1. କୃଷି ଖବର

ବିଶ୍ବ ବଜାରରେ ବୃଦ୍ଧି ପାଉଛି ଭାରତୀୟ କଦଳୀର ଚାହିଦା, ଆଠ ବର୍ଷରେ 9 ଗୁଣ ବଢିଛି ରପ୍ତାନୀ

କିଛି ବର୍ଷ ହେବ ଭାରତୀୟ କଦଳୀ ବିଶ୍ବ ବଜାରେ ନିଜର ସ୍ବତନ୍ତ୍ର ସ୍ଥାନ ଦଖଲ କରୁଥିବା ନଜର ଆସୁଛି । ଭାରତରେ କଦଳୀ ରପ୍ତାନି ଏପ୍ରିଲ୍-ମେ 2013 ରେ 26 କୋଟିରୁ ଏପ୍ରିଲ୍-ମେ 2022 ରେ 213 କୋଟି ଟଙ୍କାକୁ ବୃଦ୍ଧି ପାଇଛି।

Shuvanshu Kar
Shuvanshu Kar
India is the largest producer of bananas, now Occupying space in global market

India is the largest producer of bananas, now Occupying space in global market

କଦଳୀ ଉତ୍ପାଦନ(banana production) କ୍ଷେତ୍ରରେ ଭାରତ ବିଶ୍ବରେ ପ୍ରମୁଖ ଦେଶ । ବିଶ୍ବର ମୋଟ କଦଳୀ ଉତ୍ପାଦନ(banana production)ରେ ଭାରତର ଅଂଶ 25 ପ୍ରତିଶତ ରହିଛି । ଏହା ସତ୍ତ୍ବେ ମଧ୍ୟ ବିଶ୍ବ ବଜାରରେ ଇକ୍ୟୁଡୋର ଓ ଫିଲିପାଇନ୍ସ କଦଳୀର ରହିଛି ଅଧିକ ଚାହିଦା ରହିଥାଏ । ହେଲେ ଏହି କିଛି ବର୍ଷ ହେବ ଭାରତୀୟ କଦଳୀ ବିଶ୍ବ ବଜାରେ ନିଜର ସ୍ବତନ୍ତ୍ର ସ୍ଥାନ ଦଖଲ କରୁଥିବା ନଜର ଆସୁଛି ।

ଭାରତରେ କଦଳୀ ରପ୍ତାନି ଏପ୍ରିଲ୍-ମେ 2013 ରେ 26 କୋଟିରୁ ଏପ୍ରିଲ୍-ମେ 2022 ରେ 213 କୋଟି ଟଙ୍କାକୁ ବୃଦ୍ଧି ପାଇଛି। ତଥାପି ଫଳର ସର୍ବ ବୃହତ ଉତ୍ପାଦକ ହୋଇଥିଲେ ମଧ୍ୟ ବିଶ୍ବବଜାରରେ ଭାରତର ଅଂଶ ବହୁତ କମ ରହିଛି ।

ବିଗତ କିଛି ବର୍ଷ ହେବ କଦଳୀ ଉତ୍ପାଦନରେ ବୃଦ୍ଧି ସହିତ ଭାରତ ଏବେ ରପ୍ତାନୀ କ୍ଷେତ୍ରରେ ଦୃଢତାର ସହିତ ଆଗକୁ ବଢୁଛି । 9 ବର୍ଷରେ ଭାରତର କଦଳୀ ରପ୍ତାନୀ ବୃଦ୍ଧି ପାଉଥିବା ତଥ୍ୟରୁ ଜଣାପଡିଛି ।

2013 ଏପ୍ରିଲ-ମେ ମାସରେ 26 କୋଟି ଟଙ୍କାର କଦଳୀ ରପ୍ତାନୀ ହୋଇଥିଲା । ଏହା ଏବେ ବୃଦ୍ଧି ପାଇ 2022 ଏପ୍ରିଲ-ମେ ମାସରେ 213 କୋଟି ଟଙ୍କାରେ ପହଞ୍ଚିଛି । 9 ବର୍ଷରେ 8 ଗୁଣ ବଢିଛି କଦଳୀ ରପ୍ତାନୀ । କୃଷି ରପ୍ତାନୀ ଆୟରୁ ଆମ ଦେଶର ଚାଷୀଙ୍କୁ ଅନେକ ଲାଭ ମିଳିଥାଏ ।

ବିଶ୍ବର ସର୍ବମୋଟ କଦଳୀ ଉତ୍ପାଦନରେ ଭାରତର ଅଂଶ 25 ପ୍ରତିଶତ ରହିଛି । ଦେଶରେ କଦଳୀ ଉତ୍ପାଦନରେ 70 ପ୍ରତିଶତ ଅଂଶ ଆନ୍ଧ୍ର, ଗୁଜରାଟ, ମଧ୍ୟପ୍ରଦେଶ, ତାମିଲନାଡୁ, ମହାରାଷ୍ଟ୍ର, କେରଳ, ଉତ୍ତରପ୍ରଦେଶ, ବିହାରର ଅଟେ ।

ଲାଭଦାୟକ କଦଳୀ ଚାଷ

ଆସନ୍ତୁ ଜାଣିବା ଟିସ୍ୟୁ କଲଚର କଦଳୀ ଚାଷ ସମ୍ପର୍କରେ

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments