚନା ରହିଛି । କିନ୍ତୁ ଏହାକୁ ନେଇ ସରକାରଙ୍କ ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ଘୋଷଣା କରାଯାଇନାହିଁ । 

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments