ଆସନ୍ତାକାଲି ଅର୍ଥାତ 20 ଜୁଲାଇରେ ଆୟୋଜିତ ହେବାକୁ ଯାଉଛି ITOTY ଆଓ୍ବାର୍ଡ 2022 । Indian Tractor of the year Awards ର ଏହା ତୃତୀୟ ସଂସ୍କରଣ । ଅପରାହ୍ନ 4ଟାରେ ଦିଲ୍ଲୀର ପଲମନ ଏରୋସିଟି ହୋଟେଲରେ ହେବ ଏହି କାର୍ଯ୍ୟକ୍ରମ । ITOTY 2022 ପାଇଁ ଏକ୍ସକ୍ଲୁସିଭ୍ ଏଗ୍ରି ମିଡିଆ ପାର୍ଟନର ରହିଛି କୃଷି ଜାଗରଣ ।
ଟ୍ରାକ୍ଟର ଶିଳ୍ପ ବିଶେଷଜ୍ଞଙ୍କ ଦ୍ବାରା ITOTY ଟ୍ରାକ୍ଟର ପୁରସ୍କାର ଚୟନ କରାଯାଏ । ITOTY ଜୁରି ସଦସ୍ୟଙ୍କ ଦ୍ବାରା ଭୋଟ୍ ପ୍ରକ୍ରିୟାରେ ସବୁଠାରୁ ଯୋଗ୍ୟ ବିଜେତା ବଛାଯାଏ । ITOTY ବିଜେତାମାନେ ସେମାନଙ୍କର ଗୁଣାତ୍ମକ ଉତ୍ପାଦ ମାଧ୍ୟମରେ କୃଷକମାନଙ୍କୁ ସନ୍ତୁଷ୍ଟ କରିବାରେ ସେମାନଙ୍କର ଅସାଧାରଣ କାର୍ଯ୍ୟ ପାଇଁ ପୁରସ୍କାର ପାଇଥାନ୍ତି । 2021ରେ ସୋନାଲିକା ଟାଇଗର 55(Sonalika Tiger 55) ଏହି ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଥିଲା ।
ITOTY ଆଓ୍ବାର୍ଡ 2022 ପାଇଁ 8 ଜଣ ଜୁରୀ ସଦସ୍ୟ ରହିଛନ୍ତି । ଜୁରୀ ସଦସ୍ୟଙ୍କ ମଧ୍ୟରେ ଏଲ ପି ଗିତେ, ଅରିନ୍ଦମ ମୌଲିକ, ୟଶ ଜାଟ, ପିକେ ବର୍ମା, ହେମନ୍ତ ଯୋଶୀ, ଆଶିଷ ଭରଦ୍ବାଜ, ସିଆର ମେହେଟ୍ଟା ଓ ପଲ ରାଜ ସାମିଲ ରହିଛନ୍ତି ।
ଟ୍ରାକ୍ଟର ଜଙ୍କସନ(TractorJunction) ପକ୍ଷରୁ 2019ରେ ଦିଲ୍ଲୀରେ ITOTY (ଇଣ୍ଡିଆନ୍ ଟ୍ରାକ୍ଟର ଅଫ୍ ଦି ଇୟର) ଲଞ୍ଚ କରଯାଇଥିଲା। ଟ୍ରାକ୍ଟର ଜଙ୍କସନର ପ୍ରତିଷ୍ଠାତା ରଜତ ଗୁପ୍ତା ଏହି ଅଭିନବ ଚିନ୍ତାଧାରା ଆଣିଥିଲେ । ITOTY ପଛରେ ଥିବା ଧାରଣା ହେଉଛି ଟ୍ରାକ୍ଟର କମ୍ପାନୀଗୁଡିକର କଠିନ ପରିଶ୍ରମକୁ ଚିହ୍ନଟ କରିବା ।