1. କୃଷି ଖବର

ରଥ ଯା ଗଡି ଯା….

ରଥ ଯା ଗଡି ଯା….

KJ Staff
KJ Staff

ପବିତ୍ର ରଥଯାତ୍ରା ର ଅଭିନନ୍ଦନ
ଦିନ ୯:୩୦ ରେ ପହଣ୍ଡି ,୪ ଟା ରେ ରଥଟଣା
କଡା ସୁରକ୍ଷା ବଳୟରେ ସମଗ୍ର ପୁରୀ ସହର

ଶ୍ରୀକ୍ଷେତ୍ର ଆଜି ଚଳଚଞ୍ଚଳ |ଲାଗିଛି କାଳିଆ ର ଡୋରି |ଶ୍ରୀମନ୍ଦିର ସିଂହଦ୍ୱାର ରେ କାଳିଆ ଦର୍ଶନ ଲାଗି ଲାଗିଛି ଭକ୍ତ ଙ୍କ ଭିଡ |ନବଦିନ ବ୍ୟାପି ଘୋଷଯାତ୍ରା କରିବାକୁ ପ୍ରସ୍ତୁତ ହୋଇଛନ୍ତି ମହାପ୍ରଭୁ |ଜଳ ,ସ୍ଥଳ ଓ କାଶ ପଥରେ ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ତା ଅବଲମ୍ବନ କରାଯାଇଛି |ପରମ ବ୍ରହ୍ମ ଙ୍କ ଅପେକ୍ଷା ରେ ସରଧାବାଲି ଏବଂ ଆଡପମଣ୍ଡପ |

ଶ୍ରୀଜୀଉଙ୍କ ଉଦେଶ୍ୟ ରେ ରଥକୁ ଏବଂ ସିଂହଦ୍ୱାର କୁ ବେଶ ଆକର୍ଷଣୀୟ ଭାବେ ସଜା ଯାଇଛି |ଆଜି ସକାଳ ୭ ଟାରେ ମଙ୍ଗଳଆଳତି ପରେ ମଇଲମ ,ତଡପଲାଗି ,ରୋଷହୋମ ,ସୂର୍ଯ୍ୟପୂଜା ,ଦ୍ୱାରପାଳ ପୂଜା,ବେଶ ,ଗୋପାଳବଲ୍ଲଭ ଏବଂ ସକାଳଧୂପ ଶେଷ ହେଲା ପରେ ରଥ ପ୍ରତିଷ୍ଠା ହୋଇଥିଲା| ମଙ୍ଗଳାର୍ପଣ ପରେ ହାରାହାରି ଦିନ ୧୦ ରେ ପହଣ୍ଡି ଆରମ୍ଭ ହୋଇଥିଲା |ଖେଚୁଡ଼ି ଭୋଗ ଖାଇ ଭାଇ ଭଉଣୀ ଙ୍କସହ ରଥ ଯାତ୍ରା ରେ ବାହାରିଥିଲେ ମହାପ୍ରଭୁ |

ପହଣ୍ଡି ପରେ ମଦନମୋହନ ବିଜେ ଏବଂ ପରେ ରଥ ଉପରେ ତିନିଠାକୁରଙ୍କ ଚିତାଲାଗି କରାଯିବ ସହବେଶ ଅନୁଷ୍ଠିତ ହେବ|ଗଜପତି ମହାରାଜା ଦିନ ୨ ଟା ରୁ ୩ ଟା ପର୍ଯ୍ୟନ୍ତ ରଥ ଉପରେ ଛେରାପହଁରା କରିବେ |ଏହାପରେ ଚାରମାଳ ଫିଟାଯାଇ ଘୋଡା ଓ ସାରଥୀ ଲଗାଯିବ |ଅପରାହ୍ନ ୪ ଟା ସୁଦ୍ଧା ରଥ ଟଣା ଆରମ୍ଭ ହେବାର ଯୋଜନା ରହିଛି |
ପ୍ରାୟେ ୧୦ ଲକ୍ଷ ଭକ୍ତ ସମାବେଶ କୁ ଦୃଷ୍ଟି ରେ ରଖି ପ୍ରଶାସନ ପକ୍ଷରୁ ସମସ୍ତ ଆୟୋଜନ କରାଯାଇଛି |
ତେବେ ଏହି ପବିତ୍ର ଅବସରରେ କୃଷି ଜାଗରଣ ପରିବାର ତରଫରୁ ଆପଣଙ୍କୁ ରଥ ଯାତ୍ରା ର ହାର୍ଦିକ ଅଭିନନ୍ଦନ| ଜୟ ଜଗନ୍ନାଥ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments