1. କୃଷି ଖବର

କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି, ଅଣବାସୁମତି ଚାଉଳର ରପ୍ତାନି ଉପରେ ଲାଗିଲା ପ୍ରତିବନ୍ଧକ

ଗହମ ଓ ଅଟା ପରେ ଏବେ ଚାଉଳ ରପ୍ତାନି ଉପରେ ସରକାରଙ୍କ କଟକଣା । ପ୍ରତିବନ୍ଧକ 9 ସେପ୍ଟେମ୍ବର 2022ଠାରୁ ଲାଗୁ ହୋଇଛି।

Shuvanshu Kar
Shuvanshu Kar
India bans the export of broken rice with effect from today

India bans the export of broken rice with effect from today

ଗହମ ଓ ଅଟା ପରେ ଏବେ ଚାଉଳ ରପ୍ତାନି(rice export) ଉପରେ ସରକାରଙ୍କ କଟକଣା । ଅଣବାସୁମତି ଚାଉଳ(broken rice) ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ସରକାର । ବୈଦେଶିକ ବାଣିଜ୍ୟର ମହାନିର୍ଦ୍ଦେଶକ ସନ୍ତୋଷ କୁମାର ଷଡଙ୍ଗୀ ଜାରି କରିଥିବା ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି। ବିଜ୍ଞପ୍ତିରେ କୁହାଯାଇଛି ଯେ ଭଙ୍ଗା ଚାଉଳ ଅର୍ଥାତ୍ ଅଣବାସୁମତି ଚାଉଳ(broken rice) ରପ୍ତାନି ଉପରେ ପ୍ରତିବନ୍ଧକ 9 ସେପ୍ଟେମ୍ବର 2022ଠାରୁ ଲାଗୁ ହୋଇଛି।

ଦେଶର ଅନେକ ଅଞ୍ଚଳରେ ସ୍ବଳ୍ପ ବୃଷ୍ଟିପାତ ହେତୁ ଚଳିତ ବର୍ଷ ଚାଉଳ ଉତ୍ପାଦନ ପ୍ରଭାବିତ ହୋଇପାରେ ବୋଲି ଅନୁମାନ କରାଯାଉଛି । ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତରେ ଖାଦ୍ୟ ସୁରକ୍ଷା ପାଇଁ ଗହମ ଏବଂ ଚିନି ପରେ ଅଣବାସୁମତି ଚାଉଳ ରପ୍ତାନି ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି। କୃଷି ମନ୍ତ୍ରଣାଳୟ ଅନୁଯାୟୀ, ବିଶ୍ୱର ଦ୍ୱିତୀୟ ବୃହତ୍ତମ ଉତ୍ପାଦକ ଭାରତରେ ଚାଉଳ ଅଧୀନରେ ସମୁଦାୟ କ୍ଷେତ୍ର ଏହି ଋତୁରେ 12% ହ୍ରାସ ପାଇଛି ।

ବିଶ୍ବ ଚାଉଳ ବାଣିଜ୍ୟର ପ୍ରାୟ 40% ଅଂଶ ଭାରତର ରହିଛି । ଚଳିତ ବର୍ଷ ମେ ମାସରେ ଭାରତ ଗହମ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଥିଲା । ଅତ୍ୟଧିକ ଗ୍ରୀଷ୍ମପ୍ରବାହ ଯୋଗୁଁ ଗହମ ଉତ୍ପାଦନ ହ୍ରାସ ପାଇଥିବାରୁ ଏହି ନିଷ୍ପତ୍ତି ନେଇଥିଲା ଭାରତ । ଏହା ପରେ ଅଟା ଓ ଚିନି ରପ୍ତାନି ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଯାଇଥିଲା ।

କୃଷି ମନ୍ତ୍ରଣାଳୟ କହିଛି ଯେ ଧାନ ଚାଷ 12 ଅଗଷ୍ଟସୁଦ୍ଧା 30.98 ମିଲିୟନ ହେକ୍ଟରକୁ ଖାସିଆସିଛି । ଏକ ବର୍ଷ ପୂର୍ବେ ଏହା 35.36 ହେକ୍ଟର ରହିଥିଲା । ଅନ୍ୟପକ୍ଷେ ଆଖୁର ଆବଣ୍ଟିତ କ୍ଷେତ୍ର 5.45 ମିଲିୟନରୁ ବୃଦ୍ଧି ପାଇ 5.52 ହୋଇଛି ।

BIG BREAKING: ଚିନି ରପ୍ତାନି ଉପରେ ଲାଗିଲା ରୋକ

ଗହମ ପରେ ଅଟା ମଇଦା ସୁଜି ଉପରେ ଲାଗିଲା କଟକଣା

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments