
Indian government assessing crops digitally, says Agriculture Minister Tomar
କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର(Agriculture Minister Tomar) କହିଛନ୍ତି ଯେ କୃଷକମାନଙ୍କୁ ଅଧିକ ବିବେକପୂର୍ଣ୍ଣ ଢଙ୍ଗରେ ଫସଲ ଚୟନ ଲାଗି ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଡିଜିଟାଲ କୃଷି ମିଶନ(Digital Agriculture Mission) ସମସ୍ତ ହିତାଧିକାରୀଙ୍କ ପାଇଁ ମଧ୍ୟ ଲାଭଦାୟକ ହେବ। ଏଥି ସହିତ, ଚାଷ ଜମି ହ୍ରାସ ମଧ୍ୟରେ ଉତ୍ପାଦନ ବୃଦ୍ଧି ଉପରେ ଧ୍ୟାନ ଦିଆଯିବା ଉଚିତ ବୋଲି କହିଛନ୍ତି କୃଷିମନ୍ତ୍ରୀ ।
କୃଷି କ୍ଷେତ୍ର ଅର୍ଥନୀତିର ମେରୁଦଣ୍ଡ ବୋଲି ଦର୍ଶାଇ ତୋମାର କହିଛନ୍ତି, କୋଭିଡ ମହାମାରୀ ସମୟରେ ଆମ କୃଷି ଦର୍ଶାଇଛି ଯେ ଏହା ଦେଶକୁ ଦୃଢ ସମର୍ଥନ ଯୋଗାଇପାରେ।
କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ କୃଷି କ୍ଷେତ୍ର ହେଉଛି ଆମ ଦେଶର ମେରୁଦଣ୍ଡ ଏବଂ ଆମର ଗ୍ରାମୀଣ ଅର୍ଥନୀତିର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ । କୃଷିର ଏପରି ଶକ୍ତି ଅଛି ଯେ ଦେଶ ପ୍ରତିକୂଳ ପରିସ୍ଥିତିକୁ ମଧ୍ୟ ସହଜରେ ମୁକାବିଲା କରିପାରିବ । କୋଭିଡ ମହାମାରୀ ସମୟରେ ଭାରତୀୟ କୃଷି କ୍ଷେତ୍ର ଏହା ପ୍ରମାଣିତ କରିଥିବା କହିଛନ୍ତି କୃଷିମନ୍ତ୍ରୀ ।
ଭାରତ ସରକାର ଦେଶର 800 ମିଲିୟନ ଲୋକଙ୍କୁ ଖାଦ୍ୟ ସୁରକ୍ଷା ପ୍ରଦାନ କରିବା ସହିତ ବନ୍ଧୁ ରାଷ୍ଟ୍ରଗୁଡିକୁ ସାହାଯ୍ୟ କରିଛି । ଅଧିକାଂଶ କୃଷିଜାତ ଦ୍ରବ୍ୟ ଦୃଷ୍ଟିରୁ ଆଜି ଆମେ ଦୁନିଆର ପ୍ରଥମ କିମ୍ବା ଦ୍ୱିତୀୟ ସ୍ଥାନରେ ଅଛୁ। ଏହା ସତ୍ତ୍ୱେ କୃଷି କ୍ଷେତ୍ର ସମ୍ମୁଖରେ କିଛି ଚ୍ୟାଲେ ଚ୍ୟାଲେଞ୍ଜ ରହିଛି । କୃଷିକୁ ଉନ୍ନତ କ୍ଷେତ୍ରରେ ପରିଣତ କରିବା ପାଇଁ ଏହି ଦିଗରେ କାର୍ଯ୍ୟ କରିବାର ଆବଶ୍ୟକତା ଅଛି । କୃଷିରେ ଟେକ୍ନୋଲୋଜି ବ୍ୟବହାର କରାଯିବା ଉଚିତ ଏବଂ ଏହା ନିରନ୍ତର ବଜାୟ ରହିବା ଆବଶ୍ୟକ ବୋଲି ଦର୍ଶାଇଛନ୍ତି କୃଷିମନ୍ତ୍ରୀ ତୋମାର ।
Share your comments