News

କାହିଁକି ପାଲେଷ୍ଟାଇନର 58 ଟନ ତରଭୁଜ ନଷ୍ଟ କଲା ଇସ୍ରାଏଲ ? ଜାଣନ୍ତୁ...

ପାଲେଷ୍ଟାଇନର 58 ଟନ ତରଭୁଜକୁ ନଷ୍ଟ କରିଦେଇଛି ଇସ୍ରାଏଲ । ଏହି ସବୁ ତରଭୂଜ ଚୋରାଚାଲାଣ ହୋଇ ଆସିଥିବା ଅଭିଯୋଗ ହୋଇଛି ।

06 June, 2022 3:48 PM IST By: Shuvanshu Kar

ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ତିକ୍ତତା(Israeli–Palestinian conflict) ଲାଗି ରହିଛି । ଉଭୟ ପଡୋଶୀ ଦେଶ ହୋଇଥିବାବେଳେ ପରସ୍ପରରଙ୍କ ମଧ୍ୟରେ ଶତ୍ରୁତା ରହିଆସିଛି । ଏହାରି ମଧ୍ୟରେ ଏହି ତିକ୍ତତାକୁ ନେଇ ଏକ ଖବର ସାମ୍ନାକୁ ଆସିଛି, ଯେଉଁଥିରେ ପାଲେଷ୍ଟାଇନର 58 ଟନ ତରଭୁଜକୁ ନଷ୍ଟ କରିଦେଇଛି ଇସ୍ରାଏଲ । ଏହି ସବୁ ତରଭୁଜ(watermelon) ଚୋରାଚାଲାଣ ହୋଇ ଆସିଥିବା ଅଭିଯୋଗ ହୋଇଛି ।

ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଖାଦ୍ୟ ସାମଗ୍ରୀ ଚୋରାଚାଲାଣ କୌଣସି ନୂଆ କଥା ନୁହେଁ । ଉଭୟ ଦେଶ ମଧ୍ୟରେ ଚୋରା ଚାଲାଣ ଏକ ପ୍ରମୁଖ ସମସ୍ୟା ରହିଆସିଛି । ସୂଚନା ଅନୁଯାୟୀ, ନିକଟରେ ପାଲେଷ୍ଟାଇନରୁ ଚୋରାଚାଲାଣ ହୋଇ ଆସିଥିବା 58 ଟନ ତରଭୂଜକୁ ଜବତ କରିଥିଲେ ଇସ୍ରାଏଲ ଅଧିକାରୀ । ପରେ ଏହାକୁ ନଷ୍ଟ କରିଦିଆଯାଇଛି ।

ଜେରୁଜେଲମ୍ ପୋଷ୍ଟ ରିପୋର୍ଟ ଅନୁଯାୟୀ ଜୋର୍ଡାନ ଉପତ୍ୟକା ସୀମାରେ ଅଧିକାରୀମାନେ ଏହି ଚୋରାଚାଲାଣ ହୋଇ ଆସୁଥିବା ତରଭୂଜ ଜବତ କରିଛନ୍ତି । ନକଲି ପ୍ରମାଣପତ୍ର ଦେଖାଇ ଏଗୁଡିକୁ ଜୋର୍ଡାନ ଉପତ୍ୟକା ଆଡକୁ ନିଆଯାଉଥିଲା । ଇସ୍ରାଏଲର ଏକ ବଡ ବଜାରରେ ଏହି ତରଭୁଜ ବିକ୍ରିର ଉଦ୍ଦେଶଅୟ ରହିଥିଲା । ହେଲେ ଯାଞଅଚ ସମୟରେ ଏହାକୁ ଜବତ କରାଯାଇଛି ।

ତରଭୁଜ ଇସ୍ରାଏଲ୍ ଏବଂ ପାଲେଷ୍ଟାଇନୀୟମାନଙ୍କ ମଧ୍ୟରେ ମତଭେଦ ବୁଣିଛି । ପାଲେଷ୍ଟାଇନୀୟମାନେ ଏହାକୁ ବିରୋଧର ପ୍ରତୀକ ଭାବରେ ବ୍ୟବହାର କରନ୍ତି କାରଣ ଏହାର ରଙ୍ଗ ଏହି ଦେଶର ପତାକା ସଦୃଶ । ମେ’ର ମଧ୍ୟଭାଗରେ ଅମଳ କରାଯାଉଥିବା ଏହି ଫଳ ପାରମ୍ପାରିକ ଭାବରେ ଏହି ଅଞ୍ଚଳରେ ଚାଷ କରାଯାଏ, କିନ୍ତୁ ପାଲେଷ୍ଟାଇନର କୃଷକମାନେ ପ୍ରତିଶୋଧ ପରାୟଣ ନୀତି ହେତୁ ସେମାନଙ୍କ ଇସ୍ରାଏଲ୍ ପ୍ରତିପକ୍ଷଙ୍କ ଠାରୁ ପଛରେ ରହିଯାଇଛନ୍ତି ।

ଇସ୍ରାଏଲ ସହଯୋଗରେ ନୂଆ ରୂପ ପାଇବ ଭାରତର 75 ଗାଁ, କୃଷିରେ ଆସିବ ପରିବର୍ତ୍ତନ

ଇସ୍ରାଏଲର ହାଇଟେକ ଚାଷଜମି ବୁଲିଲେ କେନ୍ଦ୍ର କୃଷିମନ୍ତ୍ରୀ

ଇସ୍ରାଏଲର କୃଷିଜାତ ଦ୍ରବ୍ୟ କିଣାବିକା ଆଇନ ଅନୁଯାୟୀ, ଦେଶରେ ପ୍ରବେଶ କରୁଥିବା ଖାଦ୍ୟ ସାମଗ୍ରୀକୁ କଡା ନିୟମ ଦେଇ ଆସିବାକୁ ହୋଇଥାଏ । ପ୍ରଥମେ, ଜିନିଷଗୁଡିକ ନିୟମ ଅନୁଯାୟୀ ନିୟନ୍ତ୍ରିତ କ୍ରସିଂ ମାଧ୍ୟମରେ ସ୍ଥାନାନ୍ତରିତ ହେବା ଜରୁରୀ । ଦ୍ୱିତୀୟତ ଉତ୍ପାଦଟି ମାଇକ୍ରୋବାୟୋଲୋଜିକାଲ୍ ଅବଶିଷ୍ଟାଂଶ ଏବଂ କୀଟନାଶକ ଅବଶିଷ୍ଟାଂଶ ପାଇଁ ନମୁନା ସଂଗ୍ରହ କରାଯାଇଥାଏ । ତୃତୀୟତଃ ଇସ୍ରାଏଲ୍ ଫଳ ଏବଂ ପନିପରିବା ଦ୍ରବ୍ୟକୁ ଏହାର ବାହ୍ୟ ରୂପଠାରୁ ନେଇ ପୁଷ୍ଟିକର ଆଭ୍ୟନ୍ତରୀଣ ଗଠନ ପର୍ଯ୍ୟନ୍ତ କଠିନ ଗୁଣାତ୍ମକ ଯାଞ୍ଚ କରାଯାଏ ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)