ଭାରତ ଯେତିକି ପ୍ରାଚୀନ, ସେତିକି ପ୍ରାଚୀନ ହେଉଛି କୃଷି ଏବଂ ଆମର ଖାଦ୍ୟକୁ ନେଇ ମାନ୍ୟତା ରହିଛି । ଆମର ଅନୁଭୂତି ମଧ୍ୟ ରହିଛି ଏବଂ ଭାରତୀୟ କୃଷି ପରମ୍ପରାରେ ବିଜ୍ଞାନ ଓ ତର୍କକୁ ପ୍ରାଥମିକତା ଦିଆଯାଇଛି । ଆଜିକାଲି ଦୁନିଆରେ ଖାଦ୍ୟ ଓ ପୋଷଣକୁ ନେଇ ଅନେକ ଚିନ୍ତା ରହିଛି । କିନ୍ତୁ ହଜାର ହଜାର ବର୍ଷ ପୂର୍ବେ ଆମ ଶାସ୍ତ୍ରରେ ଏହା କୁହାଯାଇଛି- ଅନ୍ନଂ ହି ଭୂସାନା, ଜ୍ୟେଷ୍ଟମ,ସର୍ବୋଷଧିଂ ଭଚ୍ୟତେ, ଅର୍ଥାତ୍ ସମସ୍ତ ପଦାର୍ଥ ମଧ୍ୟରୁ ଅନ୍ନ ଶ୍ରେଷ୍ଠ,ସେଥିପାଇଁ ଖାଦ୍ୟକୁ ସମସ୍ତ ଔଷଧର ରୂପ,ଏହାର ମୂଳ କୁହାଯାଏ । ଆମ ଅନ୍ନକୁ ଔଷଧୀୟ ପ୍ରଭାବ ସହିତ ବ୍ୟବହାର କରିବା ପାଇଁ ସମ୍ପୂର୍ଣ୍ଣ ଆୟୁର୍ବେଦ ବିଜ୍ଞାନ ଅଛି। ଏହି ପାରମ୍ପରିକ ଜ୍ଞାନ ପ୍ରଣାଳୀ ଭାରତର ସାମାଜିକ ଜୀବନର ଏକ ଅଂଶ ଅଟେ ।
ଭାରତୀୟ କୃଷିର ଆଉ ଏକ ବୈଶିଷ୍ଟ୍ୟ ରହିଛି । ଭାରତରେ ଏବେ ମଧ୍ୟ ଆମେ ଛଅଟି ଋତୁକୁ ଦୃଷ୍ଟିରେ ରଖି ସବୁ କିଛି ଯୋଜନା କରିଥାଉ । ଆମର ଏଠାରେ ପନ୍ଦରଟି କୃଷି ଜଳବାୟୁ ଅଞ୍ଚଳର ଆମର ନିଜର ସ୍ୱତନ୍ତ୍ରତା ରହିଛି । ଭାରତରେ କିଛି ଶହେ କିଲୋମିଟର ଯାତ୍ରା କରିବେ ତେବେ ସେଠାରେ ଚାଷ କାମ ବଦଳିଯାଇଥାଏ । ସମତଳ ଅଞ୍ଚଳର ଚାଷ ଅଲଗା ଅଲଗା ... । ହିମାଳୟର ଚାଷ ଭିନ୍ନ... ଶୁଖିଲା ... ଶୁଖିଲା ମରୁଭୂମି ଚାଷ ଭିନ୍ନ... ଯେଉଁଠି ପାଣି କମ୍ ରହିଥାଏ ସେଠାରେ ଚାଷ ଅଲଗା... ଏବଂ ଉପକୂଳବର୍ତ୍ତୀ ଅଞ୍ଚଳର ଚାଷ ଭିନ୍ନ ଅଟେ । ଏହି ବିବିଧତା ଭାରତକୁ ବିଶ୍ୱ ଖାଦ୍ୟର ନିରାପତ୍ତା ପାଇଁ ଏକ ଆଶାର କିରଣ ରେ ପରିଣତ କରିଛି ।
କୃଷି ଆମର ଅର୍ଥନୈତିକ ନୀତିର କେନ୍ଦ୍ରରେ ରହିଛି । ଆମର ଏଠାରେ ପ୍ରାୟ ୯୦ ପ୍ରତିଶତ ପରିବାର ଏମିତି ଅଛନ୍ତି, ଯେଉଁମାନଙ୍କ ପାଖରେ ବହୁତ କମ୍ ଜମି ଅଛି । ଏହି କ୍ଷୁଦ୍ର କୃଷକମାନେ ଭାରତର ଖାଦ୍ୟ ନିରାପତ୍ତାର ସବୁଠାରୁ ବଡ଼ ଶକ୍ତି । ଏଭଳି ସ୍ଥିତି ଏସିଆର ଅନେକ ବିକାଶଶୀଳ ଦେଶରେ ଦେଖାଯାଏ । ତେଣୁ ଭାରତର ମଡେଲ ଅନେକ ଦେଶ ପାଇଁ କାମ କରିପାରିବ । ଏହାର ଏକ ଉଦାହରଣ ହେଉଛି ସ୍ଥାୟୀ ଚାଷ । ଭାରତରେ ଆମେ ରାସାୟନିକ ମୁକ୍ତ ପ୍ରାକୃତିକ ଚାଷକୁ ବ୍ୟାପକ ମାତ୍ରାରେ ପ୍ରୋତ୍ସାହିତ କରୁଛୁ । ଏହାର ବହୁତ ଭଲ ଫଳାଫଳ ମିଳିଛି । ଚଳିତ ବର୍ଷ ବଜେଟରେ ମଧ୍ୟ ସ୍ଥାୟୀ କୃଷି ଏବଂଜଳବାୟୁ ସହନଶୀଳ ଚାଷ ଉପରେ ଗୁରୁତ୍ୱ ଦିଆଯାଇଛି । କୃଷକମାନଙ୍କୁ ସମର୍ଥନ କରିବା ପାଇଁ ଆମେ ଏକ ସମ୍ପୂର୍ଣ୍ଣ ଇକୋସିଷ୍ଟମ୍ ବିକଶିତ କରୁଛୁ । ଜଳବାୟୁ ସହନଶୀଳ ଫସଲ ସମ୍ପର୍କିତ ଗବେଷଣା ଓ ବିକାଶ ଉପରେ ଭାରତ ଗୁରୁତ୍ୱ ଦେଉଛି । ବିଗତ ୧୦ବର୍ଷ ମଧ୍ୟରେ ଆମେ ଆମର କୃଷକମାନଙ୍କୁ ପ୍ରାୟ ୧୯୦୦ ନୂତନ ଜଳବାୟୁ ସହନଶୀଳ ପ୍ରଜାତି ପ୍ରଦାନ କରିଛୁ । ଭାରତର କୃଷକମାନେ ମଧ୍ୟ ଏହାର ଫାଇଦା ପାଉଛନ୍ତି । ଆମପାଖରେ କିଛି ପ୍ରଜାତିର ଚାଉଳ ମଧ୍ୟ ଅଛି,ଯେଉଁଥି ପାଇଁ ପାରମ୍ପରିକ ପ୍ରଜାତି ତୁଳନାରେ ୨୫ ପ୍ରତିଶତ କମ୍ ପାଣି ଆବଶ୍ୟକ କରିଥାଏ । ବିଗତ କିଛି ବର୍ଷ ମଧ୍ୟରେକଳା ଚାଉଳ ଏକ ସୁପରଫୁଡ୍ ଭାବେ ଉଭା ହୋଇଛି । ମଣିପୁର,ଆସାମ ଏବଂ ମେଘାଳୟର କଳା ଚାଉଳ ଏହାର ଔଷଧୀୟ ଗୁଣ ହେତୁ ଏହାକୁ ପସନ୍ଦ କରାଯାଉଛି । ବିଶ୍ୱ ସମୁଦାୟ ସହ ନିଜର ଅନୁଭୂତି ବାଣ୍ଟିବାକୁ ଭାରତ ମଧ୍ୟ ସେତିକି ଆଗ୍ରହୀ ।
ବିଗତ ଦଶନ୍ଧି ମଧ୍ୟରେ ଆମେକୃଷିକୁ ଆଧୁନିକ ଜ୍ଞାନକୌଶଳ ସହ ଯୋଡ଼ିବା ପାଇଁ ଅନେକ ପ୍ରୟାସ କରିଛୁ । ଆଜି ଜଣେ କୃଷକ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ସାହାଯ୍ୟରେ କ'ଣ ଚାଷ କରିବେ ତାହା ଜାଣିପାରିବେ । ସେ ସୌର ଶକ୍ତି ସାହାଯ୍ୟରେ ପମ୍ପ ଚଳାନ୍ତି ଏବଂ ବର୍ଜ୍ୟ ଜମିରେ ସୌର ଚାଷ କରି ମଧ୍ୟ ରୋଜଗାର କରନ୍ତି । ସେହି- ଇନାମ ଅର୍ଥାତ୍ ଡିଜିଟାଲ କୃଷି ବଜାର ଦ୍ୱାରା ନିଜ ଉତ୍ପାଦ ବିକ୍ରି କରିପାରିବେ,ସେ କିଷାନ କ୍ରେଡିଟ୍ କାର୍ଡ ବ୍ୟବହାର କରନ୍ତି । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ମାଧ୍ୟମରେ ସେ ନିଜ ଫସଲର ସୁରକ୍ଷା ସୁନିଶ୍ଚିତ କରନ୍ତି । କୃଷକଙ୍କଠାରୁ ଆରମ୍ଭ କରି କୃଷିଟେକ୍ ଷ୍ଟାର୍ଟଅପ୍, ପ୍ରାକୃତିକ ଚାଷଠାରୁ ଆରମ୍ଭ କରି ଫାର୍ମଷ୍ଟେ ଏବଂ ଫାର୍ମ-ଟୁ-ଟେବୁଲ ବ୍ୟବସ୍ଥା, କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରକୁ ଭାରତରେ କ୍ରମାଗତ ଭାବେ ଆନୁଷ୍ଠାନିକ ରୂପ ଦିଆଯାଉଛି । ଗତ ୧୦ ବର୍ଷ ମଧ୍ୟରେ ଆମେ ୯ ଲକ୍ଷ ହେକ୍ଟର ଚାଷକୁ କ୍ଷୁଦ୍ର ଜଳସେଚନ ସହ ଯୋଡ଼ିଛୁ । ଆମର ଇଥାନଲ ମିଶ୍ରଣ କାର୍ଯ୍ୟକ୍ରମ ମଧ୍ୟ ଉଭୟ କୃଷି ଏବଂ ପରିବେଶ ପାଇଁ ଲାଭଦାୟକ ହେଉଛି । ପେଟ୍ରୋଲରେ ୨୦ ପ୍ରତିଶତ ଇଥାନଲ ମିଶ୍ରଣ ଲକ୍ଷ୍ୟ ଆଡ଼କୁ ଆମେ ଦ୍ରୁତ ଗତିରେ ଅଗ୍ରସର ହେଉଛୁ ।
ଭାରତରେ ଆମେ କୃଷି କ୍ଷେତ୍ରରେ ଡିଜିଟାଲ ଟେକ୍ନୋଲୋଜିର ସମ୍ପୂର୍ଣ୍ଣ ବ୍ୟବହାର କରୁଛୁ । ପିଏମ୍ କିଷାନ ସମ୍ମାନ ନିଧି ଜରିଆରେ ଗୋଟିଏ କ୍ଲିକ୍ ରେ ୩୦ ସେକେଣ୍ଡରେ ୧୦ କୋଟି କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରାଯାଇଥାଏ । ଡିଜିଟାଲ ଫସଲ ସର୍ଭେ ପାଇଁ ଆମେ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ସୃଷ୍ଟି କରୁଛୁ । ଆମର କୃଷକମାନେରିୟଲ ଟାଇମ ସୂଚନା ପାଇବେ ଏବଂ ଡାଟା ଭିତ୍ତିକ ନିଷ୍ପତ୍ତି ନେବାରେ ସକ୍ଷମ ହେବେ । ଆମର ଏହି ପଦକ୍ଷେପ ଦ୍ୱାରା କୋଟି କୋଟି କୃଷକ ଉପକୃତ ହେବେ ଏବଂ ସେମାନଙ୍କ ଆର୍ଥିକ ସ୍ଥିତି ଉନ୍ନତ ହେବ । ଜମିର ଡିଜିଟାଇଜେସନ୍ ପାଇଁ ସରକାରଏକ ବଡ଼ ଅଭିଯାନ ମଧ୍ୟ ଚଳାଇଛନ୍ତି । କୃଷକମାନଙ୍କୁ ସେମାନଙ୍କ ଜମିର ଡିଜିଟାଲପରିଚୟ ନମ୍ବର ମଧ୍ୟ ଦିଆଯିବ । ଆମେ ଚାଷକାର୍ଯ୍ୟରେ ଖୁବ୍ ଦ୍ରୁତ ଗତିରେ ଡ୍ରୋନ୍ ବ୍ୟବହାରକୁ ପ୍ରୋତ୍ସାହିତ କରୁଛୁ । ଡ୍ରୋନ୍ ଜରିଆରେ ହେଉଥିବା ଚାଷର କମାଣ୍ଡମହିଳା, ଆମ ଡ୍ରୋନ୍ ଭଉଣୀମାନଙ୍କୁ ଦିଆଯାଉଛି । ଏସବୁ ପଦକ୍ଷେପ ଯାହା ହେଉ ନା କାହିଁକି,ଏହା କେବଳ ଭାରତର କୃଷକଙ୍କ ପାଇଁ ଲାଭଦାୟକ ହେବ ନାହିଁ,ବରଂ ଏହା ବିଶ୍ୱ ଖାଦ୍ୟ ସୁରକ୍ଷାକୁ ମଧ୍ୟ ସୁଦୃଢ଼ କରିବ ।
ଅଧିକ ପଢ଼ନ୍ତୁ
Share your comments