1. କୃଷି ଖବର

ସହଯୋଗୀ ଅଂଶୀଦାର ମାଧ୍ୟମରେ ଦୃଢ ସମ୍ପ୍ରସାରଣ ର ସଫଳ ଅନୁଷ୍ଠାନ :କେ .ବି.କେ ଖୋର୍ଦ୍ଧା

ସହଯୋଗୀ ଅଂଶୀଦାର ମାଧ୍ୟମରେ ଦୃଢ ସମ୍ପ୍ରସାରଣ ର ସଫଳ ଅନୁଷ୍ଠାନ :କେ .ବି.କେ ଖୋର୍ଦ୍ଧା

KJ Staff
KJ Staff
ସହଯୋଗ ର ହାଥ ମିଶାଇ ଅଂଶ ଗ୍ରହଣ କଲେ ବହୁ କଷ୍ଟସାଧ୍ୟ କାର୍ଯ୍ୟ ମଧ୍ୟ ସହଜ ହୋଇଥାଏ |ତେଣୁ ଏକ ଅନୁଷ୍ଠାନ ର ସଫଳତା ଏବଂ ତାର ସୂଚନା ସମ୍ପ୍ରସାରଣ କେବଳ ସେହି ଅନୁଷ୍ଠାନ ଚାହିଁଲେ କେବେ କରିପାରିବ ନାହିଁ |ଯଦି ଉଚିତ ଅନୁଷ୍ଠାନ ଗଠନ ର ଆସ ରଖାଯାଏ ତେବେ ସହଯୋଗୀ ଅଂଶୀଦାର ର ଆବଶ୍ୟକତା ନିଶ୍ଚିନ୍ତ ରହିଛି |

ଏନେଇ ଏକ କଂସଲଟେସନ ମିଟ ର କୃଷି ବିଜ୍ଞାନ କେନ୍ଦ୍ର ଖୋର୍ଦ୍ଧା ,ଆଇ .ସି.ଏ.ଆର ସିଫା ,ନାରିକେଳ ଉନ୍ନୟନ ବୋର୍ଡ଼ ,ଜାତୀୟ ଧାନ ଗବେଷଣା କେନ୍ଦ୍ର ,କଟକ ,କୃଷି ଜାଗରଣ ଓଡିଶା ଏବଂ ରିଲାଏନ୍ସ ଫାଉଁଡେସନ ଙ୍କର ମିଳିତ ସହଯୋଗ ରେ ଆୟୋଜିତ ହୋଇଥିଲା | କାର୍ଯ୍ୟକ୍ରମ ର ଆରମ୍ଭ ସିଫା ର ନିର୍ଦେଶକ ଡଃ ବି .ପଲାଇ ଙ୍କର ବାର୍ତ୍ତା ରୁ ହୋଇଥିଲା ବେଳେ ,ଏକ୍ସଟେନସନ ଏଜୁକେସନ ର ଦିନ ଡଃ ପି.କେ ରାଉଳ ,ଏବଂ ନାରିକେଳ ଉନ୍ନୟନ ବୋର୍ଡ଼ ର ଉପାଧ୍ୟାକ୍ଷ ଡଃ ବିଶ୍ୱନାଥ ରଥ ଏହିପରି ସହଯୋଗ ର ବିଶେଷତା ଉପରେ ଗୁରୁତ୍ୱ ଦେଇଥିଲେ |

କାର୍ଯ୍ୟକ୍ରମ ର ମୁଖ୍ୟ ତିଥି ଭାବେ ଯୋଗଦାନ କରିଥିଲେ ଆଇ.ସି.ଏ.ଆର ,ଅଟ୍ଟାରି ର ନିର୍ଦେଶକ ଡଃ ଏସ.ଏସ.ସିଂହ,ଏବଂ ଓଡିଶା ସରକାର ଙ୍କର କୃଷି ଓ ଅର୍ଥ ମନ୍ତ୍ରୀ ଶଶୀ ଭୂଷଣ ବେହେରା |
ମୁଖ୍ୟ ଅତିଥି ଙ୍କୁ ସ୍ୱାଗତ ଜଣାଇଲା ପରେ ସମସ୍ତ ଅଂଶୀଦାର ଅନୁଷ୍ଠାନ ଙ୍କର ମୁଖ୍ୟ ମାନେ ନିଜର ମନ୍ତବ୍ୟ ରଖିଥିଲେ |ସେଥି ମଧ୍ୟରୁ ଥିଲେ ଆଇ.ସି.ଏ.ଆର -ସିୱା ର ବୈଜ୍ଞାନିକ ଡଃ ବି .ଏନ ଷଡ଼ଙ୍ଗୀ ,କେ.ବି.କେ କଟକ ର ବରିଷ୍ଠ ବୈଜ୍ଞାନିକ ଏବଂ ମୁଖ୍ୟ ଡଃ ଦିଲୀପ ଷଡ଼ଙ୍ଗୀ ,ପାରାଦୀପ ଫସଫେଟ ର ଶ୍ରୀଯୁକ୍ତ ବିଶ୍ୱନାଥ ନନ୍ଦ ,କେ.ବି.କେ ଖୋର୍ଦ୍ଧା ର ବରିଷ୍ଠ ବୈଜ୍ଞାନିକ ଏବଂ ମୁଖ୍ୟ ଡଃ ପି.ଏନ .ଅନନ୍ତ ,ପ୍ରଧାନ ଏନ.ଗି.ଓ ର ଶ୍ରୀଯୁକ୍ତ ଅମୁଲ୍ୟ ଖଣ୍ଡାଇ ଏବଂ ଈରି ଇଣ୍ଡିଆ ର ଅଧ୍ୟକ୍ଷ |

ଏହା ପରେ ଏକ ଆଲୋଚନା ମଧ୍ୟରେ ସମସ୍ତ ବରିଷ୍ଠ ଅଧକ୍ଷ ମାନେ ଏହି ବିଷୟରେ ବିସ୍ତାର ପୂର୍ବକ ଆଲୋଚନା କରିଥିଲେ ଏବଂ ଶେଷରେ ଡଃ ପି.ଏନ ଅନନ୍ତ ସମସ୍ତଙ୍କୁ କୃତଜ୍ଞନ୍ତା ଜ୍ଞାପନ କରିଥିଲେ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments