ଆକସ୍ମିତ ଭାବେ ଭାରତ ବାୟୁ ସେନା ଜେଏସ-ଇ-ମହମଦ ର ଶିବିର ରେ ହାରାହାରି ୧୦୦୦ କି.ଗ୍ରା ର ବୋମା ମାଡ କରିଛି | ଘଟଣା ଟି ରାତ୍ରି ର ୩.୩୦ ରେ ହୋଇଥିଲା ବେଳେ ଆଚମ୍ବିତ ହୋଇ ରହିଯାଇଛନ୍ତି ପାକିସ୍ତାନୀ ସରକାର |
ଏହି ଆତଙ୍କ ର ଶିବିର ଭାରତ ର ସୀମା ରେଖା ପରିଶେଷରେ (ଏଲ.ଓ.ସି )ମୁଜାଫରାବାଦ ରେ ଥିବା ର ଜଣାପଡିବା ପରେ ଭାରତ ପାଞ୍ଚିଥିଲା ଏହି ପରି ଜବାବ !ସର୍ଜିକାଲ ଷ୍ଟ୍ରାଇକ ୨ |ଏନେଇ ପାକିସ୍ତାନୀ ସେନା ର ମେଜର ଜେନେରାଲ ଆସିଫ ଗାଫୁର ଭାରତ ସୀମା ର ଉଲ୍ଲଙ୍ଘନ କରିଛି ବୋଲି ଟ୍ୱିଟ କରିଥିଲେ
Indian aircrafts’ intrusion across LOC in Muzafarabad Sector within AJ&K was 3-4 miles.Under forced hasty withdrawal aircrafts released payload which had free fall in open area. No infrastructure got hit, no casualties. Technical details and other important information to follow.
— Maj Gen Asif Ghafoor (@OfficialDGISPR) February 26, 2019
ଏଏନଆଇ ରିପୋର୍ଟ ଅନୁଯାୟୀ ଭାରତ ବାୟୁ ସେନା ମଙ୍ଗଳବାର ରାତି ୩.୩୦ ରେ ୧୨ ଟି ମିରେଜ ୨୦୦୦ ଫାଇଟର ଜେଟ ଦ୍ୱାରା ୧୦୦୦ କି.ଗ୍ରା ବୋମା ମାଡକରି ଆତଙ୍କବାଦୀ ର ସମ୍ପୂର୍ଣ ଶିବିର କୁ ନଷ୍ଟ କରିଛି |ବୋମା ମାଡ ରେ ହାରାହାରି ୨୦୦-୩୦୦ ଆତଙ୍କବାଦୀ ଙ୍କ ମୃତ୍ୟୁ ହେବାର ସୂଚନା ରହିଛି |
ଏହା ପରେ ଭାରତ ସରକାର ବାୟୁ ସେନା କୁ ଅଭିନନ୍ଦନ ଜଣାଇଛନ୍ତି ଏବଂ ସାଲୁଟ କରିଛନ୍ତି |ସତେ ଯେପରି ହିନ୍ଦୀ ସିନେମା "ଉରୀ " ର ଡାଇଲଗ "ଏହା ନୂତନ ଭାରତ !ଏହା ଘରେ ପଶିବା ମଧ୍ୟ ଏବଂ ପଶିକି ମାରିବା ମଧ୍ୟ "ସତ ହୋଇଛି |
ଘଟଣା ଟି ଫୁଲୱାମା ଆତଙ୍କ ର ୧୨ ଦିନ ପରେ ହୋଇଛି ଏବଂ ଏବେ ମଧ୍ୟ ଭାରତ ବର୍ଡ଼ର ରେ ସେନା ବାହିନୀ ଖୁବ ସଚେତନ ହୋଇ ପାକିସ୍ତାନ ର ସମସ୍ତ ଗତିବିଧି ଉପରେ ନଜର ରଖିଛି |ସୀମା ରେ ସେନା ର ସୁରକ୍ଷା ଆହୁରି କଡାକଡି କରାଯାଇଛି |
Share your comments