ସାହାରା ଇଣ୍ଡିଆରେ ଅନେକ ଲୋକ ନିଜ ଟଙ୍କା ନିବେଶ କରି ହଇରାଣ ହୋଇଛନ୍ତି l ନିକଟରେ ତାଙ୍କ ଟଙ୍କାତାଙ୍କୁ ଫେରାଇଦିଆଯିବ ମଧ୍ୟ କୁହାଯାଇଥିଲା l କିନ୍ତୁ ଏ ପର୍ଯ୍ୟନ୍ତ ଏହା ହୋଇ ନ ଥିବାରୁ ସୁପ୍ରିମ କୋର୍ଟ ତାଙ୍କୁ କଡ଼ା ତାଗିଦ କରିଛନ୍ତି l ନିବେଶକଙ୍କ ଟଙ୍କା ଫେରସ୍ତରେ ବିଳମ୍ବ ହେତୁ ସୁପ୍ରିମକୋର୍ଟ କଡ଼ା ତାଗିଦ କରିଛନ୍ତି। ନିଜ ସମ୍ପତ୍ତି ବିକ୍ରୟ କରି ନିବେଶକଙ୍କୁ ଟଙ୍କା ଫେରସ୍ତ କରିବା ଉଚିତ୍ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଖୁବ ଶୀଘ୍ର ନିବେଶକଙ୍କ ଟଙ୍କା ଫେରାଇବାକୁ କୁହାଯାଇଛି ସାହାରା ସଂସ୍ଥାକୁ l
ପ୍ରାୟ ତିନି କୋଟି ନିବେଶକ ନିଜ ରୋଜଗାରକୁ ସାହାରା ଗ୍ରୁପର ଚାରୋଟି କୋଅପରେଟିଭ ସୋସାଇଟିଜରେ ଜମା ରଖିଥିଲେ । ଏହି ଲୋକମାନେ ବିଭିନ୍ନ ଯୋଜନା ମାଧ୍ୟମରେ ଟଙ୍କା ବିନିଯୋଗ କରିଥିଲେ। ସେମାନଙ୍କ ଅବଧି ଶେଷ ହେବା ସତ୍ତ୍ବେ ଟଙ୍କା ଫେରସ୍ତ ପାଇନାହାଁନ୍ତି ।
ଗତ କିଛି ହୋଇଯିବ ନିବେଶକମାନେ ବିଭିନ୍ନ କୋର୍ଟ ଏବଂ SEBI ନିକଟକୁ ଯାଇ ଟଙ୍କା ଫେରସ୍ତ ପାଇଁ ସଂଗ୍ରାମ କରିଆସୁଥିଲେ l କିନ୍ତୁ, ଏପର୍ଯ୍ୟନ୍ତ ସେମାନଙ୍କ ଉଦ୍ୟମ ସଫଳ ହୋଇପାରି ନାହିଁ ।
ସୁପ୍ରିମକୋର୍ଟଙ୍କ ସର୍ବଶେଷ ଆଦେଶ ପରେ ଟଙ୍କା ଫେରସ୍ତ ପାଇଁ ରାସ୍ତା ସଫା କରାଯାଇଛି । ଏହାର ସମସ୍ତ ସମ୍ପତ୍ତି ବିକ୍ରୟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ କୁହାଯାଇଛି l ଆକାଉଣ୍ଟରେ ଆବଶ୍ୟକ ପରିମାଣ ଜମା କରି ନିବେଶକଙ୍କ ଟଙ୍କା ଫରାଇବାକୁ ସୁନିଶ୍ଚିତ କରିବାକୁ କୋର୍ଟ ସାହାରା ଗ୍ରୁପକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ଏହା ଆରାମ ପ୍ରଦାନ କରିବ ବୋଲି ଆଶା କରାଯାଉଛି l
ଅଧିକ ପଢ଼ନ୍ତୁ
Share your comments