1. ଅନ୍ୟାନ୍ୟ

କୃଷି ପାଇଁ ନୂଆ ପ୍ରଯୁକ୍ତି ବିଦ୍ୟା: ଆପଣ ଜାଣନ୍ତୁ

କୃଷିକୁ ଭାରତର ଅର୍ଥ ବ୍ୟବସ୍ଥାର ମେରୁଦଣ୍ଡ ବୋଲି ଗ୍ରହଣ କରାଯାଏ l ଭାରତ ଗହମ, ଚାଉଳ, ଡାଲି, ମସଲା ଆଦି ଅନେକ ପଦାର୍ଥ ଉତ୍ପାଦନରେ ପ୍ରଥମ ସ୍ଥାନରେ ରହିଛି l ଆମ ଦେଶରେ କୃଷି କ୍ଷେତ୍ରର ବିକାଶ ଓ ଗ୍ରାମୀଣ ଜୀବନର ଉନ୍ନତି ପାଇଁ ଅନେକ ନୂଆ ନୂଆ ଯୋଜନା କରାଯାଉଛି l

Sugyan Kumar Nayak
Sugyan Kumar Nayak

କୃଷିକୁ ଭାରତର ଅର୍ଥ ବ୍ୟବସ୍ଥାର ମେରୁଦଣ୍ଡ ବୋଲି ଗ୍ରହଣ କରାଯାଏ l ଭାରତ ଗହମ, ଚାଉଳ, ଡାଲି, ମସଲା ଆଦି ଅନେକ ପଦାର୍ଥ ଉତ୍ପାଦନରେ ପ୍ରଥମ ସ୍ଥାନରେ ରହିଛି l ଆମ ଦେଶରେ କୃଷି କ୍ଷେତ୍ରର ବିକାଶ ଓ ଗ୍ରାମୀଣ ଜୀବନର ଉନ୍ନତି ପାଇଁ ଅନେକ ନୂଆ ନୂଆ ଯୋଜନା କରାଯାଉଛି l କୃଷି କ୍ଷେତ୍ରରେ ସୁଧାର ଆଣିବା ପାଇଁ ଅନେକ କ୍ଷେତ୍ରର ଯୋଗଦାନ ରହିଥାଏ l ମାତ୍ର ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ଭୂମିକା ଏଥିରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ l ଏହି କ୍ଷେତ୍ରର ବିକାଶ ଫଳରେ କୃଷକକୁ ଅଧିକ ଉତ୍ପାଦନ ଓ ଲାଭ ମଧ୍ୟ ମିଳୁଛି l ଆଜିର ଏହି ଲେଖା ମାଧ୍ୟମରେ ଆମେ ଆପଣଙ୍କୁ କିଛି ଏପରି ଜ୍ଞାନ କୌଶଳ ବିଷୟରେ ଜଣାଇବାକୁ ଯାଉଛୁ, ଯାହାର ପ୍ରୟୋଗ ଫଳରେ ଭାରତୀୟ କୃଷି ଜଗତରେ ଏକ ବିଶାଳ ପରିବର୍ତ୍ତନ ଆସିପାରିବ l

କୃଷିର ନୂତନ କୌଶଳ

୧.ଜୈବ ପ୍ରଯୁକ୍ତି ବିଦ୍ୟା

୨. ନାନୋ ବିଜ୍ଞାନ

୩. ଭୂ-ସ୍ଥାନିକ ପ୍ରଯୁକ୍ତି ବିଦ୍ୟା

୪. ବିଗ୍ ଡାଟା

ଜୈବ ପ୍ରଯୁକ୍ତିବିଦ୍ୟା

ଯଦିଓ ଏହା ଏକ ନୂଆ ଉପାୟ ନୁହେଁ, ମାତ୍ର ଏହାର ଉପଯୋଗୀତା ବହୁତ ରହିଥାଏ l ଏହା କୃଷକକୁ ଅଳ୍ପ ବିନିଯୋଗରେ ଅଧିକ ଲାଭ ପ୍ରଦାନ କରିବାର କ୍ଷମତା ରଖିଥାଏ l ଏହା ପର୍ଯ୍ୟାବରଣ ପାଇଁ ମଧ୍ୟ ଉପଯୋଗୀ ଅଟେ l ଏହି କୃଷିରେ ଉର୍ବରକ ରୂପରେ ଉଦ୍ଭିଦ ତଥା ପଶୁମାନଙ୍କର ଅବଶେଷରୁ ମିଳୁଥିବା ଉର୍ବରକକୁ ବ୍ୟବହାର କରାଯାଇଥାଏ l ଯାହାକି ଖାଦ୍ୟକୁ ସ୍ୱାଦିଷ୍ଟ କରିବା ସହିତ ପୃଷ୍ଟିକର ମଧ୍ୟ କରିଥାଏ l

ନାନୋ ବିଜ୍ଞାନ

କୃଷି କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି କରିବା ପାଇଁ ଅଧିକ ରାସାୟନିକ ପଦାର୍ଥ ପ୍ରୟୋଗ କରାଯାଇଥାଏ l ମାତ୍ର ନାନୋ ବିଜ୍ଞାନ ଏହାର ତୀବ୍ର ବିରୋଧ କରିଥାଏ l ଏହି ପ୍ରଣାଳୀରେ କିଛି ଏପରି ରାସାୟନିକ ପ୍ରସ୍ତୁତ କରାଯାଇଥାଏ, ଯାହା ପର୍ଯ୍ୟାବରଣର କ୍ଷତି ନକରି ମଧ୍ୟ ଉତ୍ପାଦନରେ ବୃଦ୍ଧି କରିପାରିବ l ଏଥିରେ କିଛି ଏପରି କୃଷି ଉପକରଣ ବା ଯନ୍ତ୍ରପାତି ପ୍ରସ୍ତୁତ କରାଯାଇଥାଏ, ଯାହା ଗଛର ବୃଦ୍ଧି ଓ ଉପଯୋଗୀତାକୁ ଦୁଇଗୁଣ କରିଥାଏ l ଯଥା: ସେନ୍ସର ଓ ବୃଦ୍ଧି ପରିମାପକ ଯନ୍ତ୍ର ଇତ୍ୟାଦି l

ଭୂ-ସ୍ଥାନିକ ପ୍ରଯୁକ୍ତି ବିଦ୍ୟା

ଯଦି କୃଷକ ଭାଇ ନିଜ ଜମିରେ ଉପଯୁକ୍ତ ପରିମାଣ ତଥା ଅନୁପାତରେ ଆବଶ୍ୟକୀୟ ଉର୍ବରକ ଓ ଅନ୍ୟାନ୍ୟ ସାମଗ୍ରୀ ପ୍ରୟୋଗ କରନ୍ତି, ତେବେ ତାଙ୍କୁ ଭଲ ଉତ୍ପାଦନ ମିଳିଥାଏ l ମାତ୍ର ସାର ଓ ଉର୍ବରକ ପ୍ରୟୋଗ କରିବା ଆଗରୁ ମାଟିର ଯାଞ୍ଚ କରିନେବା ଅତ୍ୟନ୍ତ ଜରୁରୀ ହୋଇଥାଏ l ଏମିତିରେ ବି ଉର୍ବରକ ବହୁତ ମାହଙ୍ଗା ଅଟେ l ତେଣୁ ଏହାର ଦୁରୁପଯୋଗ କରିବା ଠିକ ନୁହେଁ l ତେଣୁ ଭୂ ସ୍ଥାନିକ ବିଜ୍ଞାନ ମାଟିର ଆବଶ୍ୟକତାର ଅନୁସନ୍ଧାନ କରେ ଓ ଏହା ଅନୁସାରେ ସାର ପ୍ରୟୋଗ କରିବାରେ ସହାୟକ ହୋଇଥାଏ l ଯାହା ସାହାଯ୍ୟରେ ସାର ଓ ଉର୍ବରକର ପ୍ରୟୋଗ ଉପଯୁକ୍ତ ପରିମାଣରେ କରିବା ସମ୍ଭବ ହୋଇଥାଏ ଓ ଉତ୍ପାଦନ ବୃଦ୍ଧି ହୋଇଥାଏ l

ବିଗ୍ ଡାଟା

ବର୍ତ୍ତମାନ ପରିସ୍ଥିତିରେ ବିଗ୍ ଡାଟା ଦ୍ୱାରା ଉନ୍ନତ କୃଷି କରାଯାଇ ପାରୁଛି l ଏହା ସାହାଯ୍ୟରେ କୃଷକକୁ ଠିକ ନିଷ୍ପତି ନେବା ସହଜ ହୋଇଥାଏ l ଜାଣି ରଖନ୍ତୁଯେ ଭାରତୀୟ ବଜାରରେ ନୂଆ ତଥ୍ୟ ସଂଗ୍ରହର ବହୁତ ବେଶୀ ଗୁରୁତ୍ୱ ରହିଛି l ଯାହାକି ପୁନର୍ବାର କୃଷିରେ ଆପଣଙ୍କୁ ସହଯୋଗ କରିଥାଏ l ଏହା ହିଁ ବିଗ୍ ଡାଟା କୌଶଳର ମୂଳ ଲକ୍ଷ୍ୟ ଅଟେ l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments