1. କୃଷି ଖବର

ବିଦେଶରେ ବଢ଼ିଲା ଭାରତୀୟ ମସଲା ଚାହିଦା

ନାଲି ଲଙ୍କାର ରପ୍ତାନି ୧.୫ ବିଲିୟନ ଡ଼ଲାର ରେକର୍ଡରେ ପହଞ୍ଚିଛି

Tanushree Mahapatra
Tanushree Mahapatra
indian spice exports reach a record, image source -pexels

indian spice exports reach a record, image source -pexels

ଭାରତୀୟ ମସଲା ଖୁବ ଚାହିଦା ରଖିଛି ବିଶ୍ୱରେ l ଅଧିକାଂଶ ମସଲା ଚାଷ ଭାରତରେ ଚାଷୀ ଚାଷ କରିଥାନ୍ତି l ତେବେ ଏବେ ଭାରତୀୟ ମସାଲାକୁ ନେଇ ଆସିଛି ଏକ ବଡ଼ ଖବର l ୨୦୨୩-୨୪  ଆର୍ଥିକ ବର୍ଷରେ ଭାରତୀୟ ମସଲା ଏବଂ ସେମାନଙ୍କ ଉତ୍ପାଦର ରପ୍ତାନି ରେକର୍ଡ ୪.୪୬ ବିଲିୟନ ଡ଼ଲାରକୁ ବୃଦ୍ଧି ପାଇଛି l ମସଲା ବୋର୍ଡର ନିକଟରେ ପ୍ରକାଶିତ ତଥ୍ୟ ଦର୍ଶାଇଛି ଯେ ରପ୍ତାନି ହୋଇଥିବା ମସଲାର ପରିମାଣ ଏବଂ ମୂଲ୍ୟରେ ବିଶେଷ ଭାବରେ ନାଲି ଲଙ୍କା, ଅଳେଇଚ ଏବଂ ହଳଦୀ ରପ୍ତାନିରେ ଆୟ ବୃଦ୍ଧି ପାଇଛି । କୁହାଯାଇଛି ଯେ ୨୦୨୩-୨୪  ଆର୍ଥିକ ବର୍ଷରେ ଦେଶରୁ ୧୫,୩୯,୬୯୨  ଟନ୍ ମସଲା ରପ୍ତାନି ହୋଇଥିଲା ଯାହାର ମୂଲ୍ୟ ୩୬,୯୫୮.୮୦ କୋଟି ।

ନାଲି ଲଙ୍କାର ରପ୍ତାନି ୧.୫  ବିଲିୟନ ଡ଼ଲାର ରେକର୍ଡରେ ପହଞ୍ଚିଛି, ଯାହା ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୧.୩ ବିଲିୟନ ଡ଼ଲାରରୁ ୧୫ ପ୍ରତିଶତ ଅଧିକ l ଏହା ଦେଶର ମୋଟ ମସଲା ରପ୍ତାନୀର ୩୪ ପ୍ରତିଶତ ଅଟେ। ଏହାର ସର୍ବୋଚ୍ଚ ଚାହିଦା ଚୀନ୍ ଏବଂ ବାଂଲାଦେଶରୁ ଆସିଛି, ପରିମାଣ ଆଧାରରେ, ୨୦୨୩-୨୪  ଆର୍ଥିକ ବର୍ଷରେ ନାଲି ଲଙ୍କାର ରପ୍ତାନି ୫.୨୪  ଲକ୍ଷ ଟନ୍ ରୁ ୬.୦୧ ଲକ୍ଷ ଟନ୍କୁ ବୃଦ୍ଧି ପାଇଛି l     

ପ୍ରମୁଖ ଆମଦାନୀ କରୁଥିବା ଦେଶଗୁଡିକର ଚାହିଦା ବୃଦ୍ଧି ହେତୁ ୨୦୨୩-୨୪  ଆର୍ଥିକ ବର୍ଷରେ ଭାରତର ଲାଲ ଲଙ୍କା ରପ୍ତାନି ଏକ ଉଚ୍ଚ ସ୍ତରରେ ପହଞ୍ଚିଛି । ବିଶେଷକରି ଚୀନ୍ ଏବଂ ବାଂଲାଦେଶରୁ ରପ୍ତାନିରେ ବୃଦ୍ଧି ଭାରତୀୟ ମସଲାର ବଢ଼ୁଥିବା ବିଶ୍ୱ ଲୋକପ୍ରିୟତାକୁ ପ୍ରତିଫଳିତ କରେ l କେବଳ ଆଜି ନୁହେଁ, ଶତାବ୍ଦୀ ଧରି ଭାରତୀୟ ମସଲାର ସୁଗନ୍ଧକୁ ନେଇ ସାରା ବିଶ୍ୱରେ ଏହାର ଚାହିଦା ଖୁବ ଅଧିକ।

ଦୁନିଆର ଅଧିକାଂଶ ଦେଶ ସେମାନଙ୍କର ଆବଶ୍ୟକତା ପୂରଣ ପାଇଁ ଭାରତୀୟ ମସଲା ଆମଦାନି କରନ୍ତି l ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଭାରତୀୟ ମସଲାର ବିଶ୍ୱର ବଜାର ପ୍ରାୟ ୩୫ ହଜାର କୋଟି ଟଙ୍କା ରହିଛି । ଭାରତ ମଧ୍ୟ ବିଶ୍ୱର ସବୁଠାରୁ ବଡ ମସଲା ଉତ୍ପାଦନକାରୀ ଏବଂ ରପ୍ତାନୀକାରୀ ଦେଶ l କିନ୍ତୁ ସାମ୍ପ୍ରତିକ ସମୟରେ, ବିଶ୍ୱର ଅନେକ ଦେଶ ଭାରତୀୟ ମସଲାର ଗୁଣ ଉପରେ ପ୍ରଶ୍ନ ଉଠାଇଛନ୍ତି। ଏହାରି ମଧ୍ୟରେ ଭାରତୀୟ ମସଲା ଚାହିଦା ବଢ଼ିଥିବାର ସୂଚନା ନିହାତି ଏକ ବଡ଼ ଖବର l       

ଅଧିକ ପଢ଼ନ୍ତୁ

ମଧ୍ୟାହ୍ନ ଭୋଜନରେ ସାମିଲ କରନ୍ତୁ, ମିଳିବ 5 ଟି ବଡ଼ ଲାଭ

EPFO Update: ଆକାଉଣ୍ଟଧାରୀଙ୍କୁ ଆଶ୍ବସ୍ତି !

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ