1. କୃଷି ଖବର

ରେଲୱେ ଦେଉଛି ବମ୍ପର ନୁଯୁକ୍ତି; ଦଶମ ପାସ୍ କରିଥିଲେ କରନ୍ତୁ ଆବେଦନ

ଭାରତୀୟ ରେଳବାଇରେ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଯୁବକମାନଙ୍କ ପାଇଁ ଏକ ଖୁସି ଖବର ଅଛି । ଉତ୍ତର କେନ୍ଦ୍ରୀୟ ରେଳବାଇ (North Central Railway) ଦ୍ୱାରା ନିଯୁକ୍ତି ଦିଆଯାଉଛି ।

Sudesna Nayak
Sudesna Nayak
job north central railway hiring apprentice posts 10th and iti pass youth should apply

job north central railway hiring apprentice posts 10th and iti pass youth should apply

ଭାରତୀୟ ରେଳବାଇରେ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଯୁବକମାନଙ୍କ ପାଇଁ ଏକ ଖୁସି ଖବର (GOOD NEWS) ଅଛି । ଉତ୍ତର କେନ୍ଦ୍ରୀୟ ରେଳବାଇ (North Central Railway) ଦ୍ୱାରା ନିଯୁକ୍ତି ଦିଆଯାଉଛି ।

ସୂଚନା ଅନୁଯାୟୀ, ଏହି ନିଯୁକ୍ତି ମାଧ୍ୟମରେ ସମୁଦାୟ ୧୬୫୯ ପଦବୀ ପୂରଣ ହେବ । ଯେଉଁ ପ୍ରାର୍ଥୀମାନେ RRC NCR ର ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି, ସେମାନେ ସରକାରୀ ୱେବସାଇଟ୍ rrcpryj.org ଭିଜିଟ କରି ଆବେଦନ କରିପାରିବେ । ଏହି ପୋଷ୍ଟଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ୦୨ ଜୁଲାଇ ୨୦୨୨ ରୁ ଆରମ୍ଭ ହୋଇଛି ଓ ଏହି ପୋଷ୍ଟଗୁଡିକ ପାଇଁ ଆବେଦନ କରିବାର ଶେଷ ତାରିଖ ୧ ଅଗଷ୍ଟ ୨୦୨୨ ରହିଛି ।

ଗୁରୁତ୍ୱପୂର୍ଣ୍ଣ ତାରିଖ,ଜାଣନ୍ତୁ...

-ଆବେଦନ ଆରମ୍ଭ ତାରିଖ: ୦୨ ଜୁଲାଇ ୨୦୨୨
-ଆବେଦନ କରିବାର ଶେଷ ତାରିଖ: ୦୧ ଅଗଷ୍ଟ ୨୦୨୨

ଶିକ୍ଷାଗତ ଯୋଗ୍ୟତା,ଜାଣନ୍ତୁ...

ଏହି ପଦବୀଗୁଡିକ ପାଇଁ ଆବେଦନ କରିବାକୁ, ପ୍ରାର୍ଥୀ ନିଶ୍ଚିତ ଭାବରେ ୧୦ + ୨ ଢାଞ୍ଚାରେ ଏକ ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ଦଶମ କିମ୍ବା ସମାନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ । ଏଥିସହ, ସେ ଭାରତ ସରକାରଙ୍କ NCVT କିମ୍ବା SCVT ରୁ ପ୍ରଯୁଜ୍ୟ ଟ୍ରେଡ଼ରେ ITI କରିଥିବା ଉଚିତ୍ ।

କିପରି କରିବେ ଆବେଦନ,ଜାଣନ୍ତୁ...

ଏହି ପୋଷ୍ଟଗୁଡିକରେ ଚୟନ ଯୋଗ୍ୟତା ଆଧାରରେ ହେବ । ଉଭୟ ମାଟ୍ରିକ୍ ଓ ଆଇଟିଆଇର ମାର୍କକୁ ସମାନ ୱେଟେଜ ଦିଆଯିବ, ଯାହା ଆଧାରରେ ମେରିଟ୍ ଲିଷ୍ଟ ପ୍ରସ୍ତୁତ ହେବ । ଏହି ପୋଷ୍ଟଗୁଡିକ ପାଇଁ ଆବେଦନ ଶୁଳ୍କ ୧୦୦ ଟଙ୍କା । ସଂରକ୍ଷିତ ବର୍ଗ, ମହିଳା ପ୍ରାର୍ଥୀ ଓ PWD ପ୍ରାର୍ଥୀଙ୍କ ପାଇଁ କୌଣସି ଶୁଳ୍କ ନାହିଁ । ରେଳବାଇରେ ଖାଲିଥିବା ଏହି ପଦବୀ ପାଇଁ ଆବେଦନ କରିବାକୁ ଏହାର ଅଫିସିଆଲ୍ ୱେବସାଇଟ୍ rrcpryj.org କୁ ଭିଜିଟ୍ କରନ୍ତୁ ।

ଖାଲିଥିବା ପଦବୀ ବିବରଣୀ,ଜାଣନ୍ତୁ...

୧୬୫୯ ଆପ୍ରେଣ୍ଟିସ୍ ପୋଷ୍ଟ ପାଇଁ ରେଳବାଇ ବମ୍ପର ନିଯୁକ୍ତି ଦେବାକୁ ବିଜ୍ଞପ୍ତି ଜାରି କରିଛି ।

ବୟସ ସୀମା,ଜାଣନ୍ତୁ...

ପ୍ରକାଶ ଥାଉ ଯେ, ଆବେଦନ କରିବାକୁ ସର୍ବନିମ୍ନ ଆବଶ୍ୟକ ବୟସ ୧୫ ବର୍ଷ ଓ ସର୍ବାଧିକ ବୟସ ସୀମା ୨୪ ବର୍ଷ ରଖାଯାଇଛି । ବୟସ ଗଣନା ପାଇଁ ଆଧାର ୧ ମେ' ୨୦୨୨ ଭାବରେ ରଖାଯାଇଛି । ସଂରକ୍ଷିତ ବର୍ଗରେ, ଓବିସି ବର୍ଗ ପ୍ରାର୍ଥୀଙ୍କ ପାଇଁ ୩ ବର୍ଷ ଓ ଉଚ୍ଚ ବୟସ ସୀମା ମଧ୍ୟରେ ଏସସି ଓ ଏସଟି ପ୍ରାର୍ଥୀଙ୍କ ପାଇଁ ୫ ବର୍ଷ ଆରାମ ରହିଛି ।

Job:ପୂର୍ବତଟ ରେଳବାଇରେ ନିଯୁକ୍ତି, ଖାଲିପଡିଛି ୭୫୬ଟି ପଦବୀ

ASO ପାଇଁ ଖାଲି ପଡିଛି ୭୯୬ ପୋଷ୍ଟ୍‌, ଜଲଦୀ କରନ୍ତୁ ଆବେଦନ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments