News

Clean Energy: 'ସ୍ବଚ୍ଛ ଉର୍ଜାର ପ୍ରମୁଖ ରପ୍ତାନିକାରୀ ହେବ ଭାରତ'

ବିଶ୍ବର ସେହି ହାତଗଣତି ଦେଶ ମଧ୍ୟରେ ସାମିଲ ଅଛୁ ଯିଏ କୋଭିଡ ମହାମାରୀ ଓ ଶକ୍ତି ସଙ୍କଟ (Energy Crisis) ସତ୍ତ୍ବେ ନବୀକରଣ ଶକ୍ତି କ୍ଷେତ୍ରରେ ଉତ୍ତମ ପ୍ରଗତୀ କରିଛୁ ବୋଲି କହିଛନ୍ତି ଗୌତମ ଅଦାନୀ ।

26 July, 2022 12:39 PM IST By: Shuvanshu Kar

2015 ମସିହାରୁ ଭାରତର ନବୀକରଣ ଯୋଗ୍ୟ ଶକ୍ତି(renewable energy) କ୍ଷମତା ପ୍ରାୟ 300% ବୃଦ୍ଧି ପାଇଛି ଏବଂ ନବୀକରଣ ଯୋଗ୍ୟ ଶକ୍ତି କ୍ଷେତ୍ରରେ ଆଦାନୀ ଗ୍ରୁପର ଶକ୍ତି ଆମକୁ ଭବିଷ୍ୟତର ଇନ୍ଧନ ପାଇଁ ସବୁଜ ଶକ୍ତି ଯୋଗାଇବ ବୋଲି ଗୌତମ ଆଦାନୀ(Adani Group) 2022 ବାର୍ଷିକ ସାଧାରଣ ସଭାରେ ସେୟାରହୋଲ୍ଡରମାନଙ୍କୁ ସମ୍ବୋଧିତ କରି କହିଛନ୍ତି । ଦେଶକୁ ତୈଳ ଏବଂ ଗ୍ୟାସ ଆମଦାନୀ ଉପରେ ନିର୍ଭରଶୀଳ ହେବାକୁ ପଡିବନି । ଭାରତ ଦିନେ ସ୍ୱଚ୍ଛ ଶକ୍ତିର ପ୍ରମୁଖ ରପ୍ତାନିକାରୀ ହୋଇପାରେ ବୋଲି ସେ କହିଛନ୍ତି । ଏହାସହିତ ସ୍ୱଚ୍ଛ ଶକ୍ତିରେ 70 ବିଲିୟନ ଡଲାର ବିନିଯୋଗ କରିବାକୁ ଘୋଷଣା କରିଛି ଆଦାନୀ ଏଣ୍ଟରପ୍ରାଇଜେସ୍ ।

ସରକାରଙ୍କ ଆତ୍ମନିର୍ଭର ଭାରତ ଭିଜନ ଅନ୍ତର୍ଗତ ଡାଟା ସେଣ୍ଟର, ଡିଜିଟାଲ ଆପ୍ସ, ଇଣ୍ଡଷ୍ଟ୍ରୀଆଲ କ୍ଲାଉଡ, ପ୍ରତିରକ୍ଷା, ଧାତବ ଭଳି କ୍ଷେତ୍ରରେ ଅନେକ ପଦକ୍ଷେପ ଗ୍ରହଣ କରିଥିବା କହିଛନ୍ତି ବିଶ୍ବର ଚତୁର୍ଥ ଧନୀ ଉଦ୍ୟୋଗପତି ଗୌତମ ଅଦାନୀ । ଚଳିତ ବର୍ଷ ଅଦାନୀ ଗ୍ରୁପର ମୋଟ ପୁଞ୍ଜିଗତ ସ୍ଥିତି (Combined Group Market Capitalisation)200 ବିଲିୟନ ଆମେରିକୀୟ ଡଲାର ପାର ହୋଇଯିବ ବୋଲି କହିଛନ୍ତି ଗୌତମ ।

ଅଦାନୀ ଗ୍ରୁପ(Adani Group)ମୁଖ୍ୟ କମ୍ପାନୀର ସେୟାର ହୋଲ୍ଡରଙ୍କୁ ସମ୍ବୋଧିତ କରି କହିଛନ୍ତି, ବ୍ୟବସାୟର ଡାଟାକୁ ନଜରରେ ରଖି ଏହା ସମ୍ପୂର୍ଣ୍ଣ ବିଶ୍ବାସ ଯେଚଳିତ ବର୍ଷ ଦେଶର ଜିଡିପିର 8 ପ୍ରତିଶତ ଲକ୍ଷ ହାସଲ କରାଯାଇପାରେ ।

ସରକାର ନିଜ ଭୂମିକାକୁ ଅତ୍ୟନ୍ତ ଉତ୍କୃଷ୍ଟ ଢଙ୍ଗରେ ସର୍ବାଙ୍ଗୀନ ସନ୍ତୁଳନ ସହ ସମସ୍ତ ଚ୍ୟାଲେଞ୍ଜର ପରିଚାଳନା କରିଥିବାରୁ ଏହାର ଶ୍ରେୟ ସରକାରଙ୍କୁ ଦିଆଯିବା ଦରକାର ବୋଲି କହିଛନ୍ତି ଅଦାନୀ । ମଙ୍ଗଳବାର ଅଦାନୀ ଗ୍ରୁପର ଏଜିଏମରେ ସେୟାରହୋଲ୍ଡରଙ୍କୁ ସମ୍ବୋଧିତ କରି ଅଦାନୀ ଏହା ମଧ୍ୟ କହିଛନ୍ତି ଯେ କୋରୋନା ଭଳି ମହାମାରୀରୁ ବାହାରି ଆମେ ସବୁଠାରୁ ଦୃତଗତିରେ ବଢୁଥିବା ଅର୍ଥବ୍ୟବସ୍ଥା ହୋଇଛୁ । ଅନ୍ୟପକ୍ଷେ ଏହି ସମୟରେ ବିଶ୍ବର ବଡ ବଡ ଅର୍ଥବ୍ୟବସ୍ଥା ମାନ୍ଦାବସ୍ଥାର ସାମ୍ନା କରୁଛନ୍ତି ।

ଜଳବାୟୁ ପରିବର୍ତ୍ତନ ବିଷୟରେ ମଧ୍ୟ ନିଜ ମତ ରଖିଛନ୍ତି ଗୌତମ ଅଦାନୀ । ସେ କହିଛନ୍ତି, ଜଳବାୟୁ ପରିବର୍ତ୍ତନ ଉପରେ ଆମକୁ ଲେକ୍ଚର ଦିଆଯାଉଛି । ହେଲେ ଆମେ ବିଶ୍ବର ସେହି ହାତଗଣତି ଦେଶ ମଧ୍ୟରେ ସାମିଲ ଅଛୁ ଯିଏ କୋଭିଡ ମହାମାରୀ ଓ ଶକ୍ତି ସଙ୍କଟ (Energy Crisis) ସତ୍ତ୍ବେ ନବୀକରଣ ଶକ୍ତି କ୍ଷେତ୍ରରେ ଉତ୍ତମ ପ୍ରଗତୀ କରିଛୁ । ଆମ ଦେଶରେ ଏହି କାମ ଏଭଳି ସମୟରେ ସମ୍ଭବ ହୋଇପାରିଛି, ଯେବେ ବିଶ୍ବର କିଛି ବିକଶିତ ଦେଶ ନବୀକରଣଯୋଗ୍ୟ ଶକ୍ତିର ଲକ୍ଷ ହାସଲ କରିବା ନେଇ କାର୍ଯ୍ୟକଳାପ ଉପରେ ପୂର୍ଣ୍ଣଛେଦ ଟାଣିଦେଇସାରିଲେଣି ।

5g spectrum auction: ପ୍ରଥମ ଥର ସାମ୍ନାସାମ୍ନି ହେବେ ଅମ୍ବାନୀ-ଅଦାନୀ

ଖୁବଶୀଘ୍ର ଆରମ୍ଭ ହେବ ୫ଜି ସେବା

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)