1. କୃଷି ଖବର

ଖୁବଶୀଘ୍ର ଆରମ୍ଭ ହେବ ୫ଜି ସେବା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଆଇଏମଟି/୫ଜି ସ୍ପେକ୍ଟ୍ରମ ନିଲାମ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଏହି ନିଲାମ ଜରିଆରେ ସର୍ବୋଚ୍ଚ ମୂଲ୍ୟ ଦେବାକୁ ପ୍ରସ୍ତାବ ଦେଇଥିବା ସଂସ୍ଥା/ବିଡରଙ୍କୁ ୫ଜି ସେବା ଦେଶରେ ପ୍ରଦାନ କରିବାର ଅଧିକାର ମିଳିବ । ଜନସାଧାରଣ ଓ ଉଦ୍ୟୋଗ ସମୂହ ଏହି ସେବା ପାଇ ପାରିବେ ।

Shuvanshu Kar
Shuvanshu Kar
5G services to be rolled out soon

5G services to be rolled out soon

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକ(Union Cabine)ରେ ଆଇଏମଟି/୫ଜି ସ୍ପେକ୍ଟ୍ରମ ନିଲାମ(spectrum auctio) ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଏହି ନିଲାମ ଜରିଆରେ ସର୍ବୋଚ୍ଚ ମୂଲ୍ୟ ଦେବାକୁ ପ୍ରସ୍ତାବ ଦେଇଥିବା ସଂସ୍ଥା/ବିଡରଙ୍କୁ ୫ଜି ସେବା(5G services) ଦେଶରେ ପ୍ରଦାନ କରିବାର ଅଧିକାର ମିଳିବ । ଜନସାଧାରଣ ଓ ଉଦ୍ୟୋଗ ସମୂହ ଏହି ସେବା ପାଇ ପାରିବେ ।

ଭାରତ ସରକାର ତାଙ୍କର ପ୍ରମୁଖ କାର୍ଯ୍ୟକ୍ରମ ଡିଜିଟାଲ ଇଣ୍ଡିଆ, ଷ୍ଟାର୍ଟଅପ ଇଣ୍ଡିଆ ଓ ମେକ ଇନ ଇଣ୍ଡିଆରେ ଡିଜିଟାଲ ସଂଯୋଗକୁ ଗୁରୁତ୍ୱ ଦେଉଛନ୍ତି ଏବଂ ଏଥିପାଇଁ ଆବଶ୍ୟକ ନୀତି ଏବଂ ଯୋଜନା ପ୍ରଣୟନ କରି ତାହାକୁ କାର୍ଯ୍ୟକାରୀ କରୁଛନ୍ତି ।

ବ୍ରଡବ୍ୟାଣ୍ଡ, ବିଶେଷ କରି ମୋବାଇଲ ବ୍ରଡବ୍ୟାଣ୍ଡ ଦେଶର ନାଗରିକଙ୍କ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗରେ ପରିଣତ ହୋଇଛି । ୨ଠ୧୫ରେ ସମଗ୍ର ଦେଶରେ ୪ଜି ସେବାର ଦ୍ରୁତ ସମ୍ପ୍ରସାରଣ ହେବା ପରେ ଏହି ପ୍ରୟାସ ବିଶେଷ ତ୍ୱରାନ୍ୱିତ ହୋଇଥିଲା । ୨ଠ୧୪ରେ ଦେଶରେ ବ୍ରଡବ୍ୟାଣ୍ଡ ବ୍ୟବହାରକାରୀଙ୍କ ସଂଖ୍ୟା ୧ଠ କୋଟି ଥିବାବେଳେ ଏବେ ଏହା ୮ଠ କୋଟିରେ ପହଂଚିଛି ।

ଏହି ଐତିହାସିକ ନୀତି ଓ ଯୋଜନା ମାଧ୍ୟମରେ ସରକାର ମୋବାଇଲ ବ୍ୟାଙ୍କିଙ୍ଗ, ଅନଲାଇନ ଶିକ୍ଷା, ଟେଲିମେଡିସିନ ଓ ଅନ୍ତ୍ୟୋଦୟ ପରିବାରଙ୍କ ଇ-ରେସେନ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରୁଛନ୍ତି ।

ଦେଶରେ ଯେଉଁ ସଫଳ ୪ଜି ପରିବେଶ ସୃଷ୍ଟି ହୋଇଥିଲା ତାହା ୫ଜିକୁ ଯିବା ପାଇଁ ବାଟ ଖୋଲିଛି । ବଡ଼ କଥା ହେଲା ସ୍ୱଦେଶୀ କାରିଗରୀ ଜ୍ଞାନକୌଶଳ ଓ ପ୍ରଯୁକ୍ତି ଦ୍ୱାରା ଭାରତ ୪ଜିରୁ ୫ଜିକୁ ପ୍ରବେଶ କରୁଛି । ଦେଶରେ ଘରୋଇ ୫ଜି ଟେକ୍ନୋଲୋଜି ସେବା ଆରମ୍ଭ କରିବାକୁ ସରକାର ଦେଶର ଆଠଟି ଶ୍ରେଷ୍ଠ ଟେକ୍ନୋଲୋଜି ପ୍ରତିଷ୍ଠାନରେ ୫ଜି ଟେଷ୍ଟ ବେଡ ସେଟ ଅପ (ପରୀକ୍ଷାମୂଳକ ବ୍ୟବସ୍ଥା) ସ୍ଥାପନ କରିଛନ୍ତି । ସରକାର ମଧ୍ୟ ଉତ୍ପାଦନଭିତ୍ତିକ ପ୍ରୋତ୍ସାହନ ନୀତି (ପିଏଲଆଇ) ମାଧ୍ୟମରେ ମୋବାଇଲ ଫୋନ, ଟେଲିକମ ସାମଗ୍ରୀ ଓ ସେମିକଣ୍ଡକ୍ଟର ନିର୍ମାଣକୁ ପ୍ରୋତ୍ସାହନ ଯୋଗାଉଛନ୍ତି। ଏହି ଉଦ୍ୟମ ଦେଶରେ ୫ଜି ସେବା ପ୍ରବର୍ତ୍ତନ ପାଇଁ ଉପଯୁକ୍ତ ବାତାବରଣ ସୃଷ୍ଟି କରିବ ବୋଲି ଆଶା କରାଯାଉଛି । ଏ କ୍ଷେତ୍ରରେ ଚାଲିଥିବା ନିରନ୍ତର ପ୍ରୟାସ ଭାରତକୁ ଯେ ଶୀଘ୍ର ବିଶ୍ୱର ଅନ୍ୟତମ ପ୍ରମୁଖ ୫ଜି ଟେକ୍ନୋଲୋଜୀ ଓ ଆଗାମୀ ୬ଜି ଟେକ୍ନୋଲୋଜୀ ରାଷ୍ଟ୍ରର ମାନ୍ୟତା ଦେବ ଏଥିରେ ସଂଦେହ ନାହିଁ ।

ସମଗ୍ର ୫ଜି ବ୍ୟବସ୍ଥାରେ ସ୍ପେକ୍ଟ୍ରମ ବା ଧ୍ୱନିତରଙ୍ଗ ଏକ ଅବିଚ୍ଛେଦ୍ୟ ଅଙ୍ଗ । ଆସନ୍ନ ୫ଜି ସେବା ଦେଶରେ ନୁ୍ୟ ଏଜ ବିଜନେସ ସୃଷ୍ଟି କରିବାର ସାମର୍ଥ୍ୟ ବହନ କରେ । ଏହା ଫଳରେ ଉଦ୍ୟୋଗଗୁଡ଼ିକ ଅଧିକ ରାଜସ୍ୱ ସୃଷ୍ଟି କରିବେ ଏବଂ ନୂଆ ଟେକ୍ନୋଲୋଜୀ ମୁତୟନ କରି ଅଧିକ ନିଯୁକ୍ତି ସୁଯୋଗ ଯୋଗାଇବେ ।

ମୋଟ ୭୨୦୯୭.୮୫ ମେଗାହର୍ଜ ସ୍ପେକ୍ଟ୍ରମ ୨୦ ବର୍ଷ ପାଇଁ ନିଲାମରେ ଦିଆଯିବ । ଏହି ସ୍ପେକ୍ଟ୍ରମ ନିଲାମ କାମ ୨୦୨୨ ଜୁଲାଇ ଶେଷ ସୁଦ୍ଧା ଶେଷ ହେବ । ବିଭିନ୍ନ ବର୍ଗରେ ଏହି ସ୍ପେକ୍ଟ୍ରମ ନିଲାମ କରାଯିବ । ସେଥିରେ ୬୦୦, ୭୦୦, ୮୦୦, ୯୦୦, ୧୮୦୦, ୨୧୦୦ ଓ ୨୩୦୦ ମେଗାହର୍ଜ ସ୍ୱଳ୍ପବର୍ଗ ସ୍ପେକ୍ଟ୍ରମ ଅନ୍ତର୍ଭୁକ୍ତ । ସେହିଭଳି ମଧ୍ୟମ ବର୍ଗରେ ୩୩୦୦ ମେଗାହର୍ଜ ଓ ଉଚ୍ଚ ବର୍ଗରେ ୨୬ (ଗିଗାହର୍ଜ) ଫ୍ରିକୁଏନ୍ସି ବ୍ୟାଣ୍ଡ ମଧ୍ୟ ନିଲାମ ପାଇଁ ଉପଲବ୍ଧ ହେବ ।

ଆଶା କରାଯାଉଛି ଯେ ମଧ୍ୟମ ଓ ଉଚ୍ଚ ବ୍ୟାଣ୍ଡ ସ୍ପେକ୍ଟ୍ରମକୁ ଟେଲିଫୋନ ସେବା ଯୋଗାଣକାରୀ ବ୍ୟବହାର କରି ଦେଶରେ ୫ଜି ସେବା ଯୋଗାଣ ଆରମ୍ଭ କରିବେ । ଏହି ୫ଜି ସେବା ଅଧିକ ବେଗ (ସ୍ପିଡ) ଓ ଦକ୍ଷତା ପ୍ରଦାନ କରିବାକୁ ସମର୍ଥ । ବର୍ତ୍ତମାନର ୪ଜି ସେବା ଠାରୁ ଏହା ୧ଠ ଗୁଣ ଦ୍ରୁତତର ସ୍ପିଡ ପ୍ରଦାନ କରିବାକୁ ସକ୍ଷମ ।

ଖୁବଶୀଘ୍ର ଭାରତରେ ଲଞ୍ଚ ହେବ 6G

କୃଷି ପାଇଁ ନୂଆ ପ୍ରଯୁକ୍ତି ବିଦ୍ୟା: ଆପଣ ଜାଣନ୍ତୁ

୨୦୨୧ ସେପ୍ଟେମ୍ବରରେ ସରକାରଙ୍କ ଦ୍ୱାରା ଘୋଷିତ ଟେଲିକମ କ୍ଷେତ୍ର ସଂସ୍କାର ଏହି ସ୍ପେକ୍ଟ୍ରମ ନିଲାମ ଦ୍ୱାରା ତ୍ୱରାନିତ ହେବ । ଏହି ସଂସ୍କାର ଅନୁସାରେ ଆଗାମୀ ନିଲାମରେ ସ୍ପେକ୍ଟ୍ରମ ବ୍ୟବହାର ଦେୟ (ଏସୟୁସି)କୁ ଶୂନ୍ୟ କରାଯିବ । ଅର୍ଥାତ ସ୍ପେକ୍ଟ୍ରମ ବ୍ୟବହାର ବାବଦ ଦେୟ ବ୍ୟବସ୍ଥା ଆଉ ରହିବ ନାହିଁ । ତେଣୁ ଏହାଦ୍ୱାରା ନିଲାମଧାରୀ ସେବା ପ୍ରଦାନକାରୀମାନଙ୍କଠୁ ପରିଚାଳନା ଖର୍ଚ୍ଚ ହ୍ରାସ ପାଇବ । ସେମାନେ ମଧ୍ୟ ଏହାର ସୁଯୋଗ ନେଇ ନିଜର ନେଟୱର୍କ ଯଥେଷ୍ଟ ବଢ଼ାଇ ପାରିବେ । ଆହୁରି ମଧ୍ୟ ନିଲାମ ପାଇଁ ବିଡରଙ୍କୁ ଯେଉଁ ଆର୍ଥିକ ବ୍ୟାଙ୍କ ଗ୍ୟାରେଣ୍ଟି ଆଉ ଦେବାକୁ ପଡୁଥିଲା ତାହା ଆଉ ଦେବାକୁ ହେବ ନାହିଁ । ଆଗରୁ ଏ ବାବଦରେ ନିଲାମଧାରୀଙ୍କୁ ନିଲାମର ବାର୍ଷିକ କିସ୍ତି ସହିତ ସମାନ ପରିମାଣର ଅର୍ଥ ରାଶି ଜମା କରିବାକୁ ପଡୁଥିଲା ।

କ୍ୟାବିନେଟର ନିଷ୍ପତ୍ତି ଅନୁସାରେ ଟେଲିକମ କ୍ଷେତ୍ରର ସଂସ୍କାର ପ୍ରକ୍ରିୟା ଚାଲୁ ରହିବ । ଆଗାମୀ ସ୍ପେକ୍ଟ୍ରମ ନିଲାମ ଠାରୁ ବ୍ୟବସାୟିକ ସୁଗମତା ବଢ଼ାଇବା ପାଇଁ ଆଉ କେତେକ, ପ୍ରଗତିମୂଳକ ପଦକ୍ଷେପକୁ କାର୍ଯ୍ୟକାରୀ କରାଯିବ । ଯେଉଁମାନେ ନିଲାମ ନେବେ ସେମାନଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଓ ପ୍ରୋତ୍ସାହନ ମିଳିବ । ପ୍ରଥମ ଥର ପାଇଁ ସଫଳ ବିଡରଙ୍କୁ ସିଧାସଳଖ ସବୁ ଅର୍ଥ ଜମା ଦେବାକୁ ପଡ଼ିବ ନାହିଁ । ସେମାନେ ସମାନ ୨ଠ କିସ୍ତିରେ ପ୍ରତିବର୍ଷ ଆରମ୍ଭରେ ଅଗ୍ରିମ ଏହି ଅର୍ଥ ଦାଖଲ କରିବେ । ଏହା ଫଳରେ ସଂଯୁକ୍ତ ଉଦ୍ୟୋଗର ନଗଦ ପ୍ରସାରଣ ବଢ଼ିବ ଏବଂ ସଂଯୁକ୍ତ ଉଦ୍ୟୋଗୀ ବଳକା ଅର୍ଥ ହାତରେ ରଖି ସୁରୁଖୁରୁରେ ଓ ଅଳ୍ପ ପୁଞ୍ଜିରେ ବ୍ୟବସାୟ କରିପାରିବେ । ଯଦି କେହି ନିଲାମଧାରୀ ୧ଠ ବର୍ଷ ପରେ ସ୍ପେକ୍ଟ୍ରମ ଫେରାଇବାକୁ ଚାହାନ୍ତି ସେଥିପାଇଁ ତାଙ୍କୁ ସୁଯୋଗ ମିଳିବ । ସ୍ପେକ୍ଟ୍ରମ ଫେରାଇବା ପୂର୍ବରୁ ସଂଯୁକ୍ତ ନିଲାମଧାରୀଙ୍କୁ ପରିଶୋଧ ହୋଇ ନ ଥିବା ସମସ୍ତ ଦେୟ ପୈଠ କରିବାକୁ ହେବ । ତେବେ ଅବଶିଷ୍ଟ ୧ଠ ବର୍ଷ ପାଇଁ ତାଙ୍କୁ ଆଉ କିସ୍ତି ଦେବାକୁ ପଡ଼ିବ ନାହିଁ ।

୫ଜି ସେବା ଆରମ୍ଭ ପାଇଁ ଯଥେଷ୍ଟ ବ୍ୟାକହଲ ସ୍ପେକ୍ଟ୍ରମର ଆବଶ୍ୟକତା ରହିଛି । ଏହି ବ୍ୟାକହଲ ଚାହିଦା ପୂରଣ କରିବା ପାଇଁ ଟେଲିକମ ସେବା ଯୋଗାଣକାରୀଙ୍କୁ ସାମୟିକ ଭାବେ ୨ଟି ୨୫ଠ ମେଗାହର୍ଜ କ୍ଷମତା ବିଶିଷ୍ଟ ଇ-ବ୍ୟାଣ୍ଡ କ୍ୟାରିୟର ଯୋଗାଇ ଦେବାକୁ କ୍ୟାବିନେଟ ନିଷ୍ପତ୍ତି ନେଇଛି । ଏହାଛଡ଼ା ବର୍ତ୍ତମାନ ୧୩, ୧୫, ୧୮, ଓ ୨୧ ଗିଗାହର୍ଜ ବ୍ୟାଣ୍ଡ ଫ୍ରିକୁଏନ୍ସରେ ଉପଲବ୍ଧ ହେଉଥିବା ପାରମ୍ପରିକ ମାଇକ୍ରୋୱେଭ ବ୍ୟାକହଲ କ୍ୟାରିୟର ସଂଖ୍ୟାକୁ ଦ୍ୱିଗୁଣିତ କରିବାକୁ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ଆହୁରି ମଧ୍ୟ ଇଣ୍ଡଷ୍ଟ୍ରି ୪.ଠର ଉପଯୋଗ ପାଇଁ ନୂଆ ଇନୋଭେସନ ୱେଭ ଯୋଗାବାକୁ ନିଜସ୍ୱ ସଂଯୋଗ ବ୍ୟବସ୍ଥା (କ୍ୟାଣ୍ଡିଭ ନେଟୱର୍କ) ସ୍ଥାପନକୁ କ୍ୟାବିନେଟ ସବୁଜ ସଂକେତ ଦେଇଛି । ଏହା ଫଳରେ ମେସିନ ଟୁ ମେସିନ କମୁନିକେସନ, ଇଣ୍ଟରନେଟ ଅଫ୍ ଥିଙ୍ଗସ, ଆର୍ଟିଫିସିଆଲ ଇଣ୍ଟରନେଟ ଆଦି ନୂଆ ଅତ୍ୟାଧୁନିକ ଟେକ୍ନୋଲୋଜୀକୁ ଅଟୋମୋଟିଭ, ସ୍ୱାସ୍ଥ୍ୟସେବା, କୃଷି, ଊର୍ଜା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ସହଜରେ ବ୍ୟବହାର କରାଯାଇ ପାରିବ ।

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments