
indias biggest agri inputs trade show 17th international agronomy conference and exhibition organized in uae
ଦୁବାଇ-UAE ରେ ଭାରତର ସର୍ବବୃହତ କୃଷି ଇନପୁଟ୍ ବାଣିଜ୍ୟ ଶୋ 17 ତମ ଆନ୍ତରାଷ୍ଟ୍ରୀୟ ଫସଲ ବିଜ୍ଞାନ ସମ୍ମିଳନୀ ଏବଂ ପ୍ରଦର୍ଶନୀ (ICSCE) ଆୟୋଜିତ ହେଉଛି । ଯାହା ଆଜି ଠାରୁ ଯଥା 16 ଫେବୃଆରୀରୁ ଆରମ୍ଭ ହୋଇ ଫେବୃଆରୀ 17 ଯାଏଁ ଚାଲିବ ।
ସୂଚନା ଅନୁୟାୟୀ, ICSCE (ଆନ୍ତରାଷ୍ଟ୍ରୀୟ ଫସଲ ବିଜ୍ଞାନ ସମ୍ମିଳନୀ ଏବଂ ପ୍ରଦର୍ଶନୀ) ହେଉଛି ଭାରତର ସର୍ବବୃହତ କୃଷି ଇନପୁଟ୍ ବାଣିଜ୍ୟ ଶୋ । ଏଥିରେ ଫଙ୍ଗିସାଇଡ୍ସ , ହରବିସାଇଡ୍ସ , କୀଟନାଶକ, ଏଗ୍ରୋକେମିକାଲ୍ସ ଏବଂ ଏପିଆଇ, ସାର, ଏଗ୍ରୋକେମିକାଲ୍ ପ୍ୟାକେଜିଂ, ବିହନ ଇତ୍ୟାଦିରେ ଏକ ବିଶେଷ ଧ୍ୟାନ ରହିବ । ଏହି କାର୍ଯ୍ୟକ୍ରମ ମୁଖ୍ଯତ ପୋଷ୍ଟିସାଇଡ ମ୍ୟାନୁଫ୍ଯାକ୍ଚର୍ସ ଆଣ୍ତ ଫାର୍ମୁଲେଟର୍ସ ଏସୋସିଏସନ ଅଫ ଇଣ୍ତିଆ (PMFAI) ଦ୍ୱାରା ଆୟୋଜିତ ହେଉଛି । ଯାହାର ମିଡିଆ ପାର୍ଟନର ଅଛି କୃଷି ଜାଗରଣ ।

indias biggest agri inputs trade show 17th international agronomy conference and exhibition organized in uae
ସମସ୍ତଙ୍କୁ ଗୋଟିଏ ପ୍ଲାଟଫର୍ମରେ ଆଣିବାକୁ ଚେଷ୍ଟା କରୁଛି,ଜାଣନ୍ତୁ...
ଦୁବାଇରେ ଆୟୋଜିତ ଏହି ଶୋ’ରେ ବିତରକ, ଯୋଗାଣକାରୀ, ବୈଷୟିକ କାର୍ଯ୍ୟନିର୍ବାହୀ, ଉତ୍ପାଦକ, ପରାମର୍ଶଦାତା, ରପ୍ତାନିକାରୀ, ଆମଦାନୀକାରୀ, କୃଷି ବିଜ୍ଞାନୀ, ବୈଜ୍ଞାନିକ, ବ୍ୟବସାୟୀ, ସାମ୍ବାଦିକ, ଏବଂ ସମବାୟ ସମିତି, ପୁଞ୍ଜିପତି, କୃଷକ ଏବଂ ଡିଲର ଯୋଗ ଦେଇଛନ୍ତି । ଏହି କାର୍ଯ୍ୟକ୍ରମ ଏକ ପ୍ଲାଟଫର୍ମରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ସମସ୍ତ ଲୋକଙ୍କୁ ଏକତ୍ର କରିବାର ଏକ ସୁଯୋଗ ପ୍ରଦାନ କରିଛି ।

indias biggest agri inputs trade show 17th international agronomy conference and exhibition organized in uae
ପ୍ରକାଶ ଥାଉ ଯେ, ଏହି କାର୍ଯ୍ୟକ୍ରମରେ ଏକା ସହିତ PMFAI-SML Annual Agchem Awards ବିତରଣ ସମାରୋହ ଅନୁଷ୍ଠିତ ହେବ ।

indias biggest agri inputs trade show 17th international agronomy conference and exhibition organized in uae
Share your comments