1. କୃଷି ଖବର

୧୦ମ ପାସ କରିଥିଲେ ମିଳିବ ପୋଲିସ ଚାକିରି,ଶୀଘ୍ର କରନ୍ତୁ ଆବେଦନ

ଚାକିରିକୁ ନେଇ ଏବେ ଆସିଲା ଖୁସି ଖବର । ଇଣ୍ଡୋ ତିବ୍ଦତୀୟ ସୀମା ପୋଲିସ (ITBP) ସବ୍ ଇନ୍ସପେକ୍ଟର (SI) ପଦବୀ ପୂରଣ ପାଇଁ ହିଁ ଆବେଦନକୁ ଜାରି କରିଛି । ଜାଣନ୍ତୁ କେବେ ଏବଂ କେମିତି କରିବେ ଆବେଦନ...

Sudesna Nayak
Sudesna Nayak
itbp jobs for 10th pass

itbp jobs for 10th pass

ଚାକିରିକୁ ନେଇ ଏବେ ଆସିଲା ଖୁସି ଖବର (GOOD NEWS)। ଇଣ୍ଡୋ ତିବ୍ଦତୀୟ ସୀମା ପୋଲିସ (ITBP) ସବ୍ ଇନ୍ସପେକ୍ଟର (SI) ପଦବୀ ପୂରଣ ପାଇଁ ହିଁ ଆବେଦନକୁ ଜାରି କରିଛି । ଜାଣନ୍ତୁ କେବେ ଏବଂ କେମିତି କରିବେ ଆବେଦନ...

ସୂଚନା ଅନୁଯାୟୀ, ଇଣ୍ଡୋ ତିବ୍ଦତୀୟ ସୀମା ପୋଲିସ (ITBP) ସବ୍ ଇନ୍ସପେକ୍ଟର (SI) ଚାକିରି ପାଇବା ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆସିଛି । ସବ୍ ଇନ୍ସପେକ୍ଟର ପଦବୀରେ ନିଯୁକ୍ତି ପାଇଁ ପ୍ରାର୍ଥୀଙ୍କ ଠାରୁ ଆବେଦନ ଗ୍ରହଣ କରିବା ନେଇ ଆଇଟିବିପି ଏକ ବିଜ୍ଞପ୍ତି ଜାରି କରିଛି । ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଯେଉଁମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି ସେମାନେ ଏହାର ଅଫିସିଆଲ୍ ୱେବସାଇଟ୍ itbpolice.nic.in କୁ ଯାଇ ଆବେଦନ କରିପାରିବେ ।

ପ୍ରାର୍ଥୀମାନେ ଏହି ଲିଙ୍କ୍ recrutement.itbpolice.nic.in ଉପରେ ହିଁ କ୍ଲିକ୍ କରି ପୋଷ୍ଟଗୁଡିକ ପାଇଁ ଆବେଦନ କରିପାରିବେ । ଏହି ଲିଙ୍କ୍ ITBP SI Recruitment 2022 Notification PDF ମାଧ୍ୟମରେ ଏହି ଆବେଦନର ଅଫିସିଆଲ୍ ବିଜ୍ଞପ୍ତି ମଧ୍ୟ ଦେଖିପାରିବେ । 

ତାରିଖ,ଜାଣନ୍ତୁ...

-ଅନ୍‌ଲାଇନ୍ ଆବେଦନ କରିବାର ଆରମ୍ଭ ତାରିଖ - ୧୬ ଜୁଲାଇ
-ଅନ୍‌ଲାଇନ୍ ଆବେଦନ କରିବାର ଶେଷ ତାରିଖ - ୧୪ ଅଗଷ୍ଟ

ବୟସ ସୀମା,ଜାଣନ୍ତୁ...

-ପ୍ରାର୍ଥୀମାନଙ୍କ ବୟସ ୨୦ରୁ ୨୫ବର୍ଷ ମଧ୍ୟରେ ହେବା ଉଚିତ ।

ଶିକ୍ଷାଗତ ଯୋଗ୍ୟତା,ଜାଣନ୍ତୁ...

୧୦ମ ପାସ୍ ସହିତ ସିଭିଲ୍ ଇଞ୍ଜିନିୟରିଂରେ ଡିପ୍ଲୋମା ଥିବା ପ୍ରାର୍ଥୀମାନେ ହିଁ ଏହି ପଦବୀ ପାଇଁ ଆବେଦନ କରିବାକୁ ଯୋଗ୍ୟ ଅଟନ୍ତି ।

ଖାଲି ପଦବୀ,ଜାଣନ୍ତୁ...

-ସବ୍ ଇନ୍ସପେକ୍ଟର (ଓଭରସିୟର୍) – ୩୭ଟି ପୋଷ୍ଟ 

ଏଥିରେ ୩୨ଟି ପୋଷ୍ଟ ପୁରୁଷଙ୍କ ପାଇଁ ଥିବା ବେଳେ ୫ଟି ପୋଷ୍ଟ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି ।

ଦରମା,ଜାଣନ୍ତୁ...

ଏହି ପଦବୀରେ ନିଯୁକ୍ତି ପାଇବା ପରେ ହିଁ ପ୍ରାର୍ଥୀଙ୍କୁ ମାସିକ ୩୫୪୦୦ ରୁ ୧୧୨୪୦୦ ଟଙ୍କା ପର୍ଯ୍ୟନ୍ତ ଦରମା ଦିଆଯିବ ।

ଚୟନ ପ୍ରକ୍ରିୟା,ଜାଣନ୍ତୁ...

ପ୍ରକାଶ ଥାଉ ଯେ, ଶାରୀରିକ ଦକ୍ଷତା ପରୀକ୍ଷା (PET), ଶାରୀରିକ ମାନକ ପରୀକ୍ଷା (PST), ଲିଖିତ ପରୀକ୍ଷା, ଡକ୍ୟୁମେଣ୍ଟ ଯାଞ୍ଚ ଏବଂ ମେଡିକାଲ ପରୀକ୍ଷା (DME) ମାଧ୍ୟମରେ ପ୍ରାର୍ଥୀ ଚୟନ କରାଯିବ । ଏହା ବ୍ୟତୀତ, ନିଯୁକ୍ତି ସମ୍ବନ୍ଧୀୟ ଯେକୌଣସି ପ୍ରକାରର ସୂଚନା ଏହାର ବିଜ୍ଞପ୍ତିରୁ ଦେଖିବାକୁ ମିଳିବ । ନିମ୍ନରେ ଦିଆଯାଇଥିବା ଲିଙ୍କ୍‌ କରି ବିଜ୍ଞପ୍ତି ଦେଖନ୍ତି ।

JEE Main Results 2022: ପ୍ରକାଶ ପାଇଲା ପରୀକ୍ଷାଫଳ, ଏହିପରି ଚେକ୍ କରନ୍ତୁ ରେଜଲ୍ଟ

ମୌସୁମୀ ସକ୍ରିୟ, ଆହୁରି ୫ ଦିନ ଯାଏଁ ପ୍ରବଳ ବର୍ଷା

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments