News

ଭାରତରେ କମିଲା ପାମ ତେଲ ଆମଦାନୀ , ସୋୟା 125% ରେକର୍ଡ ବୃଦ୍ଧି

ଜୁଲାଇରେ ଭାରତର ପାମ ତେଲ ଆମଦାନୀ ଏକ ମାସ ପୂର୍ବରୁ 590,921 ଟନରୁ 530,420 ଟନକୁ ହ୍ରାସ ପାଇଛି ।

12 August, 2022 4:39 PM IST By: Shuvanshu Kar

ଭାରତରେ ଗତ ମାସ ତୁଳନାରେ 10 ପ୍ରତିଶତ କମିଛି ପାମ ତେଲର ରପ୍ତାନି(palm oil import) । ଏନେଇ ଶୁକ୍ରବାର Trade Body Solvent ExtractAssociation ପକ୍ଷରୁ ମିଳିଛି ସୂଚନା । ଆସୋସିଏସନ କହିଛି ଯେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିର ଲାଭ ଉଠାଇବା ପାଇଁ ବିକଳ୍ପ ସୋୟା ତେଲ(soyoil)ର ଆମଦାନୀ ବଢାଇ ଦିଆଯାଇଛି । ଏହାଦ୍ବାରା ସର୍ବକାଳୀନ ମୂଲ୍ୟ ହ୍ରାସ କରିବା ପାଇଁ ଖାଇବା ତେଲର ଆମଦାନୀ ଶୁଳ୍କରେ ରିହାତି ମିଳିପାରିବ ।

ବ୍ୟବସାୟୀକ ସଂଗଠନ କହିଛି ଯେ ବିଶ୍ୱର ସର୍ବବୃହତ ଖାଇବା ତେଲ ଆମଦାନୀକାରୀ ପକ୍ଷରୁ ସୋୟା ତେଲର ଅଧିକ କ୍ରୟ ପାଇଁ ଆମେରିକାର ସୋୟା ତୈଳ ମୂଲ୍ୟକୁ ସମର୍ଥନ କରିବ । ହେଲେ ଭାରତୀୟ କ୍ରୟରେ ପ୍ରତିଦ୍ୱନ୍ଦ୍ୱୀ ପାମ ତେଲର ଅଂଶକୁ ପ୍ରଭାବିତ କରିବ ଏବଂ ମାଲେସିଆ ଓ ଇଣ୍ଡୋନେସିଆ ବିକ୍ରେତାମାନଙ୍କୁ ବଜାର ଅଂଶ ହାସଲ କରିବାକୁ ରିହାତି ଦେବାକୁ ବାଧ୍ୟ କରାଯିବ ।

ଜୁଲାଇରେ ଭାରତର ପାମ ତେଲ ଆମଦାନୀ ଏକ ମାସ ପୂର୍ବରୁ 590,921 ଟନରୁ 530,420 ଟନକୁ ହ୍ରାସ ପାଇଛି । ଜୁଲାଇରେ ସୋୟା ତେଲ ଆମଦାନୀ 125% ବୃଦ୍ଧି ହୋଇ ଏକ ମାସ ପୂର୍ବରୁ ରେକର୍ଡ 519,566 ଟନ୍ ହୋଇଥିବାବେଳେ ସୂର୍ଯ୍ୟମୁଖୀ ତେଲ ଆମଦାନୀ 30% ବୃଦ୍ଧି ହୋଇ 155,300 ଟନରେ ପହଞ୍ଚିଛି ।

ସେହିପରି ମେ ମାସ ଶେଷରେ, ଘରୋଇ ଖାଇବା ତେଲର ମୂଲ୍ୟରେ ବୃଦ୍ଧି ଉପରେ ଲଗାମ ଲଗାଇବାକୁ ପ୍ରୟାସର ଅନ୍ତର୍ଗତ ମାର୍ଚ୍ଚ 31 ଶେଷ ହେବାକୁ ଥିବା ଚଳିତ ତଥା ପରବର୍ତ୍ତୀ ଆର୍ଥିକ ବର୍ଷ ପାଇଁ ଭାରତ ପ୍ରତ୍ୟେକ ସୋୟା ତେଲ ଏବଂ ସୂର୍ଯ୍ୟମୁଖୀ ତେଲ ଆମଦାନୀକୁ 2 ମିଲିୟନ୍ ଟନ୍ ପର୍ଯ୍ୟନ୍ତ ଆମଦାନୀ ଉପରେ ରିହାତି ଦେଇଥିଲା । ବ୍ରୋକରମାନ କହିଛନ୍ତି ଯେ ଜୁନ ଶେଷସୁଦ୍ଧା ପାମ ତେଲ ଉପରେ ସୋୟା ତେଲର ପ୍ରିମିୟମ ପ୍ରତି ଟନ ପିଛା 150 ଡଲାର କମ ରହିଥିଲା । ହେଲେ ପାମ ତେଲ ଉପରେ 5.5 ପ୍ରତିଶତ ଆମଦାନୀ ଶୁଳ୍କ ଲାଗିଥାଏ । ଏହି କାରଣରୁ ଭାରତୀୟ ଖାଉଟିଙ୍କ ପାଇଁ ପାମ ତେଲ ଅଧିକ ମହଙ୍ଗା ଥିଲା ।

ସୋୟା ତେଲ ଏବଂ ପାମ ତେଲ ମଧ୍ୟରେ ପାର୍ଥକ୍ୟ ଗତ କିଛି ସପ୍ତାହ ମଧ୍ୟରେ ପ୍ରତି ଟନ ପିଛା 350 ଡଲାରରୁ ଅଧିକ ହୋଇଯାଇଛି । ଏଥିପାଇଁ ରିଫାଇନରଙ୍କୁ ପାମ ତେଲ କିଣିବା ଅଧିକ ସହଜ ହୋଇଛି । ଏକ ବିଶ୍ୱ ବାଣିଜ୍ୟ ସଂସ୍ଥାର ମୁମ୍ବାଇ ସ୍ଥିତ ଡିଲର କହିଛନ୍ତି, ଅଗଷ୍ଟ ମାସରେ ପାମ ତେଲ ଆମଦାନୀ 700,000 ଟନରୁ ଅଧିକ ହୋଇପାରେ ।

ଜୁଲାଇରେ ଏକ ବର୍ଷରୁ ଅଧିକ ସମୟ ମଧ୍ୟରେ ମାଲେସିଆର ପାମ ତେଲ ମୂଲ୍ୟ ସର୍ବନିମ୍ନ ସ୍ତରକୁ ଖସି ଆସିଛି । ଭାରତ ମୁଖ୍ୟତ ଇଣ୍ଡୋନେସିଆ, ମାଲେସିଆ ଏବଂ ଥାଇଲାଣ୍ଡରୁ ପାମ ତେଲ କ୍ରୟ କରୁଥିବାବେଳେ ଆର୍ଜେଣ୍ଟିନା, ବ୍ରାଜିଲ, ୟୁକ୍ରେନ ଏବଂ ଋଷରୁ ସୋୟା ତେଲ ଏବଂ ସୂର୍ଯ୍ୟମୁଖୀ ତେଲ ଆମଦାନୀ କରିଥାଏ ।

ଶସ୍ତା ହେବ ଖାଇବା ତେଲ, କେନ୍ଦ୍ର ସରକାର ନେଲେ ବଡ ନିଷ୍ପତ୍ତି

ପାମ ତେଲର ରପ୍ତାନୀ ଅନୁମତି ଦେଲା ଇଣ୍ଡୋନେସିଆ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)