News

ISROରେ ଚାକିରି; ଶୀଘ୍ର କରନ୍ତୁ ଆବେଦନ

ଚାକିରି ଖୋଜୁଥିବା ଯୁବକଙ୍କ ପାଇଁ ଆସିଲା ଖୁସି ଖବର । ISRO ଅଧୀନରେ ଥିବା ନ୍ୟାସ୍‌ନାଲ୍‌ ରିମୋଟ୍‌ ସେନ୍ସିଂ ସେଣ୍ଟର JRF, RA ଏବଂ ରିସର୍ଚ୍ଚ ସାଇଣ୍ଟିଷ୍ଟ ପଦବୀରେ ନିଯୁକ୍ତି ସୁଯୋଗ ।

25 April, 2022 12:46 PM IST By: Sudesna Nayak

ଚାକିରି ଖୋଜୁଥିବା ଯୁବକଙ୍କ ପାଇଁ ଆସିଲା ଖୁସି ଖବର (GOOD NEWS)। ISRO ଅଧୀନରେ ଥିବା ନ୍ୟାସ୍‌ନାଲ୍‌ ରିମୋଟ୍‌ ସେନ୍ସିଂ ସେଣ୍ଟର JRF, RA ଏବଂ ରିସର୍ଚ୍ଚ ସାଇଣ୍ଟିଷ୍ଟ ପଦବୀରେ ନିଯୁକ୍ତି ସୁଯୋଗ ।

ସୂଚନା ଅନୁଯାୟୀ, ଯୁବକମାନଙ୍କ ପାଇଁ ଏକ ଖୁସି ଖବର । ଭାରତୀୟ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ (ISRO) ଅଧୀନରେ ଥିବା ନ୍ୟାସ୍‌ନାଲ୍‌ ରିମୋଟ୍‌ ସେନ୍ସିଂ ସେଣ୍ଟର JRF, RA ଏବଂ ରିସର୍ଚ୍ଚ ସାଇଣ୍ଟିଷ୍ଟ ପଦବୀରେ ନିଯୁକ୍ତି ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ ଆବେଦନକୁ ଆମନ୍ତ୍ରଣ କରିଛି । ଏହି ନିଯୁକ୍ତି ମାଧ୍ୟମରେ ସଂଗଠନରେ ମୋଟ ୫୫ଟି ପଦବୀ ପୂରଣ ହେବ । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ମେ ୮, ୨୦୨୨ ଭିତରେ ଅଫିସିଆଲ୍ ୱେବ୍‌ସାଇଟ୍ nrsc.gov.in ପରିଦର୍ଶନ କରି ଏହି ପଦ ପାଇଁ ଆବେଦନ କରିପାରିବେ ।

ଶିକ୍ଷାଗତ ଯୋଗ୍ୟତା,ଜାଣନ୍ତୁ...

ଜୁନିଅର ରିସର୍ଚ୍ଚ ଫେଲୋ (JRF)

ଏହି ପଦବୀ ପାଇଁ ଆବେଦନ କରିବାକୁ ପ୍ରାର୍ଥୀମାଙ୍କ ପାଖରେ ରିମୋଟ୍‌ ସେନ୍ସିଂ , ଜିଆଇଏସ୍ , ରିମୋଟ୍‌ ସେନ୍ସିଂ ଓ ଜିଆଇଏସ୍ / ଜିଇନ୍‌ଫର୍ମମେଟିକ୍ସ / ଜିଓମାଟିକ୍ସ / ଜିଓସ୍ପେସିଆଲ୍ ଟେକ୍ନୋଲୋଜି / ସ୍ଥାନିକ ସୂଚନା ପ୍ରଯୁକ୍ତିବିଦ୍ୟାରେ ଏମ୍‌ଇ / ଏମ୍‌ଟେକ୍, ସିଭିଲ୍ ଇଞ୍ଜିନିୟରିଂରେ ବିଇ/ବିଟେକ୍ ବା କୃଷିରେ ଏମ୍‌ଏସ୍‌ପି ଥିବା ହିଁ ନିହାତି ଦରକାର ।

ରିସର୍ଚ୍ଚ ସାଇଣ୍ଟିଷ୍ଟ୍,ଜାଣନ୍ତୁ...

ଏହି ପଦବୀ ପାଇଁ ଆବେଦନ କରିବାକୁ ପ୍ରାର୍ଥୀଙ୍କ ପାଖରେ ରିମୋଟ୍‌ ସେନ୍ସିଂ / ଜିଆଇଏସ୍ / ରିମୋଟ୍‌ ସେନ୍ସିଂ ଏବଂ ଜିଆଇଏସ୍ / ଜିଓ ଇନ୍‌ଫର୍ଅ୍‌ମେଟିକ୍ସ / ଜିଓମାଟିକ୍ସ / ଜିଓସସ୍ପେସିଆଲ୍ ଟେକ୍ନୋଲୋଜି / ସ୍ଥାନିକ ସୂଚନା ପ୍ରଯୁକ୍ତିବିଦ୍ୟାରେ ଏମ୍‌ଇ / ଏମ୍‌ଟେକ୍ ରହିବା ଉଚିତ ।

ରିସର୍ଚ୍ଚ ଆସୋସିଏଟ୍ (RA)

ଏହି ପଦବୀ ପାଇଁ ଆବେଦନ କରିବାକୁ, ବଟାନି, ଇକୋଲୋଜି, ବନବିଭାଗ, ପରିବେଶ ବିଜ୍ଞାନ କିମ୍ବା ବନ୍ୟଜନ୍ତୁ ଜୀବ ବିଜ୍ଞାନରେ PhD ସହିତ ପ୍ରାସଙ୍ଗିକ ବିଭାଗରେ MSc ଏବଂ B.Sc ରହିବା ନିହାତି ଆବଶ୍ୟକ ।

ବୟସ ସୀମା,ଜାଣନ୍ତୁ...

ରିସର୍ଚ୍ଚ ସାଇଣ୍ଟିଷ୍ଟ୍ / ରିସର୍ଚ୍ଚ ଆସୋସିଏଟ୍

ସାଧାରଣ, EWS- ୩୫ ବର୍ଷ
OBC- ୩୮ ବର୍ଷ
SC, ST: ୪୦ ବର୍ଷ
ଜୁନିଅର ରିସର୍ଚ୍ଚ ଫେଲୋ

ସାଧାରଣ, EWS- ୨୮ ବର୍ଷ
OBC- ୩୧ ବର୍ଷ
SC, ST: ୩୩ ବର୍ଷ

ଚୟନ ପ୍ରକ୍ରିୟା,ଜାଣନ୍ତୁ...

ପ୍ରାର୍ଥୀମାନଙ୍କୁ ସର୍ଟଲିଷ୍ଟ କରିବା ପାଇଁ NRSC କମ୍ପ୍ୟୁଟର ଆଧାରିତ ପରୀକ୍ଷା (CBT) ହେବ । ଏହା କେବଳ ପ୍ରାର୍ଥୀଙ୍କ ସ୍କ୍ରିନିଂ ଏବଂ ସର୍ଟଲିଷ୍ଟିଂ ଉଦ୍ଦେଶ୍ୟରେ ହେବ । ତେବେ CBTରେ ପ୍ରାପ୍ତ ମାର୍କଗୁଡିକ ଚୂଡ଼ାନ୍ତ ଚୟନ ପ୍ରକ୍ରିୟାରେ ଗଣାଯିବ ନାହିଁ । ସାକ୍ଷାତକାର ଆଧାରରେ ପ୍ରାର୍ଥୀମାନଙ୍କର ଅନ୍ତିମ ଚୟନ କରାଯିବ । ମନୋନୀତ ପ୍ରାର୍ଥୀମାନେ NRSC- ଭୁ କେନ୍ଦ୍ର, ଶାଦନଗର କ୍ୟାମ୍ପସ୍, ରଙ୍ଗାରେଡ୍ଡୀ, ତେଲେଙ୍ଗାନା କିମ୍ବା, ବାଲାନଗର ହାଇଦ୍ରାବାଦରେ ନିଯୁକ୍ତି ହେବେ ।

ଆବେଦନ ପ୍ରକ୍ରିୟା,ଜାଣନ୍ତୁ...

ପ୍ରକାଶ ଥାଉ ଯେ, ଆବେଦନ କରିବାକୁ ପ୍ରାର୍ଥୀମାନଙ୍କୁ ପ୍ରଥମେ ISRO ର ଅଫିସିଆଲ୍ ୱେବସାଇଟ୍, nrsc.gov.in ପରିଦର୍ଶନ ହିଁ କରନ୍ତୁ ।
-ହୋମ୍‌ପେଜରେ ସଂପୃକ୍ତ ପୋଷ୍ଟ୍‌ ସହିତ ଜଡିତ ଲିଙ୍କ୍‌ରେ ହିଁ କ୍ଲିକ୍ କରନ୍ତୁ ।
-ବର୍ତ୍ତମାନ ପଞ୍ଜୀକରଣ ପ୍ରକ୍ରିୟା ପୂରଣ କରିବା ପରେ ଆବେଦନ ଫର୍ମ ହିଁ ପୂରଣ କରନ୍ତୁ ।
-ସମସ୍ତ ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ ।
-ଭବିଷ୍ୟତରେ ଦରକାର ପାଇଁ ଆବେଦନ ଫର୍ମର ଏକ ପ୍ରିଣ୍ଟଆଉଟ୍ ହିଁ ନିଅନ୍ତୁ ।

ଓଡ଼ିଶା ପୋଲିସରେ ନିଯୁକ୍ତି ସୁଯୋଗ,ଜଲଦୀ କରନ୍ତୁ ଆବେଦନ

ସରକାରୀ ଚାକିରି ଖୋଜୁଛନ୍ତି କି; ଶୀଘ୍ର କରନ୍ତୁ ଆବେଦନ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)