News

ଗହମ ଦରବୃଦ୍ଧି ଉପରେ ସରକାରଙ୍କ ବଡ ନିଷ୍ପତ୍ତି, ରପ୍ତାନୀ ଉପରେ ଲାଗିଲା ପ୍ରତିବନ୍ଧକ

ଗହମର ଦର ବୃଦ୍ଧି ମଧ୍ୟରେ ବଡ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଗହମର ରପ୍ତାନୀ ଉପରେ କେନ୍ଦ୍ରରେ ନେତୃତ୍ବାଧିନ ମୋଦି ସରକାର ସର୍ତ୍ତମୂଳକ ପ୍ରତିବନ୍ଧକ ଲଗାଇ ଦେଇଛନ୍ତି ।

14 May, 2022 10:27 AM IST By: KJ Staff

ଗହମର ଦର ବୃଦ୍ଧି ମଧ୍ୟରେ ବଡ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଗହମର ରପ୍ତାନୀ ଉପରେ କେନ୍ଦ୍ରରେ ନେତୃତ୍ବାଧିନ ମୋଦି ସରକାର ସର୍ତ୍ତମୂଳକ ପ୍ରତିବନ୍ଧକ ଲଗାଇ ଦେଇଛନ୍ତି । ଘରୋଇ ବଜାରରେ ଗହମର ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଥିବା ଜଣାପଡିଛି ।

ଗହମର ରପ୍ତାନୀ କିଛି ସର୍ତ୍ତ ସହ ଚାଲୁ ରହିବ । ସରକାରଙ୍କ ଏହି ନିଷ୍ପତ୍ତି ପୂର୍ବରୁ ନିର୍ଦ୍ଧାରିତ ରପ୍ତାନୀ ଉପରେ ଲାଗୁ ହେବ ନାହିଁ । ଏନେଇ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ମଧ୍ୟ ଜାରି କରିଦିଆଯାଇଛି । ପଡୋଷୀ ଦେଶ ଓ ଆର୍ଥଇକ ଭାବରେ ଦୁର୍ବଳ ଦେଶରେ ଖାଦ୍ୟ ସୁରକ୍ଷା ବିପଦରେ ଥିବା ଏହି ବିଜ୍ଞପ୍ତିରେ କୁହାଯାଇଛି ।

ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଦେଶର ସମଗ୍ର ଖାଦ୍ୟ ସୁରକ୍ଷାର ପରିଚାଳନା କରିବା ଓ ଆର୍ଥିକ ଭାବରେ ଦୁର୍ବଳ ଦେଶଗୁଡିକର ଆବଶ୍ୟକତାକୁ ପୁରଣ କରିବା ପାଇଁ ଏହି ନିଷଅପତ୍ତି ନିଆଯାଇଛି । ପଡୋଶୀ ଓ ଆର୍ଥିକ ରୂପେ ବିକାଶଶୀଳ ଦେଶଗୁଡିକର ଖାଦ୍ୟ ସୁରକ୍ଷାର ଆବଶ୍ୟକତା ପୁରଣ ପାଇଁ ଭାରତ ପ୍ରତିବଦ୍ଧ । ବିଶ୍ବ ବଜାରରେ ଗହମର ଅଚାନକ ଗହମର ଦର ବୃଦ୍ଧି ଯଗୁ ପର୍ଯ୍ୟାପ୍ତ ଆବଶ୍ୟକତା ପୂରଣ ପାଇଁ ଅସମର୍ଥ ଥିବା

ସରକାରଙ୍କ ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ଯୁଦ୍ଧ କାରଣରୁ ଗହମର ଅନ୍ତରାଷ୍ଟ୍ରୀୟ ବଜାର ମୂଲ୍ୟରେ 40 ପ୍ରତିଶତ ବୃଦ୍ଧି ଘଟିଛି । ଏଥିପାଇଁ ଭାରତରୁ ଏହାର ରପ୍ତାନୀ ବଢିଛି । ଆବଶ୍ୟକତା ବୃଦ୍ଧି କାରଣରୁ ଘରୋଇ ବଜାରରେ ଗହମର ମୂଲ୍ୟରେ ବୃଦ୍ଧି ଘଟିଛି ।

ଗହମର ନ୍ୟୁନତମ ମୂଲ୍ୟ କ୍ବିଣ୍ଟାଲ ପିଛା 2015 ଟଙ୍କା ରହିଛି । ଦେଶରେ ଗହମ ଓ ଅଟାର ମୂଲ୍ୟ ଏପ୍ରିଲରେ ବୃଦ୍ଧି ଘଟି 9.59 ପ୍ରତିଶତରେ ପହଁଞ୍ଚିଯାଇଥିଲା । ମାର୍ଚ୍ଚରେ ଏହାର ମୂଲ୍ୟ 7.77 ପ୍ରତିଶତ ରହିଥିଲା ।

ଗହମର ଅଧିକ ଅମଳ ପାଇଁ ଏହାକୁ ବୈଜ୍ଞାନିକ ପ୍ରଣାଳୀରେ ବୁଣନ୍ତୁ, ଏହି ଜିନିଷଗୁଡ଼ିକର ବିଶେଷ ଯତ୍ନ ନିଅନ୍ତୁ |

ଗହମ ବ୍ୟାଙ୍କ: ଭିନ୍ନ ଏକ କାହାଣୀ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)