
India to be self-sufficient in urea by 2025-end, says Mandaviya
2025 ଶେଷସୁଦ୍ଧା ଭାରତକୁ ଆଉ ୟୁରିଆ(UREA) ଆମଦାନୀ କରିବାକୁ ପଡିବ ନାହିଁ । କାରଣ ପାରମ୍ପାରିକ ୟୁରିଆ ଏବଂ ନାନୋ-ତରଳ ୟୁରିଆ( NANO UREA Liquid)ର ଘରୋଇ ଉତ୍ପାଦନ ଦେଶର ବାର୍ଷିକ ଚାହିଦା ପୂରଣ କରିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ରସାୟନ ଏବଂ ସାର ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ । ବର୍ତ୍ତମାନ ଦେଶର ୟୁରିଆ(UREA) ଉତ୍ପାଦନ ହେଉଛି 260 ଲକ୍ଷ ଟନ୍ ହୋଇଥିବାବେଳେ ସ୍ଥାନୀୟ ଚାହିଦା ପୂରଣ ପାଇଁ ପ୍ରାୟ 90 ଲକ୍ଷ ଟନ୍ ଆମଦାନୀ ହୋଇଛି ।
କେନ୍ଦ୍ରମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି 2025 ଶେଷ ସୁଦ୍ଧା ଭାରତ ୟୁରିଆରେ ଆତ୍ମନିର୍ଭରଶୀଳ ହେବ ଏବଂ ଆମଦାନୀ ଉପରେ କ କୌଣସି ନିର୍ଭରଶୀଳତା ରହିବ ନାହିଁ। ପାରମ୍ପାରିକ ୟୁରିଆ ଏବଂ ନାନୋ ୟୁରିଆର ଆମର ଘରୋଇ ଉତ୍ପାଦନ ଚାହିଦାରୁ ଅଧିକ ରହିବ ବୋଲି କହିଛନ୍ତି ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ।
ମନ୍ତ୍ରୀ କହିଛନ୍ତି ଯେ ପାରମ୍ପାରିକ ୟୁରିଆର ଉତ୍ପାଦନ କ୍ଷମତା ପ୍ରାୟ 60 ଲକ୍ଷ ଟନକୁ ବୃଦ୍ଧି ପାଇବ ଏବଂ ନାନୋ ୟୁରିଆର ଉତ୍ପାଦନ ବାର୍ଷିକ 44 କୋଟି ବୋତଲ (ପ୍ରତ୍ୟେକ 500 ମିଲି) କୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ଏହା 200 ଲକ୍ଷ ଟନ୍ ପାରମ୍ପାରିକ ୟୁରିଆ ସହିତ ସମାନ ହେବ ।
ମାଣ୍ଡଭିଆ କହିଛନ୍ତି ଯେ କୃଷକମାନେ ନାନୋ ୟୁରିଆକୁ ଭଲ ଭାବରେ ଗ୍ରହଣ କରିଛନ୍ତି ଯାହା ଅତ୍ୟନ୍ତ ଉତ୍ସାହଜନକ । ମୃତ୍ତିକାର ସ୍ୱାସ୍ଥ୍ୟ ବଜାୟ ରଖିବା ସହିତ ଫସଲ ଅମଳ ବୃଦ୍ଧିରେ ତରଳ ପୋଷକ ତତ୍ତ୍ୱ ପ୍ରଭାବଶାଳୀ ଅଟେ।
ମନ୍ତ୍ରଣାଳୟର ଜଣେ ଅଧିକାରୀଙ୍କ ଅନୁଯାୟୀ ଆମଦାନୀ ହ୍ରାସ ହେଲେ ସରକାର ବାର୍ଷିକ ପ୍ରାୟ 40,000 କୋଟି ବୈଦେଶିକ ମୁଦ୍ରା ସଞ୍ଚୟ କରିବେ। ନାନୋ ୟୁରିଆର ଗୋଟିଏ ବୋତଲ ୟୁରିଆର ଗୋଟିଏ ବ୍ୟାଗ ସହିତ ସମାନ । ଏହାର ବ୍ୟବହାର ଉଭୟ ଉତ୍ପାଦନ ଏବଂ ବ୍ୟବହାର ସ୍ତରରେ ରାସାୟନିକ ସାରର ଅତ୍ୟଧିକ ବ୍ୟବହାର ହେତୁ ମାଟି, ଜଳ ଏବଂ ବାୟୁ ପ୍ରଦୂଷଣକୁ ପ୍ରଭାବଶାଳୀ ଭାବରେ ହ୍ରାସ କରିପାରେ ।
ବର୍ତ୍ତମାନ, ନାନୋ ୟୁରିଆର ଉତ୍ପାଦନ ହେଉଛି ବାର୍ଷିକ 5 କୋଟି ବୋତଲ । IFFCO ବଜାରରେ ଅଭିନବ ନାନୋ ୟୁରିଆ ସାମ୍ନାକୁ ଆଣିଛି । ଏହାର ବ୍ୟବସାୟିକ ଉତ୍ପାଦନ 2021 ଅଗଷ୍ଟ 1ରେ ଗୁଜୁରାଟର ଥିବା IFFCO ପ୍ଲାଣ୍ଟରୁ ଆରମ୍ଭ ହୋଇଥିଲା ।
Share your comments