1. କୃଷି ଖବର

ଆଶା ଅପେକ୍ଷାରେ ଝାରସୁଗୁଡ଼ାର ଆଖୁଚାଷୀ !!!

ଦିନକୁ ଦିନ ହଜି ହଜି ଯାଉଛି ଅସଲି ଗୁଡ଼ର ବାସ୍ନା l ଗୁଡ଼ରେ ତିଆରି ଉଖୁଡ଼ା ଆଉ ମୁଆଁ ଏବେ ଇତିହାସ ହୋଇଯିବ ବୋଧେ l କାରଣ ଏହାର ପ୍ରସ୍ତୁତି ବହୁ ପରିମାଣରେ ହ୍ରାସ ପାଇଛି l କିନ୍ତୁ ଝାରସୁଗୁଡ଼ା ଜିଲ୍ଲାର ଲୋଇସିଂ ଏବଂ ରାଜପୁର ପଞ୍ଚାୟତ, ଲକ୍ଷଣପୁର ବ୍ଲକର ମଛିଦା ପଞ୍ଚାୟତରେ ଅଧିକ ପରିମାଣର ଆଖୁଚାଷ କରାଯାଉଛି l କିନ୍ତୁ କ୍ଷୋଭର ବିଷୟ ହେଉଛି ଯେ, ଏହି ଅମଳ ଋତୁରେ ଏଠାକାର ଆଖୁ ଚାଷୀ ନିଜର ପରିଶ୍ରମର ଉପଯୁକ୍ତ ମୂଲ୍ୟ ପାଇପାରୁନି l ଆଖୁଚାଷୀ ମାନେ ପାରମ୍ପରିକ ଉପାୟରେ ଆଖୁରୁ ଗୁଡ଼ ପ୍ରସ୍ତୁତ କରି ବିକ୍ରି କରୁଛନ୍ତି l ଯାହା ଫଳରେ ଗୁଡ଼ର ମନରେ ତାରତମ୍ୟ ରହୁଛି ଏବଂ କମ ଦରରେ ବିକ୍ରି ହେଉଛି l କେତେକ ଆଖୁଚାଷୀ ଏହି ଅଭାବୀ ବିକ୍ରି ନିମନ୍ତେ ଆଖୁଚାଷରୁ ମୁହଁ ଫେରାଇବାକୁ ଆରମ୍ଭ କଲେଣି l ଏହାର ସମାଧାନ ନିମନ୍ତେ ଝାରସୁଗୁଡା ଜିଲ୍ଲାର କୃଷି ଅଧିକାରୀ ଶ୍ରୀଯୁକ୍ତ ବଲବୀର ସିଂଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି l

Sugyan Kumar Nayak
Sugyan Kumar Nayak
Jaggery Unit in Jharsuguda

ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ ଜିଲ୍ଲାର ସୀମାନ୍ତବର୍ତ୍ତୀ ଟେଙ୍ଗନାମାଲ ଗ୍ରାମର ପ୍ରାୟ ସମସ୍ତ ଅଧିବାସୀ ଆଖୁଚାଷ ସହିତ ଜଡ଼ିତ ଅଟନ୍ତି l  ଜନୈକ ଆଖୁଚାଷୀ କୁହନ୍ତି ଯେ, ଆଖୁ ଚାଷ କରି ସେଥିରୁ ଗୁଡ଼ ବାହାର କରିବାପାଇଁ ବହୁତ କଠିନ ପରିଶ୍ରମ କରିବାକୁ ପଡ଼େ ଏବଂ ଏଥି ନିମନ୍ତେ ବହୁତ ସମୟ ମଧ୍ୟ ଲାଗିଥାଏ l ସେ କୁହନ୍ତି, ଯେ ଆମର ଗୁଡ଼ରେ କୌଣସି ପ୍ରକାରର ରାସାୟନିକ ଅପମିଶ୍ରଣ ନାହିଁ l ଏତେ ପରିଶ୍ରମ କରି ମଧ୍ୟ ଆମକୁ ବଜାର ଦର ଅନୁସାରେ ଲାଭ ବହୁତ କମ ମିଳେ l ଆଖୁଚାଷୀମାନଙ୍କ ଗୁଡ଼ ବିକ୍ରି ନିମନ୍ତେ ବଜାର ବ୍ୟବସ୍ଥା ଏବଂ ଆଧୁନିକ ଆଖୁକଳ ସ୍ଥାପନ କରାଯାଇପାରିଲେ ଏଠାକାର ଆଖୁଚାଷୀମାନେ ଏହାର ସୁଫଳ ପାଇପାରିବେ ବୋଲି ଜନୈକ ଆଖୁଚାଷୀ କହିଛନ୍ତି l

ଜିଲ୍ଲା କୃଷି ଅଧିକାରୀ କହିଛନ୍ତି ଯେ, ଏହି ଅଞ୍ଚଳରେ କୌଣସି ଚିନି କଳ ନାହିଁ l ତେଣୁ ଆଖୁକୁ ଉପଯୁକ୍ତ ମୂଲ୍ୟରେ ବିକ୍ରି କରିବା ନିମନ୍ତେ ଆଖୁଚାଷୀମାନଙ୍କୁ ସମସ୍ୟାର ସାମ୍ନା କରିବାକୁ ହେଉଛି l କୃଷି ବିଭାଗ ତରଫରୁ ଏହି ଅଞ୍ଚଳରେ ଆଧୁନିକ ଆଖୁ କଳ ସ୍ଥାପନ କରିବାର ପ୍ରସ୍ତାବ ରହିଛି l ଯାହା ଦ୍ୱାରା କୃଷକମାନେ ଉଚ୍ଚ ଗୁଣବତ୍ତାଯୁକ୍ତ ଗୁଡ଼ ପ୍ରସ୍ତୁତ କରିବାକୁ ସକ୍ଷମ ହେବେ ଏବଂ ଭଲ ରୋଜଗାର କରିପାରିବେ l ଜିଲ୍ଲା କୃଷି ଅଧିକାରୀ ନିଜ ବିବୃତ୍ତିରେ କହିଛନ୍ତି ଯେ, ଡିଷ୍ଟ୍ରିକ୍ଟ ମିନେରାଲ ଫାଉଣ୍ଡେସନ (ଡିଏମଏଫ) ସହିତ ଯୋଗାଯୋଗ କରାଯାଇ ସେହି ପାଣ୍ଠିରୁ ଆଧୁନିକ ଆଖୁକଳ ସ୍ଥାପନ କରିବା ନିମନ୍ତେ ଅର୍ଥ ଅଣାଯିବ l ଏହା ଦ୍ୱାରା ଗୁଡ଼ର ମାନ ଉନ୍ନତ ରହିବା ସଙ୍ଗେ ସଙ୍ଗେ ଚାଷୀମାନେ ଲାଭବାନ ହୋଇପାରିବେ l ଏହା ସହିତ ଗୁଡ଼ର ଉତ୍ପାଦନ ମଧ୍ୟ ବୃଦ୍ଧି ପାଇବ l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments