News

ପାକିସ୍ତାନରେ ଭାରତୀୟ ବିମାନର ଜରୁରୀକାଳୀନ ଅବତରଣ

କରାଚିରେ ଇଣ୍ଡିଗୋ ବିମାନର ଜରୁରୀ ଅବତରଣ କରାଯାଇଛି । ବିମାନଟି ଶାରଜାହରୁ ହାଇଦ୍ରାବାଦ ଆସୁଥିବା ସୂଚନା ମିଳିଛି ।

17 July, 2022 10:33 AM IST By: Shuvanshu Kar

ପାକିସ୍ତାନ(Pakistan)ରେ ପୁଣି ଏକ ଭାରତୀୟ ବିମାନର ଜରୁରୀକାଳୀନ ଅବତରଣ । କରାଚି(Karachi)ରେ ଇଣ୍ଡିଗୋ ବିମାନ(IndiGo flight)ର ଜରୁରୀ ଅବତରଣ କରାଯାଇଛି । ବିମାନଟି ଶାରଜାହରୁ ହାଇଦ୍ରାବାଦ ଆସୁଥିବା ସୂଚନା ମିଳିଛି । ପ୍ରାଥମିକ ସୂଚନା ଅନୁଯାୟୀ ଯାନ୍ତ୍ରୀକ ତ୍ରୁଟି କାରଣରୁ ବିମାନଟିର ଜରୁରୀକାଳୀନ ଅବତରଣ(emergency landing) କରାଇବାକୁ ପଡିଥିବା କୁହାଯାଉଛି ।

ସୂଚନା ଅନୁଯାୟୀ, ଯାନ୍ତ୍ରୀକ ତ୍ରୁଚି ପରେ କ୍ରୁ ମେମ୍ବରମାନେ ବିମାନଟିର ଜରୁରୀ ଅବତରଣ କରାଇବାକୁ ନିଷ୍ପତ୍ତି ନେଇଥିଲେ । ଯାତ୍ରୀମାନଙ୍କୁ ଅନ୍ୟ ଏକ ବିମାନରେ ହାଇଦ୍ରାବାଦ ଅଣାଯିବ ବୋଲି ଜଣାପଡିଛି ।ଦୁଇ ସପ୍ତାହ ପୂର୍ବରୁ କରାଚୀରେ ଭାରତୀୟ ବିମାନର ଏହା ଦ୍ବିତୀୟ ଜରୁରୀକାଳୀନ ଅବତରଣ ହୋଇଛି ।

ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ମିଳିଥିବା ପ୍ରତିକ୍ରିୟା ଅନୁଯାୟୀ ଶାରଜାହ-ହାଇଦ୍ରାବାଦ ବିମାନର ପାଇଲଟ ଯାନ୍ତ୍ରିକ ତ୍ରୁଟି ସମ୍ପର୍କରେ ଜାଣିବାକୁ ପାଇଥିଲେ । ଏହା ପରେ ସତର୍କତାମୂଳକ ଭାବେ ବିମାନଟି କରାଚି ଆଡକୁ ମୁହାଁଇଥିଲା । ବର୍ତ୍ତମାନ ଯାତ୍ରୀମାନଙ୍କୁ ହାଇଦ୍ରାବାଦକୁ ଆଣିବା ପାଇଁ କରାଚିକୁ ଅନ୍ୟ ଏକ ବିମାନ ପଠାଇବାର ବ୍ୟବସ୍ଥା କରାଯାଇଛି।

ଏହା ପୂର୍ବରୁ 5 ଜୁଲାଇରେ ଦିଲ୍ଲୀରୁ ଦୁବାଇ ଅଭିମୁଖେ ଯାଉଥିବା ସ୍ପାଇସଜେଟ୍ ବିମାନର ପାକିସ୍ତାନରେ ଜରୁରୀକାଳୀନ ଅବତରଣ କରାଯାଇଥିଲା । ଯାନ୍ତ୍ରିକ ତ୍ରୁଟି ପରେ ବିମାନଟି କରାଚିରେ ଅବତରଣ କରିଥିଲା ।

ବିମାନର ବାମ ଟାଙ୍କିରୁ ଇନ୍ଧନ ପରିମାଣରେ ଅସାଧାରଣ ଭାବରେ ହ୍ରାସ ପାଇଥିବାର ଲକ୍ଷ୍ୟ କରାଯାଇଥିଲା । ବିମାନଟି ଏଟିସି ସହାୟତାରେ କରାଚିରେ ଅବତରଣ କରିଥିଲା। ଉଡ଼ାଣ ପରବର୍ତ୍ତୀ ଯାଞ୍ଚ ସମୟରେ ବାମ ଟାଙ୍କିରୁ କୌଣସି ଲିକ୍ ନଥିବା ଡିଜିସିଏ ପକ୍ଷରୁ କୁହାଯାଇଥିଲା ।

ଏହା ପୂର୍ବରୁ ଜୁଲାଇ 2ରେ ସ୍ପାଇସଜେଟର ବିମାନରେ ସମସ୍ୟା ଦେଖାଦେଇଥିଲା । ଏହାପରେ ଦିଲ୍ଲୀରୁ ଜବଲପୁର ଯାଉଥିବା ବିମାନଟି ଜରୁରୀକାଳୀନ ଅବତରଣ କରିଥିଲା । ବିମାନର କ୍ୟାବିନରେ ଧୂଆଁ ଉଠୁଥିବା ଦେଖାଯିବା ପରେ ଏହାର ଜରୁରୀକାଳୀନ ଅବତରଣ ହୋଇଥିଲା ।

ଗତ ମାସ ଜୁନ୍ 19ରେ ମଧ୍ୟ ସ୍ପାଇସଜେଟ୍ ବିମାନରେ ଏକ ସମସ୍ୟା ଦେଖାଦେଇଥିଲା । ଏହି ବିମାନ ମଧ୍ୟ ଦିଲ୍ଲୀରୁ ଜବଲପୁର ଯାଉଥିଲା। ଏହାର କ୍ୟାବିନ ପ୍ରେସରକୁ ନେଇ ଏକ ସମସ୍ୟା ଥିଲା । ଏହି କାରଣରୁ ବିମାନଟି ପୁଣି ଦିଲ୍ଲୀକୁ ପ୍ରତ୍ୟାବର୍ତ୍ତନ କରାଯାଇଥିଲା ।

ପାକିସ୍ତାନରେ SpiceJet ବିମାନର ଜରୁରୀ ଅବତରଣ, ଜାଣନ୍ତୁ କାରଣ...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)