1. କୃଷି ଖବର

Independence Day 2022: କାଶ୍ମୀରରୁ କନ୍ୟାକୁମାରୀ ଫର ଫର ହୋଇ ଉଡୁଛି ତ୍ରିରଙ୍ଗା

ଚାରିଆଡେ ଫରଫର ହୋଇ ଉଡୁଛି ତ୍ରିରଙ୍ଗା । ସମସ୍ତଙ୍କ ହୃଦୟରୁ ଶୁଭୁଛି ଦେଶ ଭକ୍ତିର ସ୍ପନ୍ଦନ । ସ୍ବାଧୀନତାର 76 ତମ ବର୍ଷରେ ପାଦ ଦେଇଛି ଭାରତ ।

Shuvanshu Kar
Shuvanshu Kar
india celebrates 76th independence day

india celebrates 76th independence day

ସ୍ବାଧୀନତାର 75 ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶ ପାଳୁଛି ଏହି ଅମୃତ କାଳର ମହାମୋହତ୍ସବ(azadi ka amrit mahotsav) । ଚାରିଆଡେ ଫରଫର ହୋଇ ଉଡୁଛି ତ୍ରିରଙ୍ଗା । ସମସ୍ତଙ୍କ ହୃଦୟରୁ ଶୁଭୁଛି ଦେଶ ଭକ୍ତିର ସ୍ପନ୍ଦନ । ସ୍ବାଧୀନତାର 76 ତମ ବର୍ଷରେ ପାଦ ଦେଇଛି ଭାରତ(76th independence day) ।

ରାଜଧାନୀ ଦିଲ୍ଲୀର ଲାଲ୍‌କିଲ୍ଲାରେ ଗର୍ବ ଆଉ ଗୌରବର ସହିତ ତ୍ରିରଙ୍ଗା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜାତୀୟ ପତାକା ଉତ୍ତୋଳନ ପରେ ଲାଲ୍‌କିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ।

ସେପଟେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନକ୍ରମେ ଜାରି ରହିଛି ହରଘର ତ୍ରିରଙ୍ଗା ଅଭିଯାନ । ଏଥର କେବଳ କିଛି ସ୍ଥାନରେ ନୁହେଁ, ବରଂ ସମସ୍ତେ ନିଜ ଘରେ ଘରେ ଉଡାଉଛନ୍ତି ତ୍ରିରଙ୍ଗା । କାଶ୍ମୀରରୁ କନ୍ୟାକୁମାରୀ, କଚରୁ କଟକ ଦେଶସାରା ଛାଇ ହୋଇଯାଇଛି ଜାତୀୟ ପତାକା ।

ସ୍ବାଧୀନତା ଦିବସକୁ ନେଇ ସବୁଠି ସୁରକ୍ଷା ବ୍ୟବସ୍ଥା କଡାକଡି କରିଦିଆଯାଇଛି । ଏପେଟେ ଭୁବନେଶ୍ବରରେ ମଧ୍ୟ ଧୂମଧାମରେ ପାଳନ ହେଉଛି 76 ତମ । ଏଥର ମଧ୍ୟ ପରେଡ ନ ହୋଇ ପ୍ରଦର୍ଶନୀ ପଡ଼ିଆରେ ପାଳନ କରାଯାଇଛି ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବ ।

ଅର୍ଥବ୍ୟବସ୍ଥାରେ ଅଭିବୃଦ୍ଧି, କୃଷିରେ କମାଲ, ଆତ୍ମନିର୍ଭର ସଙ୍କଳ୍ପ; 75 ବର୍ଷରେ କେଉଁଠି ଭାରତ ?

 

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments