News

ଟ୍ରାଫିକ୍ ସବ୍-ଇନ୍ସପେକ୍ଟର ପାଇଁ ପଦବୀ ଖାଲି ; ଶୀଘ୍ର ଆବେଦନ କରନ୍ତୁ

ଓଡ଼ିଶା ଷ୍ଟାଫ୍ ସିଲେକ୍‌ସନ୍‌ କମିଶନ (ଓଏସ୍ଏସ୍‌ସି) ରାଜ୍ୟ ପରିବହନ ପ୍ରାଧିକରଣ (STA) ଅଧୀନରେ ପ୍ରାରମ୍ଭିକ ନିଯୁକ୍ତିଦାତା ଭାବେ ସବ୍-ଇନ୍ସପେକ୍ଟର (ଟ୍ରାଫିକ୍) ପଦବୀରେ ନିଯୁକ୍ତି ପାଇଁ ପ୍ରାର୍ଥୀମାନଙ୍କ ଚୟନ ପାଇଁ ଏକ ବିଜ୍ଞାପନ ପ୍ରକାଶ କରିଛି ।

09 March, 2022 10:58 AM IST By: Sudesna Nayak

ଓଡ଼ିଶା ଷ୍ଟାଫ୍ ସିଲେକ୍‌ସନ୍‌ କମିଶନ (ଓଏସ୍ଏସ୍‌ସି) ରାଜ୍ୟ ପରିବହନ ପ୍ରାଧିକରଣ (STA) ଅଧୀନରେ ପ୍ରାରମ୍ଭିକ ନିଯୁକ୍ତିଦାତା ଭାବେ ସବ୍-ଇନ୍ସପେକ୍ଟର (ଟ୍ରାଫିକ୍) ପଦବୀରେ ନିଯୁକ୍ତି ପାଇଁ ପ୍ରାର୍ଥୀମାନଙ୍କ ଚୟନ ପାଇଁ ଏକ ବିଜ୍ଞାପନ ପ୍ରକାଶ କରିଛି ।

ସୂଚନା ଅନୁୟାୟୀ, ଅନ୍‌ଲାଇନ୍ ପଞ୍ଜୀକରଣ, ପରୀକ୍ଷା ଫି ଦେୟ ଏବଂ ସବ୍ ଇନ୍ସପେକ୍ଟର (ଟ୍ରାଫିକ୍) ର ନଅଟି ପଦବୀ ପୂରଣ ପାଇଁ ଆବେଦନ ଦାଖଲ ଆଜିଠାରୁ ଆରମ୍ଭ ହୋଇଛି । ଅନ୍‌ଲାଇନ୍ ଆବେଦନ ଦାଖଲ କରିବାର ଶେଷ ତାରିଖ 2022 ଏପ୍ରିଲ୍ 20 ରହିଛି ।

ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା,ଜାଣନ୍ତୁ...

କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ପ୍ରତିଷ୍ଠାନରୁ ସ୍ନାତକ ଡିଗ୍ରୀ ହାସଲ ସହିତ ଓଡିଆ ଭାଷା(Odia language) ରଖି ମାଧ୍ୟମିକ ବିଦ୍ୟାଳୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବେ କିମ୍ବା HSC ପରୀକ୍ଷାରେ କିମ୍ବା ମାଧ୍ୟମିକ ପରୀକ୍ଷା ଭାବରେ ଓଡିଆ ଭାଷା (Odia language)ରଖି ଉତ୍ତୀର୍ଣ୍ଣ ହୋଇଥିବେ ।

ବୟସ,ଜାଣନ୍ତୁ...

01-01-2021 ସୁଦ୍ଧା ସର୍ବନିମ୍ନ ବୟସ 21ବର୍ଷ ଏବଂ ସର୍ବାଧିକ ବୟସ 38 ହୋଇଥିବ ।

ଦରମା,ଜାଣନ୍ତୁ...

ନିଯୁକ୍ତିର ପ୍ରାରମ୍ଭରେ ପ୍ରଥମ ବର୍ଷରେ ମାସିକ ଦରମା ୨୫,୩୦୦ ଥିବାବେଳେ ଓଡ଼ିଶା ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଏହି ଦରମା ସଂଶୋଧିତ ହେବ ।

କିପରି ଆବେଦନ କରିବେ,ଜାଣନ୍ତୁ...

ଆଶାୟୀମାନଙ୍କୁ ଆୟୋଗର ଅଫିସିଆଲ୍ ୱେବସାଇଟ୍ www.ossc.gov.in ବ୍ୟବହାର କରି ଅନ୍‌ଲାଇନ୍‌ରେ ହିଁ ଆବେଦନ କରିବାକୁ ପଡିବ ।

ପରୀକ୍ଷା ଦେୟ,ଜାଣନ୍ତୁ...

ଏସସି / ଏସଟି ବର୍ଗ ବ୍ୟତୀତ ଅନ୍ୟ ପ୍ରାର୍ଥୀମାନଙ୍କୁ ୨୦୦ ଟଙ୍କା ଦେବାକୁ ପଡିବ । ଅନ୍‌ଲାଇନ୍ ଆବେଦନ ଫର୍ମ ସହିତ ଲିଙ୍କ୍ ହୋଇଥିବା ଇଣ୍ଟର୍‌ନେଟ୍ ବ୍ୟାଙ୍କିଙ୍ଗ୍ / ଡେବିଟ୍ କାର୍ଡ / କ୍ରେଡିଟ୍ କାର୍ଡ / ୟୁପିଆଇ / ଅନ୍ୟାନ୍ୟ ଉପଲବ୍ଧ ପେମେଣ୍ଟ ପଦ୍ଧତି ବ୍ୟବହାର କରି ଏହି ଫି କେବଳ ଅନ୍‌ଲାଇନ୍ ମୋଡ୍‌ରେ ହିଁ ଜମା କରାଯାଇପାରିବ ।

ଚୟନ ପ୍ରକ୍ରିୟା,ଜାଣନ୍ତୁ...

-ପ୍ରଥମ ପର୍ଯ୍ୟାୟ - ଲିଖିତ ପରୀକ୍ଷା କରାଯିବ

-ଦ୍ୱିତୀୟ ପର୍ଯ୍ୟାୟ - ଫିଜିକାଲ୍ ଷ୍ଟାଣ୍ଡାର୍ଡ ମେଜରମେଣ୍ଟ୍ ଏବଂ ଫିଜିକାଲ ଟେଷ୍ଟ କରାଯିବ

-ତୃତୀୟ ପର୍ଯ୍ୟାୟ - ସାର୍ଟିଫିକେଟ୍ ଯାଞ୍ଚ ଏବଂ ଭାଇଭା ଭୋସ ଟେଷ୍ଟ୍‌ କରାଯିବ

୧୦ମ ପାସ୍‌ କରିଥିଲେ ବ୍ୟାଙ୍କରେ ଚାକିରି, ଶୀଘ୍ର କରନ୍ତୁ ଆବେଦନ

BSNLରେ ଚାକିରି ସୁଯୋଗ, ଯୁବକ ଓ ଯୁବତୀ ଜଲଦୀ କରନ୍ତୁ ଆବେଦନ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)