
IndiGo cabin crew on mass leave on day of AI walk-ins
ଇଣ୍ଡିଗୋ ଏୟାରଲାଇନ୍ସ(Indigo Airliens) ରେ ଘଟିଛି ଏକ ଆଶ୍ଚର୍ଯ୍ୟ କଲାଭଳି ଘଟଣା । କମ୍ପାନୀରେ କର୍ମଚାରୀ ଛୁଟି ନେବା ଏକ ସାଧାରଣ କଥା । ହେଲେ ଏକା ସାଙ୍ଗରେ ଅଧିକାଂଶ କର୍ମଚାରୀ ଛୁଟିରେ ଥିବା ଘଟଣା ଇଣ୍ଡିଗୋ ଏୟାରଲାଇନ୍ସକୁ ଚିନ୍ତାରେ ପକାଇ ଦେଇଛି । ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ ।
ଇଣ୍ଡିଗୋ ଏୟାରଲାଇନ୍ସର ଅଧିକାଂଶ କର୍ମଚାରୀ ଅସୁସ୍ଥତା ବାହାନାରେ ଏକାଠି ଛୁଟି ନେଇଥିଲେ। ଏହି କାରଣରୁ ଅନେକ ବିମାନ ବିଳମ୍ବ ହୋଇଥିଲା ଏବଂ ଯାତ୍ରୀମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା । ଗୋଟିଏ ଦିନରେ ଏତେ ସଂଖ୍ୟକ ବିମାନରେ ବିଳମ୍ବ ହେତୁ ଡିଜିସିଏ (DGCA) ବିମାନ କମ୍ପାନୀକୁ ଏହା ପଛର କାରଣ ପଚାରିଥିଲା । ତେବେ ଏହାର ଉତ୍ତରରେ ସେମାନେ କହିଥିଲେ ଯେ ଅନେକ କ୍ୟାବିନ କ୍ରୁ ସଦସ୍ୟ(Cabin Crew Members) ଅସୁସ୍ଥତା କାରଣରୁ ଛୁଟି ନେଇଛନ୍ତି। ଏଭଳି ପରିସ୍ଥିତିରେ ବିମାନ ଉଡ଼ାଣରେ ବହୁ ବିଳମ୍ବ ହୋଇଥିଲା।
କର୍ମଚାରୀମାନେ ଅସୁସ୍ଥତାର ବାହାନାରେ ଛୁଟି ନେଇ ଅନ୍ୟ ଏକ କମ୍ପାନୀରେ ଚାକିରି ପାଇଁ ସାକ୍ଷାତକାର ଦେବାକୁ ଯିବା ସାଧାରଣ କଥା । ହେଲେ ଇଣ୍ଡିଗୋ କମ୍ପାନୀ(Indigo Airliens) ରେ ଘଟିଥିବା ଘଟଣା ଅତ୍ୟନ୍ତ ଚକିତ କରିଦେବା ଭଳି ଅଟେ । ଏଠାରେ ଗୋଟିଏ ଦିନରେ ଅଧିକାଂଶ କର୍ମଚାରୀ କିଛି ନା କିଛି ବାହାନା କରି ଛୁଟି ନେଇଥିଲେ | ଏହି କାରଣରୁ କମ୍ପାନୀର କାର୍ଯ୍ୟ ପ୍ରଭାବିତ ହୋଇଥିଲା ।
ଇଣ୍ଡିଗୋ ଘରୋଇ ବିମାନର 55 ପ୍ରତିଶତ ବିମାନ ଶନିବାର ବିଳମ୍ବରେ ଉଡାଣ ଭରିଥିଲା । ସୂଚନାନୁସାରେ, କ୍ରୁ ସଦସ୍ୟମାନେ ଅସୁସ୍ଥତା ନାଁରେ ଛୁଟି ନେବା ପରେ ଏୟାର ଇଣ୍ଡିଆରେ ଚାକିରି ପାଇଁ ଇଣ୍ଟର୍ଭ୍ୟୁ ଦେବାକୁ ଚାଲି ଯାଇଥିଲେ ।
କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରଣାଳୟ ଅନୁଯାୟୀ ଶନିବାର ଦିନ କେବଳ 45% ଇଣ୍ଡିଗୋ ବିମାନ ଚଳାଚଳ କରିଥିଲା। 55 ପ୍ରତିଶତ ବିମାନ ବିଳମ୍ବରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିଥିଲା। ତୁଳନାତ୍ମକ ଭାବେ, ଶନିବାର ଦିନ 77.1 ପ୍ରତିଶତ, 80.4 ପ୍ରତିଶତ, 86.3 ପ୍ରତିଶତ, 88 ପ୍ରତିଶତ ଏବଂ 92.3 ପ୍ରତିଶତ ବିମାନ ଯଥାକ୍ରମେ ଏୟାର ଇଣ୍ଡିଆ, ସ୍ପାଇସଜେଟ, ଭିସ୍ତାରା, ଏୟାର ଏସିଆ ଇଣ୍ଡିଆର ବିମାନ ନିର୍ଦ୍ଧାରିତ ସମୟରେ ଚଳାଚଳ କରିଥିଲା ।
କମ୍ପାନୀ ସୂତ୍ର ଅନୁଯାୟୀ, ବହୁ ସଂଖ୍ୟକ କ୍ରୁ ସଦସ୍ୟ ଅସୁସ୍ଥତା ବାହାନା କରି ଛୁଟି ନେଇ ଏୟାର ଇଣ୍ଡିଆରେ ଇଣ୍ଟର୍ଭ୍ୟୁ ଦେବାକୁ ଯାଇଥିଲେ । ଏୟାର ଇଣ୍ଡିଆର ନିଯୁକ୍ତି ପାଇଁ ଇଣ୍ଟର୍ଭ୍ୟୁର ଦ୍ବିତୀୟ ପର୍ଯ୍ୟାୟ ଶନିବାର ଅନୁଷ୍ଠିତ ହୋଇଥିଲା ।
Share your comments