1. କୃଷି ଖବର

ଆଖି ବୁଜିଲେ ସୁଷମା ସ୍ୱରାଜ !

ଆଖି ବୁଜିଲେ ସୁଷମା ସ୍ୱରାଜ !

KJ Staff
KJ Staff

"ଜାମୁ ଓ କାଶ୍ମୀର ଲାଗି ନେଇଥିବା ନୂତନ ପଦକ୍ଷେପ ର ସ୍ୱାଗତ କରି ତାଙ୍କୁ ଅଭିନନ୍ଦନ ଜଣାଇବା ସହ କହିଥିଲେ ଯେ ସେ ବହୁ ଦିନରୁ ଏହି ପରି ଏକ ପଦକ୍ଷେପ ର ଅପେକ୍ଷା ରେ ରହିଥିଲି "

ପୂର୍ବତନ ବିଦେଶ ମନ୍ତ୍ରୀ ଏବଂ ବରିଷ୍ଠ ବି.ଜେ.ପି ନେତା ସୁଷମା ସ୍ୱରାଜ ,ଗତ କାଲି ଏମ୍ସ ରେ ଚିକିତ୍ସାଧୀନ ଥିଲା ବେଳେ ଶେଷ ନିଶ୍ୱାସ ନେଇଛନ୍ତି |୬୭ ବର୍ଷ ର ମହାନ ନେତା ସୁଷମା ଙ୍କୁ ମଙ୍ଗଳବାର ରାତିରେ ଗୁରୁତ୍ୱର ଅବସ୍ଥା ରେ ଏମ୍ସ ଡାକ୍ତରଖାନା ରେ ଭର୍ତି କରାହେଲା ପରେ ପରେ ସେ ହାର୍ଟ ଆଟାକ ହେତୁ ମୃତ୍ୟୁବରଣ କରିଥିବା ର ସ୍ପଷ୍ଟ କରିଛନ୍ତି ଏମ୍ସ ଡାକ୍ତର |

"ଭାରତ ର ରାଜନୀତି ର ଏକ ସୁବର୍ଣ୍ଣ ପୃଷ୍ଠା ର ଅନ୍ତ ହୋଇଛି |ଏକ ମହାନ ନେତା ଓ ଦେଶଭକ୍ତ ଙ୍କ ର ଶେଷ ନିଶ୍ୱାସ ରେ ସାରା ଭାରତ ପ୍ରତାରିତ |ଏପରି ଏକ ଦେଶପ୍ରେମୀ ଏବଂ ସାଧାରଣ ଯନ୍ତା ଲାଗି ଜୀବନ ଉତ୍ସର୍ଗ କରୁଥିବା ନେତା ବିରଳ "ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରିଛନ୍ତି |
ଅନ୍ୟାନ୍ୟ ବରିଷ୍ଠ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ,ପ୍ରକାଶ ଜାଭେଦକର ,ହର୍ଷ ବର୍ଦ୍ଧନ ସମେତ ବହୁ ମନ୍ତ୍ରୀ ସୁଷମା ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ର ଚିନ୍ତିତ ହୋଇ ଏମ୍ସ ରେ ତାଙ୍କୁ ଭେଟିଥିଲେ |ପୂର୍ବରୁ ସନ୍ଧ୍ୟାରେ ସୁଷମା ଶେଷ ଥର ଲାଗି ପ୍ରଧାନମନ୍ତ୍ରୀ ଙ୍କ ଜାମୁ ଓ କାଶ୍ମୀର ଲାଗି ନେଇଥିବା ନୂତନ ପଦକ୍ଷେପ ର ସ୍ୱାଗତ କରି ତାଙ୍କୁ ଅଭିନନ୍ଦନ ଜଣାଇବା ସହ କହିଥିଲେ ଯେ ସେ ବହୁ ଦିନରୁ ଏହି ପରି ଏକ ପଦକ୍ଷେପ ର ଅପେକ୍ଷା ରେ ରହିଥିଲେ |

ସେହିପରି ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ମଧ୍ୟ ନିଜ ଟ୍ୱିଟ ଜରିଆରେ ଦୁଃଖ ପ୍ରକାଶ କରିବା ସହ କହିଥିଲେ ଯେ ସୁଷମା ଙ୍କ ପରି ଏକ ଦେଶପ୍ରେମୀ ଙ୍କ ପାଖରେ ଭାରତ ଚିର ରୁନି |ସାଧାରଣ ଯନ୍ତା ଙ୍କ ଲାଗି ତାଙ୍କର ସ୍ନେହ ଏବଂ ସହାନୁନଭୂତି ସର୍ବଦା ସ୍ମରଣୀୟ ରହିବ |
ଗତ ୨୦୧୬ ରେ ସେ ଗୋଟେ କିଡ୍ନୀ ଟ୍ରାନ୍ସପ୍ଲାଣ୍ଟ କରିଲା ପରେ ସ୍ୱାସ୍ଥ୍ୟ ସମସ୍ୟା ଲାଗି କେନ୍ଦ୍ର ମନ୍ତ୍ରୀ ପଦ ରୁ ଓହରି ଯାଇଥିଲେ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments