1. କୃଷି ଖବର

ପାକିସ୍ତାନରେ SpiceJet ବିମାନର ଜରୁରୀ ଅବତରଣ, ଜାଣନ୍ତୁ କାରଣ...

ଦିଲ୍ଲୀ(Delhi)ରୁ ଦୁବାଇ(Dubai) ଅଭିମୁଖେ ଯାଉଥିବା ସ୍ପାଇସଜେଟ୍(SpiceJet) ବିମାନର ପାକିସ୍ତାନ(Pakistan)ରେ ଜରୁରୀକାଳୀନ ଅବତରଣ ।

Shuvanshu Kar
Shuvanshu Kar
SpiceJet Delhi-Dubai flight lands in Karachi

SpiceJet Delhi-Dubai flight lands in Karachi

ଦିଲ୍ଲୀ(Delhi)ରୁ ଦୁବାଇ(Dubai) ଅଭିମୁଖେ ଯାଉଥିବା ସ୍ପାଇସଜେଟ୍(SpiceJet) ବିମାନର ପାକିସ୍ତାନ(Pakistan)ରେ ଜରୁରୀକାଳୀନ ଅବତରଣ । ସୂଚନା ଅନୁଯାୟୀ, ଯାନ୍ତ୍ରିକ ତ୍ରୁଟି ପରେ ବିମାନଟି କରାଚିରେ ଅବତରଣ କରିଛି । କୁହାଯାଉଛି ଯେ ବିମାନରେ ଏପରି ତ୍ରୁଟି ନଥିଲା ଯାହା ଯାତ୍ରୀମାନେ ଜାଣିଥିଲେ କିନ୍ତୁ ଏହି ତ୍ରୁଟିକୁ ଅଣଦେଖା କରାଯାଇପାରିବ ନାହିଁ । ଏହି କାରଣରୁ, କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ବିମାନର ଜରୁରୀ ଅବତରଣ କରିବାକୁପଡିଛି ।

ଡିଜିସିଏ(DGCA)ରୁ ମିଳିଥିବା ସୂଚନା ଅନୁଯାୟୀ, ବିମାନରେ ଥିବା କ୍ରୁ ମେମ୍ବର ମାନ ବାମ ଟାଙ୍କିରୁ ଇନ୍ଧନ ପରିମାଣରେ ଅସାଧାରଣ ହ୍ରାସ ପାଇଥିବାର ଲକ୍ଷ୍ୟ କରିଥିଲେ । ବିମାନଟି ଏଟିସି ସହାୟତାରେ କରାଚିରେ ଅବତରଣ କରିଥିଲା। ଉଡ଼ାଣ ପରବର୍ତ୍ତୀ ଯାଞ୍ଚ ସମୟରେ ବାମ ଟାଙ୍କିରୁ କୌଣସି ଲିକ୍ ନଥିବା ଡିଜିସିଏ ପକ୍ଷରୁ କୁହାଯାଇଛି ।

ସ୍ପାଇସଜେଟର ମୁଖପାତ୍ର କହିଛନ୍ତି ଯେ କୌଣସି ପ୍ରକାରର ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇ ନାହିଁ ଏବଂ ବିମାନଟି ସ୍ବାଭାବିକ ଅବତରଣ କରିଛି। ବିମାନରେ ତ୍ରୁଟି ଥିବାନେଇ ପୂର୍ବରୁ କୌଣସି ଖବର ଆସି ନଥିଲା । ଯାତ୍ରୀମାନଙ୍କୁ ଭୟଭିତ ନହେବାପାଇଁ ପରାମର୍ଶ ଦିଆଯାଇଛି । ଏଥି ସହିତ କରାଚି ଅଭିମୁଖେ ଏକ ବିମାନ ପଠାଯାଉଛି ଯାହା ଯାତ୍ରୀମାନଙ୍କୁ ଦୁବାଇକୁ ନେଇଯିବ ।

ଏହା ପୂର୍ବରୁ ଜୁଲାଇ 2ରେ ସ୍ପାଇସଜେଟର ବିମାନରେ ସମସ୍ୟା ଦେଖାଦେଇଥିଲା । ଏହାପରେ ଦିଲ୍ଲୀରୁ ଜବଲପୁର ଯାଉଥିବା ବିମାନଟି ଜରୁରୀକାଳୀନ ଅବତରଣ କରିଥିଲା । ବିମାନର କ୍ୟାବିନରେ ଧୂଆଁ ଉଠୁଥିବା ଦେଖାଯିବା ପରେ ଏହାର ଜରୁରୀକାଳୀନ ଅବତରଣ ହୋଇଥିଲା । ସ୍ପାଇସଜେଟର ମୁଖପାତ୍ର ଏହା ସୂଚନା ଦେଇ କହିଥିଲେ ଯେ ବିମାନ ଉଡ଼ାଣ ପରେ 5000 ଫୁଟ ଉଚ୍ଚରେ ପାଇଲଟଙ୍କ କ୍ୟାବିନରେ ଧୂଆଁ ଦେଖାଯାଇଥିଲା। ଏହା ପରେ ବିମାନଟି ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିଥିଲା ।

ଗତ ମାସ ଜୁନ୍ 19ରେ ମଧ୍ୟ ସ୍ପାଇସଜେଟ୍ ବିମାନରେ ଏକ ସମସ୍ୟା ଦେଖାଦେଇଥିଲା । ଏହି ବିମାନ ମଧ୍ୟ ଦିଲ୍ଲୀରୁ ଜବଲପୁର ଯାଉଥିଲା। ଏହାର କ୍ୟାବିନ ପ୍ରେସରକୁ ନେଇ ଏକ ସମସ୍ୟା ଥିଲା । ଏହି କାରଣରୁ ବିମାନଟି ପୁଣି ଦିଲ୍ଲୀକୁ ପ୍ରତ୍ୟାବର୍ତ୍ତନ କରାଯାଇଥିଲା । ସେହି ଦିନ ଅନ୍ୟ ଏକ ସ୍ପାଇସଜେଟ ବିମାନରେ ତ୍ରୁଟି ଦେଖାଦେଇଥିଲା। ଏହି ବିମାନ ପାଟନା ଠାରୁ ଦିଲ୍ଲୀ ଆସୁଥିଲା।

ଗୋଟିଏ ଦିନରେ ଛୁଟିରେ ଥିଲେ ଅଧିକାଂଶ କର୍ମଚାରୀ, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଏ ଏନ-୩୨ ର ବ୍ଲାକ ବକ୍ସ ଠାବ !

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments