1. କୃଷି ଖବର

Job:ପୂର୍ବତଟ ରେଳବାଇରେ ନିଯୁକ୍ତି, ଖାଲିପଡିଛି ୭୫୬ଟି ପଦବୀ

ଆପଣ ରେଳବାଇ ବିଭାଗରେ ଚାକିରି କରିବାକୁ ଚାହୁଁଛନ୍ତି କି ? ପୂର୍ବତଟ ରେଳବାଇ ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । ପୂର୍ବତଟ ରେଳବାଇରେ ଆପ୍ରେଣ୍ଟିସ ପଦବୀ ପାଇଁ ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀମାନେ ଆବେଦନ କରିପାରିବେ ।

Sudesna Nayak
Sudesna Nayak
jobs east coast railway recruitment

jobs east coast railway recruitment

ଆପଣ ରେଳବାଇ ବିଭାଗରେ ଚାକିରି କରିବାକୁ ଚାହୁଁଛନ୍ତି କି ? ପୂର୍ବତଟ ରେଳବାଇ ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । ପୂର୍ବତଟ ରେଳବାଇରେ ଆପ୍ରେଣ୍ଟିସ ପଦବୀ ପାଇଁ ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀମାନେ ଆବେଦନ କରିପାରିବେ ।

ବେକାର ଯୁବକ ଓ ଯୁବତୀଙ୍କ ପାଇଁ ଖୁସି ଖବର । ପୂର୍ବତଟ ରେଳବାଇରେ ଖାଲିପଡିଛି ୭୫୬ଟି ପଦବୀ । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀମାନେ ଭୁବନେଶ୍ୱର ରେଲୱେ ରିକ୍ରୁମେଣ୍ଟ୍ ସେଲ୍, ଅଫିସିଆଲ୍ ସାଇଟ୍ rrcbbs.org.in ମାଧ୍ୟମରେ ଆବେଦନ କରିପାରିବେ । ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ ହିଁ ଖାଲିଥିବା ଆବେଦନ କରିବାର ଶେଷ ତାରିଖ 2022 ମାର୍ଚ୍ଚ 7 ପର୍ଯ୍ୟନ୍ତ ରହିଛି ।

ପଦବୀ ପାଇଁ ବୟସ ଓ ଶିକ୍ଷାଗତ ଯୋଗ୍ୟତା,ଜାଣନ୍ତୁ...

ଏହି ପଦବୀ ପାଇଁ ଆବେଦନ କରିବାକୁ ଥିବା ପ୍ରାର୍ଥୀ 10ମ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବେ ଓ ଏହା ସହ ତାଙ୍କର କୌଣସି ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ସର୍ବନିମ୍ନ 50 ପ୍ରତିଶତ ମାର୍କ ସହିତ NCVT / SCVT ଦ୍ଵାରା ସାର୍ଟିଫିକେଟ ଇସୁ ହୋଇଥିବା ଦରକାର । ଆପ୍ରେଣ୍ଟିସ୍ ପଦବୀ ପାଇଁ ଆବେଦନ କରିବାକୁ ପ୍ରାର୍ଥୀଙ୍କ ବୟସ ସୀମା 15 ରୁ 24 ବର୍ଷ ମଧ୍ୟରେ ।

ପଦବୀ ଚୟନ,ଜାଣନ୍ତୁ...

ମେରିଟ୍ ତାଲିକା ଆଧାରରେ ଏହି ପଦବୀଗୁଡ଼ିକରେ ପ୍ରାର୍ଥୀ ଚୟନ କରାଯିବ ।

ମେଟ୍ରିକରେ ହାରାହାରି ସର୍ବନିମ୍ନ 50 ପ୍ରତିଶତ (ଏଗ୍ରିଗେଟ୍) ମାର୍କ ଏବଂ ITI ମାର୍କ ନେଇ ମେରିଟ୍ ଲିଷ୍ଟ ତିଆରି କରାଯିବା ।

ପ୍ରଥମେ ସର୍ଟଲିଷ୍ଟ କରାଯାଇଥିବା କ୍ୟାଣ୍ଡିଡେଟଙ୍କ ଡକ୍ୟୁମେଣ୍ଟ / ସାର୍ଟିଫିକେଟ୍ ଯାଞ୍ଚ କରାଯାଇ ତାଙ୍କୁ ସାକ୍ଷାତକାର ପାଇଁ ଡକାଯିବ ।

ପ୍ରାର୍ଥୀଙ୍କୁ ଆବେଦନ-ଫି ପାଇଁ କେବଳ ୧୦୦ ଟଙ୍କା ଦେବାକୁ ପଡିବ ।

ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ଆବେଦନ କରିପାରିବେ ।

ତେବେ ଆବେଦନ କରିବା ପୂର୍ବରୁ ପ୍ରାର୍ଥୀମାନେ ଅଫିସିଆଲ୍ ପେଜରୁ ନୋଟିଫିକେସନ ପଢ଼ିବା ଦରକାର ।

ASO ପାଇଁ ଖାଲି ପଡିଛି ୭୯୬ ପୋଷ୍ଟ୍‌, ଜଲଦୀ କରନ୍ତୁ ଆବେଦନ

+2 ପାସ୍ କରିଥିଲେ Oil Indiaରେ କରନ୍ତୁ ଚାକିରି, ଶୀଘ୍ର କରନ୍ତୁ ଆବେଦନ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments