1. କୃଷି ଖବର

କମିଲା ରାଜ୍ୟ ରେ ମୌସୁମୀ ବର୍ଷା!ବଢୁଛି ଗୁଳୁଗୁଳି

କମିଲା ରାଜ୍ୟ ରେ ମୌସୁମୀ ବର୍ଷା!ବଢୁଛି ଗୁଳୁଗୁଳି

KJ Staff
KJ Staff

କମିଲା ରାଜ୍ୟ ରେ ମୌସୁମୀ ବର୍ଷା!ବଢୁଛି ଗୁଳୁଗୁଳି

ଦକ୍ଷିଣ ପୂର୍ବ ମୌସୁମୀ ର ଆଗମନ ର ହାରାହାରି ମାସେ ପରେ ମଧ୍ୟ ଜଳୁଛି ଭୁବନେଶ୍ୱର ଓ କଟକ ପରି ସାରା ଓଡିଶା |ବର୍ଷା ର ମାତ୍ରା କମିବା ସହ ଏବେ ଭୀଷଣ ଗୁଳୁଗୁଳି ର ସମ୍ମୁଖୀନ ହେଉଛନ୍ତି ରାଜ୍ୟ ବାସି|ରାଜଧାନୀ ରେ ଗତ କଲି ୩୬.୯ ଡିଗ୍ରୀ ତାପମାତ୍ରା ଥିଲା ବେଳେ କଟକ ରେ ଏହା୩୭ ଡିଗ୍ରୀ ରେକର୍ଡ କରାଯାଇଥିଲା |
ଏହା ସହ ଗଜପତି ରେ ଶତକଡା ୬୦ ଭାଗ ମୌସୁମୀ ବର୍ଷା ହ୍ରାସ ପାଇଥିଲା ବେଳେ ,ବାଲେଶ୍ୱର ରେ ୪୭ % ରାୟଗଡା ରେ ୪୪ %,କନ୍ଧମାଳ ରେ ୪୩ % ଏବଂ ବଲାଙ୍ଗୀର ରେ ୪୧ % ହ୍ରାସ ପାଇଛି |

ଭାରତୀୟ ପାଣିପାଗ ବିଭାଗ ର ଆକଳନ ଅନୁଯାୟୀ ଆଗାମୀ ୪ ଦିନ ରେ ବର୍ଷା ର ମାତ୍ରା ବେଶ ବୃଦ୍ଧି ପାଇବାର ସମ୍ଭାବନା ରହିଛି |"ଉତ୍ତର -ପଶ୍ଚିମ ବଙ୍ଗୋପ ସାଗର ,ଉପକୂଳ ଓଡିଶା ଏବଂ ଗଙ୍ଗା ନଦୀ କୁଳ ନିକଟବର୍ତୀ ପଶ୍ଚିମ ବଙ୍ଗ ରୁ ୭.୬ କି.ମି ଆଗକୁ ଥିବା ଏକ ଘୁର୍ଣ୍ଣିବଳ କେନ୍ଦ୍ରୀଭୂତ ହୋଇଛି |ଏହା ପ୍ରଭାବ ରେ ଆଗାମୀ ୨୪ ଘଣ୍ଟା ,ମଧ୍ୟରେ ଉପକୂଳ ଓଡିଶା ଏବଂ ନିକଟବର୍ତୀ ଅଞ୍ଚଳରେ ବେଶ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି "ବୋଲି ମତ ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ ର ନିର୍ଦେଶକ ,ଏଚ.ଆର ବିଶ୍ୱାସ |

ଏହାର ପ୍ରଭାବ ରେ ଗୁରୁବାର ରାଜ୍ୟ ର ବହୁ ସ୍ଥାନ ରେ ଘଡଘଡି ସହ ବର୍ଷା ର ସମ୍ଭାବନ ରହିଥିଲା ବେଳେ ଶୁକ୍ରବାର ଦିନ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିବ |ମାଲକାନଗିରି ,କୋରାପୁଟ ,କଳାହାଣ୍ଡି ,ଗଂଜାମ ,ଗଜପତି ,କନ୍ଧମାଳ ,ନୟାଗଡ଼ ,ସୋନପୁର ,ବୌଧ ,ସମ୍ବଲପୁର ଏବଂ ଦେଓଗଡ଼ ଜିଲ୍ଲା ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି |ଶୁକ୍ରବାର ମଧ୍ୟ ରାଜ୍ୟର ଦକ୍ଷିଣ ଏବଂ ଉତ୍ତର ସ୍ଥିତ ଜିଲ୍ଲା ମାନଙ୍କରେ ଏହାର ପ୍ରଭାବ ସକ୍ରିୟ ରହିବ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ