News

JEE Main Results 2022: ପ୍ରକାଶ ପାଇଲା ପରୀକ୍ଷାଫଳ, ଏହିପରି ଚେକ୍ କରନ୍ତୁ ରେଜଲ୍ଟ

JEE ସେସନ୍-୧ ଜୁନ୍ ଫଳାଫଳ ପ୍ରକାଶିତ ହୋଇଛି । NTA ପକ୍ଷରୁ ସୋମବାର ଏହି ରେଜଲ୍ଟ ଆଉଟ କରାଯାଇଛି । ଫଳାଫଳ JEE Mainର ଅଫିସିଆଲ୍ ସାଇଟ jeemain.nta.nic.inରେ ଉପଲବ୍ଧ ହୋଇଛି ।

11 July, 2022 12:25 PM IST By: Sudesna Nayak

JEE ସେସନ୍-୧ ଜୁନ୍ ଫଳାଫଳ ପ୍ରକାଶିତ ହୋଇଛି । NTA ପକ୍ଷରୁ ସୋମବାର (MONDAY)ଏହି ରେଜଲ୍ଟ ଆଉଟ କରାଯାଇଛି । ଫଳାଫଳ JEE Mainର ଅଫିସିଆଲ୍ ସାଇଟ jeemain.nta.nic.inରେ ଉପଲବ୍ଧ ହୋଇଛି ।

ସୂଚନା ଅନୁଯାୟୀ, NTAର ଅଫିସିଆଲ୍ ସାଇଟ nta.ac.in ଓ ntaresults.nic.inରେ ମଧ୍ୟ ଉପଲବ୍ଧ ହେଉଛି ।

JEE ମେନ୍ ସେସନ୍ -୧ ଜୁନ୍ ପରୀକ୍ଷାଫଳ ଘୋଷଣା କରାଯାଇଛି । ପ୍ରାର୍ଥୀମାନେ ପରୀକ୍ଷାରେ ଦେଇଛନ୍ତି ସେମାନେ ସେମାନଙ୍କର ଫଳାଫଳକୁ JEE Main ର ଅଫିସିଆଲ୍ ୱେବସାଇଟ୍ jeemain.nta.nic.in ରେ ଓ NTA ଅଫିସିଆଲ୍ ୱେବସାଇଟ nta.ac.in ଓ ntaresults.nic.inରେ ହିଁ ଦେଖିପାରିବେ ।

କେମିତି ଡାଉନଲୋଡ କରିବେ JEE Main 2022 Scorecard?ଜାଣନ୍ତୁ...

-ଅଫିସିଆଲ୍ ୱେବସାଇଟ୍(Official Website) jeemain.nta.nic.in କିମ୍ବା ntaresults.nic.in ଭିଜିଟ୍ କରନ୍ତୁ ।
-ହୋମପେଜରେ 'JEE Main 2021 session 1 results' ଲିଙ୍କରେ ହିଁ କ୍ଲିକ୍ କରନ୍ତୁ ।
-ଆପଣଙ୍କର ଆପଲିକେସନ ନମ୍ବର, ଜନ୍ମ ତାରିଖ ଏବଂ ସେକ୍ୟୁରିଟି କୋଡ୍ ହିଁ ପ୍ରବେଶ କରନ୍ତୁ ।
-ସବିଶେଷ ତଥ୍ୟ ପୂରଣ କରିବା ପରେ 'submit' ବଟନ୍ ଉପରେ ହିଁ କ୍ଲିକ୍ କରନ୍ତୁ ।
-ଏବେ JEE Main ର ରେଜଲ୍ଟ ସ୍କ୍ରିନରେ ପ୍ରଦର୍ଶିତ ହେବ ।
-ସ୍କୋରକାର୍ଡ ଡାଉନଲୋଡ୍ କରନ୍ତୁ ଏବଂ ଭବିଷ୍ୟତରେ ବ୍ୟବହାର ପାଇଁ ଏକ ପ୍ରିଣ୍ଟଆଉଟ୍ ମଧ୍ଯ ନେଇ ରଖନ୍ତୁ ।

ଆବଶ୍ୟକ ଡକ୍ୟୁମେଣ୍ଟ,ଜାଣନ୍ତୁ...

JEE Mains ସେସନ୍ -୧ ଫଳାଫଳ ଚେକ୍ କରିବାକୁ ଜରୁରୀ ଆବଶ୍ୟକୀୟ ଡକ୍ୟୁମେଣ୍ଟ ପ୍ରସ୍ତୁତ ରଖିବା ନିହାତି ହିଁ ଆବଶ୍ୟକ । ପ୍ରାର୍ଥୀମାନଙ୍କୁ ସେମାନଙ୍କର JEE ମେନ୍ ଆଡମିଟ୍ କାର୍ଡ ପ୍ରସ୍ତୁତ ରଖିବାକୁ ପରାମର୍ଶ ଦିଆଯାଇଛି । ମାର୍କ ସିଟ୍ ଡାଉନଲୋଡ୍ କରିବାକୁ ହିଁ ସେମାନଙ୍କୁ ସେମାନଙ୍କର ରୋଲ୍ ନମ୍ବର / ଆପ୍ଲିକେସନ୍ ନମ୍ବର ହିଁ ବ୍ୟବହାର କରିବାକୁ ପଡିବ ।

ପ୍ରକାଶ ଥାଉ କି, JEE Main ସେସନ୍ -୧ ପରୀକ୍ଷା ଚଳିତ ବର୍ଷ ଜୁନ୍ ୨୩, ୨୪, ୨୫, ୨୬, ୨୭, ୨୮ ଏବଂ ୨୯ରେ ଆୟୋଜିତ କରାଯାଇଥିଲା ।

ରେଲୱେ ଦେଉଛି ବମ୍ପର ନୁଯୁକ୍ତି; ଦଶମ ପାସ୍ କରିଥିଲେ କରନ୍ତୁ ଆବେଦନ

ଏହି ଯୋଜନାରେ ୧ଲକ୍ଷ ଲୋକଙ୍କୁ ମିଳିବ ରୋଜଗାର,ଜାଣନ୍ତୁ କିପରି?

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)