1. କୃଷି ଖବର

AVGAS 100 LL ଇନ୍ଧନ ଉତ୍ପାଦନରେ ପ୍ରଥମ ତୈଳ ବିପଣନ କମ୍ପାନୀ ହେଲା ଇଣ୍ଡିଆନ ଅଏଲ

ଦେଶରେ ଏଭିଜିଏଏସ ୧୦୦ ଏଲଏଲ ଇନ୍ଧନ ଉତ୍ପାଦନ ଏବଂ ବିକ୍ରି କରିବା କ୍ଷେତ୍ରରେ ପ୍ରଥମ ତୈଳ ବିପଣନ କମ୍ପାନୀ ହେଲା ଇଣ୍ଡିଆନ ଅଏଲ ।

Shuvanshu Kar
Shuvanshu Kar
IndianOil becomes the first Oil Marketing Company to produce and market AVGAS 100 LL in the country

IndianOil becomes the first Oil Marketing Company to produce and market AVGAS 100 LL in the country

କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ଏବଂ ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ହରଦୀପ ସିଂ ପୁରୀ ସୋମବାର ଦିନ ଏଭିଜିଏଏସ ୧୦୦ ଏଲଏଲ ଇନ୍ଧନ(AVGAS 100 LL)ର ଉନ୍ମୋଚନ କରିଛନ୍ତି । ପିଷ୍ଟିନ ଇଞ୍ଜିନ ବିଶିଷ୍ଟ ବିମାନ ଏବଂ ମାନବ ବିହୀନ ବିମାନ ପାଇଁ ଏହି ସ୍ୱତନ୍ତ୍ର ବିମାନ ଦେଶରେ ଉପଲବ୍ଧ ହେବ । ଇନ୍ଧନ ଉନ୍ମୋଚନ ଅବସରରେ କେନ୍ଦ୍ର ମନ୍ତ୍ରୀ ପୁରୀ କହିଛନ୍ତି ଯେ, ଆମେ ଏକ ଉଲ୍ଲେଖନୀୟ ପରିବର୍ତ୍ତନ ଦେଇ ଗତି କରୁଛୁ ଯାହାକି ପ୍ରାୟତଃ ବୈପ୍ଲବାତ୍ମକ । ଆମେ ଜୈବ ଇନ୍ଧନ ମିଶ୍ରଣ, ସବୁଜ ହାଇଡ୍ରୋଜେନ ଏବଂ ବିଦ୍ୟୁତ ଚାଳିତ ବାହନକୁ ପ୍ରୋତ୍ସାହନ ଦେବା ଜରିଆରେ ଇନ୍ଧନ ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରୁଛୁ ।

ଏଭିଜିଏଏସ ୧୦୦ ଏଲଏଲ ଇନ୍ଧନର ଉନ୍ମୋଚନ ଅବସରରେ ବେସାମରିକ ବିମାନ ଚଳାଚଳ ଓ ସଡ଼କ ପରିବହନ ଏବଂ ରାଜପଥ ରାଷ୍ଟ୍ର ମନ୍ତ୍ରୀ ଜେନେରାଲ ଭି.କେ. ସିଂ ଉପସ୍ଥିତ ଥିଲେ । ବର୍ତ୍ତମାନ ଭାରତ ଏହି ଉତ୍ପାଦ ୟୁରୋପୀୟ ରାଷ୍ଟ୍ରରୁ ଆମଦାନୀ କରୁଛି । ହିଣ୍ଡନ ବାୟୁସେନା ଷ୍ଟେସନ ଠାରେ ଇଣ୍ଡିଆନ ଅଏଲ ପକ୍ଷରୁ ଉନ୍ମୋଚନ ହୋଇଥିବା ଏହି କାର୍ଯ୍ୟକ୍ରମରେ ଭାରତୀୟ ବାୟୁସେନା, ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ, ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହାଛଡ଼ା ବିମାନ ଚଳାଚଳ ପ୍ରଶିକ୍ଷଣ ସଂଗଠନ (ଏଫଟିଓ)ର ଅଧିକାରୀମାନେ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

ବର୍ତ୍ତମାନ ଏଭିଜିଏଏସ ୧୦୦ ଏଲଏଲ ସମ୍ପୂର୍ଣ୍ଣ ଭାବେ ଆମଦାନୀ ହେଉଥିବା ଏକ ଉତ୍ପାଦ । ଇଣ୍ଡିଆନ ଅଏଲ କମ୍ପାନୀ ଏହାର ଗୁଜରାଟ ବିଶୋଧନାଗରରେ ଏଭିଜିଏଏସ ୧୦୦ ଏଲଏଲ ଇନ୍ଧନ ଉତ୍ପାଦନ କରିବ । ଫଳରେ ଭାରତରେ ବିମାନ ପ୍ରଶିକ୍ଷଣ ଆହୁରି ଶସ୍ତା ହେବ । ବର୍ତ୍ତମାନ ଏଫଟିଓ ଏବଂ ପ୍ରତିରକ୍ଷା ବାହିନୀ ଦ୍ବାରା ପରିଚାଳିତ ବିମାନରେ ବ୍ୟବହୃତ ହେଉଥିବା ଏହି ଇନ୍ଧନ ଅନେକ ଦଶନ୍ଧି ହେବ ବିଦେଶରୁ ଆମଦାନୀ ହୋଇ ଆସୁଛି । ତେବେ ଇଣ୍ଡିଆନ ଅଏଲର ଗବେଷଣା ଓ ବିକାଶ, ବିଶୋଧନ, ବିପଣନ ଦଳ ଏହି ସ୍ୱଦେଶୀ ଇନ୍ଧନ ବିକଶିତ କରିବାରେ ସଫଳ ହୋଇଛି । ଏହା ବିମାନ ଚଳାଚଳ ଉଦ୍ୟୋଗକୁ ମୂଲ୍ୟ ସୁବିଧା ଦେବାରେ ସକ୍ଷମ ହୋଇଛି।

ଏଭିଏସନ ଗ୍ୟାସୋଲିନର ପ୍ରମୁଖ ମାନ ବା ପ୍ରିନ୍ସପାଲ ଗ୍ରେଡ୍‌ ଇନ୍ଧନ ଭାବେ ବିବେଚିତ ହେଉଥିବା ଏଭିଜିଏଏସ ୧୦୦ ଏଲଏଲ ଇନ୍ଧନକୁ ପରବର୍ତ୍ତନଶୀଳ ଟର୍ବୋ ଚାର୍ଜଡ୍‌ ପିଷ୍ଟନ ଇଞ୍ଜିନ ବିଶିଷ୍ଟ ବିମାନରେ ବ୍ୟବହାର କରାଯାଇଥାଏ। ପାଇଲଟମାନଙ୍କର ପ୍ରଶିକ୍ଷଣ ପାଇଁ ଏଫଟିଓ ଏବଂ ପ୍ରତିରକ୍ଷା ବାହିନୀ ଦ୍ବାରା ମୁଖ୍ୟତଃ ଏହି ଇନ୍ଧନ ବ୍ୟବହାର କରାଯାଇଥାଏ।

ଭଦୋଦରା ସ୍ଥିତ ଇଣ୍ଡିଆନ ଅଏଲର ପ୍ରମୁଖ ବିଶୋଧନାଗାରରେ ଏଭିଜିଏଏସ ୧୦୦ ଏଲଏଲ ଇନ୍ଧନ ଉତ୍ପାଦନ କରାଯିବ ଏବଂ ଏହାକୁ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ଦ୍ବାରା ପରୀକ୍ଷଣ ପରେ ପ୍ରମାଣିତ କରାଯାଇଛି । ଡିଜିସିଏ ହେଉଛି ଭାରତରେ ବେସାମରିକ ବିମାନ ଚଳାଚଳ କ୍ଷେତ୍ରର ନିୟନ୍ତ୍ରଣ ପାଇଁ ବୈଧାନିକ ସଂସ୍ଥା । ଏଭିଜିଏଏସ ୧୦୦ ଏଲଏଲ ହେଉଛି ଉଚ୍ଚତର-ଅକ୍ଟେନ ବିମାନ ଇନ୍ଧନ ଯେଉଁଥିରେ ଉନ୍ନତ ପ୍ରଦର୍ଶନ ଲାଗି ନିର୍ଦ୍ଦିଷ୍ଟ ବୈଶିଷ୍ଟ୍ୟ ରହିଛି । ଏହା ଆମଦାନୀ ହେଉଥିବା ଇନ୍ଧନର ଗୁଣବତ୍ତା ତୁଳନାରେ ଅଧିକ ଉନ୍ନତ ।

ଏଭିଜିଏଏସ ୧୦୦ ଏଲଏଲ ଇନ୍ଧନ ଦେଶରେ ଉତ୍ପାଦନ ହେବା ଦ୍ବାରା ଆମଦାନୀ ଉପରେ ନିର୍ଭରଶୀଳତା କମିବ ଏବଂ ଏହା ସହ ଜଡ଼ିତ ଲଜିଷ୍ଟିକ୍ସ ସମସ୍ୟାଗୁଡ଼ିକ ଦୂର ହେବ । ଏହି ଉତ୍ପାଦ ଉପଲବ୍ଧ ହେବା ଫଳରେ ଦେଶର ମୂଲ୍ୟବାନ ବିଦେଶୀ ମୁଦ୍ରା ସଞ୍ଚୟ ହୋଇପାରିବ ।

Clean Energy: 'ସ୍ବଚ୍ଛ ଉର୍ଜାର ପ୍ରମୁଖ ରପ୍ତାନିକାରୀ ହେବ ଭାରତ'

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments