1. ସଫଳ କାହାଣୀ

ଗହମ ବ୍ୟାଙ୍କ: ଭିନ୍ନ ଏକ କାହାଣୀ

ଆମେ ଯେମିତି ବ୍ୟାଙ୍କରେ ଖାତା ଖୋଲି ଭବିଷ୍ୟତର ଭଲମନ୍ଦ ନିମନ୍ତେ ତାଙ୍କ ପଇସା ସଞ୍ଚୟ କରି ରଖୁଛେ ଠିକ ସେହିପରି ଏକ ବ୍ୟବସ୍ଥା ଗହମକୁ ସଞ୍ଚୟ କରି ରଖିବା ପାଇଁ କରାଯାଇଛି ଉତ୍ତରପ୍ରଦେଶରେ l ଏହାର ନାମ ଦିଆଯାଇଛି 'ଗହମ ବ୍ୟାଙ୍କ' l ଲୋକମାନଙ୍କର ଅଭାବ ଅସୁବିଧାକୁ ଲକ୍ଷ୍ୟ କରି ଏହି ଗହମ ବ୍ୟାଙ୍କର ଆରମ୍ଭ କରାଯାଇଛି l ଏହା ଦ୍ୱାରା ଗ୍ରାମାଞ୍ଚଳର ମହିଳାମାନେ ନିଜର ଖାଦ୍ୟ ଅଭାବକୁ ସୂଚାରୁ ରୂପେ ପରିଚାଳନା କରିପାରୁଛନ୍ତି l

Sugyan Kumar Nayak
Sugyan Kumar Nayak
Wheat

Wheat

ଆମେ ଯେମିତି ବ୍ୟାଙ୍କରେ ଖାତା ଖୋଲି ଭବିଷ୍ୟତର ଭଲମନ୍ଦ ନିମନ୍ତେ ତାଙ୍କ ପଇସା ସଞ୍ଚୟ କରି ରଖୁଛେ ଠିକ ସେହିପରି ଏକ ବ୍ୟବସ୍ଥା ଗହମକୁ ସଞ୍ଚୟ କରି ରଖିବା ପାଇଁ କରାଯାଇଛି ଉତ୍ତରପ୍ରଦେଶରେ l ଏହାର ନାମ ଦିଆଯାଇଛି 'ଗହମ ବ୍ୟାଙ୍କ' l ଲୋକମାନଙ୍କର ଅଭାବ ଅସୁବିଧାକୁ ଲକ୍ଷ୍ୟ କରି ଏହି ଗହମ ବ୍ୟାଙ୍କର ଆରମ୍ଭ କରାଯାଇଛି l ଏହା ଦ୍ୱାରା ଗ୍ରାମାଞ୍ଚଳର ମହିଳାମାନେ ନିଜର ଖାଦ୍ୟ ଅଭାବକୁ ସୂଚାରୁ ରୂପେ ପରିଚାଳନା କରିପାରୁଛନ୍ତି l

ଉତ୍ତରପ୍ରଦେଶ କାନପୁର ଅଞ୍ଚଳର କିଛି ମହିଳାମାନେ ଏକ ନୂଆ ଭାବନାକୁ ରୂପାୟନ ଦେଲେ ଓ ମହିଳାମାନଙ୍କୁ ଆତ୍ମନିର୍ଭର କଲେ । ଭିଖମପୁର ଗାଁର ଏହି ମହିଳାମାନେ ଏମିତି ଏକ ବ୍ୟାଙ୍କ ପ୍ରତିଷ୍ଠା କଲେ, ଯେ କେହି ଶୁଣିଲେ ଚକିତ ହେବ । କାରଣ ଏମିତି ଏକ ବ୍ୟାଙ୍କ୍‌ ଆଗରୁ କେଉଁଠି ନଥିଲା । କିମ୍ବା ଏହି ବ୍ୟାଙ୍କ୍ ରେ ଟଙ୍କା ନେଣଦେଣ ହେଉନାହିଁ । ଏହା ହେଉଛି ଗହମ ବ୍ୟାଙ୍କ୍ ! ହଁ, ଆପଣଙ୍କୁ ଅଡୁଆ ଲାଗିପାରେ । ଏହି ବ୍ୟାଙ୍କରେ ଗାଁର ସବୁ ମହିଳା ନିଜ ନିଜ ଗହମ ଜମା କରନ୍ତି । ଏହି ଗହମକୁ ଠିକ୍ ଭାବରେ ରଖିବା କାମ ଗହମ ବ୍ୟାଙ୍କ୍ କରେ । ଏହି ବ୍ୟାଙ୍କ୍ ଗାଁର ଅଭାବୀ ଲୋକଙ୍କୁ ଗହମ କରଜ ଦେଇଥାଏ । କିନ୍ତୁ ଏହି କରଜରେ କୌଣସି ସୁଧ ନ ଥାଏ । ନିଜ ପାଖରେ ଗହମ ଉପଲବ୍ଧ ହେବା ପରେ କରଜ ନେଇଥିବା ମହିଳା ସମାନ ପରିମାଣର ଗହମ ଆଣି ଏହି ବ୍ୟାଙ୍କରେ ଜମା କରାଏ । ଶସ୍ୟ ବ୍ୟାଙ୍କ ଆରମ୍ଭ କରିଥିବା ରଶ୍ମୀ କହନ୍ତି,“ତିନି ବର୍ଷ ପୂର୍ବେ ଆମ ଗାଁରେ ମରୁଡି ପଡିଥିଲା । ଯେଉଁଥିରେ ଅନେକ ପରିବାର ଖାଇବାକୁ ନ ପାଇ ବହୁ ହଇରାଣ ହୋଇଥିଲେ । ସେତିକିବେଳେ ଆମେ କିଛି ମହିଳାମାନେ ମିଶି ଗହମ ବ୍ୟାଙ୍କ୍ ଆରମ୍ଭ କଲୁ । ପ୍ରଥମେ ସମସ୍ତେ ଗହମ ଜମା କଲେ । ଏହାର ନାମ ଦିଆଯାଇଥିଲା ‘ପୂଜା ଗ୍ରେନ୍ ବ୍ୟାଙ୍କ’ । ଏହି ବ୍ୟାଙ୍କ ଅଭାବୀ ମହିଳାମାନଙ୍କୁ ଗହମ କରଜ ଦେଲା । ଫସଲ ହେବା ପରେ ସେମାନେ ଗହମ ଫେରାଇ ଦେଇଥିଲେ । ଏହା ପରେ ଆମ ବ୍ୟାଙ୍କ୍‌ ଏମିତି ସଫଳ ହୋଇଥିଲା ଯେ ଆଜି ୨୦ଟି ଗାଁରେ ଏହା ଚାଲିଛି ।”

ଏହି ବ୍ୟାଙ୍କ୍‌ ର ବିଶେଷତ୍ୱ ହେଉଛି ଗହମ କରଜ ନେଉଥିବା ସବୁ ମହିଳା ଠିକ୍ ସମୟରେ ଗହମ ଫେରାନ୍ତି । କାରଣ ସେମାନେ ଅନୁଭବ କରିଛନ୍ତି ଯେ ଏହି ଗହମ ପୁଣି ଆଉ କାହାର ଆବଶ୍ୟକତାରେ ଆସିବ l  ଆଉ ସବୁଠୁ ବଡ କଥା ହେଉଛି, ଏହି ମହିଳାମାନେ ଏଥିପାଇଁ କୌଣସି ସରକାରୀ ସହାୟତା କିମ୍ବା କୌଣସି ବେପାରୀଙ୍କ ସହଯୋଗ ଆଣି ନଥାନ୍ତି କିମ୍ବା ଏହାକୁ ଜରୁରୀ ବୋଲି ମଧ୍ୟ ଭାବି ନାହାନ୍ତି । କାରଣ ସେମାନେ ନିଜ ଉଦ୍ୟମରେ ଏହାକୁ ସଫଳତାର ସହ ଚଳାଇପାରିଛନ୍ତି | ଏଭଳିକି ଏହା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଯାଇଛି । ଗାଁର ଜଣେ ମହିଳା ବିମଳା କହନ୍ତି, “ମୋର ପୁଅର ଜନ୍ମ ଦିନ ଥିଲା ।  ଘରେ ଗହମ ନଥିଲା ।  ମୁଁ ବ୍ୟାଙ୍କରୁ ଗହମ କରଜ ନେଲି । 

ଏଥିପାଇଁ ସୁଧ ଦେବାକୁ ପଡେ ନାହିଁ ।  କିନ୍ତୁ ଯେତେବେଳେ ଫସଲ ଅମଳ ହେଲା ମୁଁ ନେଇଥିବା ଗହମ ଠାରୁ କିଛି ଅଧିକ ଗହମ ବ୍ୟାଙ୍କକୁ ଫେରାଇଦେଲି ।” ଏପରି କରିବା ଦ୍ୱାରା ମହିଳାଙ୍କ ମଧ୍ୟରେ ପରସ୍ପର ମଧ୍ୟରେ ତାଳମେଳ ଠିକ୍ ରହୁଛି ।  ପରସ୍ପରକୁ ସାହାଯ୍ୟ କରିବାକୁ ସମସ୍ତେ ଚାହୁଁଛନ୍ତି । ସେଥିପାଇଁ କୌଣସି ବିବାଦ ଏମାନଙ୍କ ମଧ୍ୟରେ ନାହିଁ । ବ୍ୟାଙ୍କରୁ ଗହମ ନେଉଥିବା ମହିଳାମାନଙ୍କ ପାଇଁ ସୁଧ ବ୍ୟବସ୍ଥା ନଥିବାରୁ ସେମାନେ ଫେରାଇବା ବେଳେ ନିଜ ମନକୁ ମନ ଅଧିକ ଗହମ ଫେରାଉଛନ୍ତି । ଯାହା ବ୍ୟାଙ୍କ ପାଇଁ ଫାଇଦା ଆଣି ଦେଉଛି । ଆଉ ଏହାକୁ ପରିଚାଳନା କରୁଥିବା ମହିଳାମାନେ ଏଥିରୁ କିଛି ଉପାର୍ଜନ କରିପାରୁଛନ୍ତି । ତେବେ ଏହା ପଛରେ ଗୋଟିଏ ମହତ୍ତ୍ଵ ଉଦ୍ୟମ ହେଉଛି, ସମସ୍ତଙ୍କ ଘରେ ଚୁଲି ଜଳୁ, କେହି ଭୋକରେ ନ ରହୁ । ଗାଁ ମହିଳାମାନେ ଏହା ହୁଏତ ଅଜାଣତରେ କରୁଥାଇ ପାରନ୍ତି, ଯାହା ସରକାର କରୁଛି ବା କରିବା କଥା । ତେଣୁ ତ କୁହାଯାଇଛି, ମହିଳାମାନ କିଛି ଗୋଟେ କରିବାକୁ ଆଗଭର ହେଲା ମାତ୍ରେ ଏହାକୁ ସଫଳ କରିବା ନିଶ୍ଟୟ । ଆଉ ଏହାର ଉପଯୁକ୍ତ ଉଦାହରଣ ହେଉଛି ଗହମ ବ୍ୟାଙ୍କ ।

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments