1. କୃଷି ଖବର

ଇନ୍ଦ୍ରାବତୀ ସଫଳତା ଅନ୍ୟମାନଙ୍କ ପାଇଁ ଆହ୍ବାନ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଇନ୍ଦ୍ରାବତୀ ନଦୀ ଜଳକୁ ଆଉ ୩ଲକ୍ଷ ଚାଷୀଙ୍କ ନିକଟରେ ଅର୍ଥାତ୍ ୨୫ ହଜାର ୨୭୫ ହେକ୍ଟର ଜମିକୁ ପହଞ୍ଚାଇବା ଲାଗି ରାସ୍ତା ଖୋଲିଛନ୍ତି। ଗୋଟିଏ ନଦୀ କିଭଳି ଗୋଟିଏ ଭୂଖଣ୍ଡର ପରିଚୟ ବଦଳାଇ ଦିଏ, ଇନ୍ଦ୍ରାବତୀ ସେହି ସଫଳ କାହାଣୀର ଉଦାହରଣ ପାଲଟିଛି। କେବଳ ସେତିକି ନୁହେଁ, ଆଜିର ପ୍ରକଳ୍ପ ପରେ ଅସଲରେ କୃଷି ବିଭାଗ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହାଇଛି। ଏଇଥିପାଇଁ ଯେ ଆଜି ଲୋକାର୍ପିତ ପ୍ରକଳ୍ପ ଗୋଟିଏ ନିର୍ଦିଷ୍ଟ ଅଞ୍ଚଳରେ ଏକାଧିକ ଚାଷ କରିବା ଲାଗି ସୁଯୋଗ ସୃଷ୍ଟି କରିଛି। ଏଣିକି ସେଠାରେ ଚାଷୀ ଚାହିଁଲେ ପୃଥକ୍ ପୃଥକ୍ ଚାଷ ଏକାସଙ୍ଗରେ କରିପାରିବେ। ହେଲେ ଜଳସଂପଦ ବିଭାଗର ଏହି ସଫଳତାକୁ କୃଷି ବିଭାଗ କିଭଳି ଢଙ୍ଗରେ କାର୍ଯ୍ୟାନ୍ବୟନ କରୁଛି, ତାହା ଉପରେ କୃଷି ବିଶେଷଜ୍ଞ ନଜର ରଖିଛନ୍ତି।

KJ Staff
KJ Staff

ଗୋଟିଏ ସମୟରେ ଗୋଟିଏ ଅଞ୍ଚଳରେ ଚାଷୀ କରିପାରିବେ ଭିନ୍ନ ଭିନ୍ନ ଚାଷ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଇନ୍ଦ୍ରାବତୀ ନଦୀ ଜଳକୁ ଆଉ ୩ଲକ୍ଷ ଚାଷୀଙ୍କ ନିକଟରେ ଅର୍ଥାତ୍ ୨୫ ହଜାର ୨୭୫ ହେକ୍ଟର ଜମିକୁ ପହଞ୍ଚାଇବା ଲାଗି ରାସ୍ତା ଖୋଲିଛନ୍ତି। ଗୋଟିଏ ନଦୀ କିଭଳି ଗୋଟିଏ ଭୂଖଣ୍ଡର ପରିଚୟ ବଦଳାଇ ଦିଏ, ଇନ୍ଦ୍ରାବତୀ ସେହି ସଫଳ କାହାଣୀର ଉଦାହରଣ ପାଲଟିଛି। କେବଳ ସେତିକି ନୁହେଁ, ଆଜିର ପ୍ରକଳ୍ପ ପରେ ଅସଲରେ କୃଷି ବିଭାଗ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହାଇଛି। ଏଇଥିପାଇଁ ଯେ ଆଜି ଲୋକାର୍ପିତ ପ୍ରକଳ୍ପ ଗୋଟିଏ ନିର୍ଦିଷ୍ଟ ଅଞ୍ଚଳରେ ଏକାଧିକ ଚାଷ କରିବା ଲାଗି ସୁଯୋଗ ସୃଷ୍ଟି କରିଛି। ଏଣିକି ସେଠାରେ ଚାଷୀ ଚାହିଁଲେ ପୃଥକ୍ ପୃଥକ୍ ଚାଷ ଏକାସଙ୍ଗରେ କରିପାରିବେ। ହେଲେ ଜଳସଂପଦ ବିଭାଗର ଏହି ସଫଳତାକୁ କୃଷି ବିଭାଗ କିଭଳି ଢଙ୍ଗରେ କାର୍ଯ୍ୟାନ୍ବୟନ କରୁଛି, ତାହା ଉପରେ କୃଷି ବିଶେଷଜ୍ଞ ନଜର ରଖିଛନ୍ତି।

ରାଜ୍ୟ ସରକାରଙ୍କର ଜଣେ ବରିଷ୍ଠ ଅଧିକାରୀଙ୍କ ମତରେ ପୂର୍ବରୁ ଯେତେ କେନାଲ ଆଦି ନିର୍ମାଣ କରାଯାଉଥିଲା ସେଥିରେ ପ୍ରତି ୧୦୦ ହେକ୍ଟର ଚାଷ ଜମି ଲାଗି ଗୋଟିଏ ଗୋଟିଏ ଆଉଟ୍‌ଲେଟ୍ ଥିଲା। ପରବର୍ତୀ ସମୟରେ ଏହାକୁ ୫୦ହେକ୍ଟରକୁ କମାଇ ଦିଆଯାଇଥିଲା। ଏହାଦ୍ବାରା ଗୋଟିଏ ଅଞ୍ଚଳରେ ଗୋଟିଏ ପ୍ରକାର ଚାଷ କରିବାକୁ ଚାଷୀ ବାଧ୍ୟ ହେଉଥିଲେ। ଏହା ହିଁ ଓଡ଼ିଶାରେ ଅର୍ଥକରୀ ଫସଲ ପାଇଁ ବଡ଼ ବାଧକ ସାଜିଥିଲା। ତେବେ ଆଜି ଯେଉଁ ଅଲ୍‌ଟ୍ରା ମେଗା ଉଠାଜଳସେଚନ ପ୍ରକଳ୍ପ ଉଦ୍‌ଘାଟନ ହେଲା, ସେଥିରେ ପ୍ରତି ୪ ହେକ୍ଟର ବା ୧୦ ଏକରରେ ଗୋଟିଏ ଲେଖାଏଁ ଆଉଟ୍‌ଲେଟ୍ କରାଯାଇଛି। ଫଳରେ କୃଷି ବିଭାଗ ଚାହିଁଲେ ଏହି ଜିଲ୍ଲାକୁ ପାଇଲଟ୍‌ ପ୍ରକଳ୍ପ ଭାବେ ନେଇ ଚାଷୀଙ୍କୁ ଧାନ ବଦଳରେ ଗୋଟିଏ ଅଞ୍ଚଳରେ ଏକାଧିକ ଅର୍ଥକରୀ ଚାଷ ଆଡକୁ ମୁହାଁଇପାରେ। କୃଷି ବିଶେଷଜ୍ଞ ଓ ବୁଦ୍ଧିଜୀବୀଙ୍କ ମତରେ ରାଜ୍ୟରେ ଅନ୍ୟ ନଦୀଗୁଡ଼ିକୁ ନେଇ ଇନ୍ଦ୍ରାବତୀ ଭଳି ପ୍ରକଳ୍ପ କରାଗଲେ ବିକାଶର ଚିତ୍ର ଭିନ୍ନ ହୋଇଯାନ୍ତା। କିନ୍ତୁ ମହାନଦୀ ସମେତ ଅନ୍ୟ କେତେକ ନଦୀକୁ ବିବାଦ ଭିତରେ ରଖାଯାଇଛି। ଏ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଭୂମିକା ନିର୍ବିବାଦୀୟ ନୁହେଁ, କେନ୍ଦ୍ର ସରକାରଙ୍କର ମଧ୍ୟ। ଶିଳ୍ପ ସଂସ୍ଥାଙ୍କ ଭୂମିକା ବି କିଛି କମ୍ ନାହିଁ। ଏହି ପ୍ରସଙ୍ଗଟି ବିତର୍କ ଭିତରେ ଥିବା ବେଳେ ଓଡ଼ିଶା ଦେଇ ଛତିଶଗଡ଼ ଆଡକୁ ମୁହାଁଇଥିବା ଇନ୍ଦ୍ରାବତୀ ନଦୀ କିନ୍ତୁ ସମଗ୍ର ଦେଶକୁ ଭିନ୍ନ ଶିକ୍ଷା ଦେଇଛି। ଗୋଟିଏ ସମୟରେ ଓଡ଼ିଶା ଅନାହାରର ପ୍ରତିଛବି ପାଲଟିଥିବା ଅର୍ଥାତ୍ ଭୋକର ଭୂଗୋଳ କଳାହାଣ୍ଡି ଜିଲ୍ଲାକୁ ଏହି ଗୋଟିଏ ନଦୀ ଶସ୍ୟଶ୍ୟାମଳା କରିପାରିଛି। ଯେଉଁ ଅଞ୍ଚଳରେ ଅନାହାର ମୃତ୍ୟୁ ଓଡ଼ିଶା ପାଇଁ କଳଙ୍କ ସାଜିଥିଲା, ଆଜି ସେହି ଜିଲ୍ଲା ଧାନ ଉତ୍ପାଦନରେ ରାଜ୍ୟରେ ଦ୍ବିତୀୟ।

ସ୍ବାଧୀନତାର ଯଥେଷ୍ଟ ପୂର୍ବରୁ ଇନ୍ଦ୍ରାବତୀ ପ୍ରକଳ୍ପର ପରିକଳ୍ପନା କରାଯାଇଥିଲା। ହେଲେ ୧୯୯୬ ମସିହା ସେପ୍ଟେମ୍ବର ୨୪ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସରକାରରେ ପ୍ରଥମେ ୨୦ ହଜାର ହେକ୍ଟର ଜମିକୁ ଜଳସେଚନ କରାଯାଇଥିଲା। ଏହାର ୨୫ବର୍ଷ ପରେ ଯଦି ଗୋଟିଏ ନଦୀ ରାଜ୍ୟର ଗୋଟିଏ ସମୟର ପରିଚୟ ବଦଳାଇ ଦେଇପାରୁଛି। ଏପରିସ୍ଥଳେ ରାଜ୍ୟ ସରକାର ନଦୀ ସୁରକ୍ଷା କ୍ଷେତ୍ରରେ କାହିଁକି ଠୋସ୍ ପଦକ୍ଷେପ ନେଉନାହାନ୍ତି, ତାହାକୁ ନେଇ ବିଶେଷଜ୍ଞମାନେ ପ୍ରଶ୍ନ ଉଠାଇଲେଣି।  ପ୍ରକଳ୍ପ ଆଉ ଏକ ବିତର୍କ ପାଇଁ ଖୋରାକ ଯୋଗାଇଛି। ରାଜ୍ୟ ସରକାରଙ୍କ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ୨୦୧୪ ମସିହାରେ ଆଜିର ପ୍ରକଳ୍ପର ପରିକଳ୍ପନା କରାଯାଇଥିଲା। ୨୦୧୫ରେ ଏହି ପ୍ରକଳ୍ପ ଆରମ୍ଭ ହୋଇଥିଲା ଓ ୪ବର୍ଷ ବଦଳରେ ୫ବର୍ଷରେ ଶେଷ ହୋଇଛି। ଜମି ଅଧିଗ୍ରହଣ ଅଡୁଆ ଲାଗି ପ୍ରକଳ୍ପ ଗୋଟିଏ ବର୍ଷ ବିଳମ୍ବରେ ସରିଥିଲେ ବି ରେକର୍ଡ ସମୟରେ ସରିଥିବା ସରକାର ଦାବି କରିଛନ୍ତି।

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments