1. କୃଷି ଖବର

ଝାରସୁଗୁଡ଼ାରେ ଗହମ ବଣ୍ଟନରେ ଅନିୟମିତତା

ଗହମ ବଣ୍ଟନ ଦାୟିତ୍ୱରେ ଥିବା ଠିକା ସଂସ୍ଥାର ମନମୁଖୀ କାର୍ଯ୍ୟକଳାପ ଯୋଗୁଁ ଝାରସୁଗୁଡ଼ା ଜିଲ୍ଲାରେ ଗହମ ବଣ୍ଟନରେ ଅନିୟମିତତା ଦେଖାଦେଇଛି l

Sugyan Kumar Nayak
Sugyan Kumar Nayak
Wheat

Wheat

ଗହମ ବଣ୍ଟନ ଦାୟିତ୍ୱରେ ଥିବା ଠିକା ସଂସ୍ଥାର ମନମୁଖୀ କାର୍ଯ୍ୟକଳାପ ଯୋଗୁଁ ଝାରସୁଗୁଡ଼ା ଜିଲ୍ଲାରେ ଗହମ ବଣ୍ଟନରେ ଅନିୟମିତତା ଦେଖାଦେଇଛି l ଯାହା ଫଳରେ ହିତାଧିକାରୀମାନଙ୍କ ପାଖରେ ଦୁଇ ମାସର ଗହମ ପହଞ୍ଚି ପାରିନାହିଁ l ଝାରସୁଗୁଡ଼ା ଜିଲ୍ଲାରେ ଏବେ ଯୋଗାଣ ବିଭାଗ ଓ ଯୋଗାଣକାରୀ ଠିକାସଂସ୍ଥାର ଆଉ ଏକ ତ୍ରୁଟି ପଦାକୁ ଆସିଛି। ଏଲ୍-୧ ଠିକା ସଂସ୍ଥାର ଭୁଲ ଯୋଗୁଁ ଜିଲ୍ଲାର ୨ ମାସ (ଜୁଲାଇ ଓ ଅଗଷ୍ଟ)ର ପ୍ରାୟ ୩,୦୦୦ କ୍ବିଣ୍ଟାଲ ଗହମ ଏଫସିଆଇରୁ ଉଠାଯାଇ ପାରିନାହିଁ।

ଏଥିମଧ୍ୟରେ ରହିଛି ରାଉରକେଲାର ୩୦୦ କ୍ବିଣ୍ଟାଲ, ଲହୁଣୀପଡା ବ୍ଲକର ୬୨ କ୍ବିଣ୍ଟାଲ ସହ କୋଇଡା, ବଣାଇଗଡ, ସୁନ୍ଦରଗଡ ସମେତ ଅନ୍ୟ କିଛି ବ୍ଲକରେ ଶତାଧିକ କ୍ବିଣ୍ଟାଲ ଗହମ। ଠିକା ନେଇ କାମ କରି ନଥିବା ସଂସ୍ଥାର ଖାମଖିଆଲି ମନୋଭାବ ଯୋଗୁ ପ୍ରାୟ ୬୦ ,୦୦୦ ଲୋକ ୨ ମାସର ଗହମ ପାଇବାରୁ ବଞ୍ଚିତ ହୋଇଛନ୍ତି। ଏହା ମଧ୍ୟରେ ରାଉରକେଲାର ୬ ହଜାର , ଲହୁଣୀପଡାର ୧୨୪୦ ଜଣ ରହିଛନ୍ତି। କିନ୍ତୁ ଭୁଲ୍ କରିଥିବା ଠିକାସଂସ୍ଥା ବିରୋଧରେ ବିଭାଗୀୟ କାର୍ଯାନୁଷ୍ଠାନ ଶୂନ। ଜିଲ୍ଲା ଯୋଗାଣ ଅଧିକାରୀ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ବୋଲି କହୁଛନ୍ତି। ଯୋଗାଣକାରୀ ଏଲ୍-୧ ଠିକା ସଂସ୍ଥାକୁ କାରଣଦର୍ଶାଅ ନୋଟିସ୍ ଜାରି କରି କାମ ସାରିଛନ୍ତି। ଆଶ୍ଚର୍ଯ୍ୟର କଥା ଯେ କିଛି କାର୍ଯ୍ୟାନୁଷ୍ଠାନ ନାହିଁ କି କିଛି ପ୍ରଭାବ ବା ପ୍ରତିକ୍ରିୟା ନାହିଁ। ଯୋଗାଣକାରୀ ଉକ୍ତ ଏଲ୍-୧ ଠିକାସଂସ୍ଥା ଏଫସିଆଇରୁ ରାଉରକେଲା ଆର୍ଆର୍ସି (ରାଇସ୍ ରିସିଭିଂ ସେଣ୍ଟର) ସହ ବିଭିନ୍ନ ବ୍ଲକରୁ ପିଡିଏସ୍ ସାମଗ୍ରୀ ଯୋଗାଣ ପାଇଁ ଟେଣ୍ଡର ପକାଇଥିଲେ। କାମ ମଧ୍ୟ ପାଇଥିଲେ। ଅଧିକ ରୋଜଗାର ଆଶାରେ ଯୋଗାଣ ବିଭାଗ ଅଧିକାରୀଙ୍କ ସହ ଭିତିରି ସଲାସୁତୁରା କରି ଗହମ ଉଠାଣ କେନ୍ଦ୍ର ରାଉରକେଲା ପରିବର୍ତ୍ତେ ଝାରସୁଗୁଡା ଏଫସିଆଇ କରି ଦେଇଥିଲେ। ଠିକାସଂସ୍ଥା କଥାରେ ଯୋଗାଣ ବିଭାଗ ଅଧିକାରୀ ରାଉରକେଲା ଏଫସିଆଇର ଗହମ ଠିକ୍ ନ ଥିବା ଦର୍ଶାଇ ଝାରସୁଗୁଡା ଏଫସିଆଇରୁ ତାହାର ଉଠାଣ ପାଇଁ ସୁପାରିସ କରିଥିଲେ। ଏଲ୍-୧ ଠିକା ସଂସ୍ଥା ଝାରସୁଗୁଡାରୁ ଗହମ ଉଠାଇ ରାଉରକେଲା ଆର୍‌ଆର୍‌ସି, ବ୍ଲକ ଓ ପଞ୍ଚାୟତ ଅଫିସକୁ ଯୋଗାଣ କରୁଥିଲେ। କିନ୍ତୁ ଅବହେଳା କରି ଜୁଲାଇ ଓ ଅଗଷ୍ଟ ୨ ମାସରେ ଗହମ ଠିକ୍ ସମୟରେ ଉଠାଇ ନ ପାରିବାରୁ ଝାରସୁଗୁଡା ଏଫସିଆଇ ମ୍ୟାନେଜର୍ କୋଟା ବାତିଲ କରି ଦେଇଥିଲେ। ଜିଲ୍ଲା ଯୋଗାଣ ଅଧିକାରୀ ବାତିଲ ହୋଇଥିବା ବାକି କୋଟାକୁ ପୁନଶ୍ଚ ଦେବାକୁ ଏଫସିଆଇ ମ୍ୟାନେଜରଙ୍କୁ ଲେଖିଛନ୍ତି।

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ