News

2030 ସୁଦ୍ଧା ବିଶ୍ବରେ ହେବ ସମ୍ପୂର୍ଣ୍ଣ ସ୍ବୟଂଚାଳିତ କୃଷି ! John Deere କରୁଛି ଯୋଜନା

ଜନ ଡିୟର ଧିରେ ଧିରେ 2030 ସୁଦ୍ଧା ସମ୍ପୂର୍ଣ୍ଣ ସ୍ୱୟଂଶାସିତ ଚାଷର ପରିକଳ୍ପନା କରିବାକୁ ଯାଉଛି ।

03 October, 2022 3:06 PM IST By: Shuvanshu Kar

ନୂଆ ଜ୍ଞାନ କୌଶଳ ଓ ପ୍ରଯୁକ୍ତିବିଦ୍ୟା ସହିତ ଦିନକୁ ଦିନ ସ୍ମାର୍ଟ ହେଉଛି କୃଷି କ୍ଷେତ୍ର । ଆଉ ସେ ସମୟର ହଳ ଲଙ୍ଗଳ ଦେଖିବାକୁ ମିଳୁନାହିଁ । ପ୍ରାୟତଃ କୃଷି କାର୍ଯ୍ୟ ଯନ୍ତ୍ର ଦ୍ବାରା ହେଉଛି । ଜନ ଡିୟର(John Deere) ସହିତ ଭାରତର ଯଦିଓ କମ ଲୋକ ଜଡିତ ଅଛନ୍ତି, ତଥାପି ଜାଣି ରଖନ୍ତୁ ଯେ କ୍ଷେତରେ ହଳ କରିବା ପାଇଁ, ଟ୍ରାକ୍ଟର ପଛରେ ଥିବା ଭାରୀ ଲୁହା ଏହି କମ୍ପାନୀ ଦ୍ୱାରା 1837 ମସିହାରେ ନିର୍ମିତ ହୋଇଥିଲା । ତେବେ ଜନ ଡିୟର(John Deere) ଧିରେ ଧିରେ 2030 ସୁଦ୍ଧା ସମ୍ପୂର୍ଣ୍ଣ ସ୍ୱୟଂଶାସିତ ଚାଷର ପରିକଳ୍ପନା କରିବାକୁ ଯାଉଛି ।

ସବୁଜ ଏବଂ ହଳଦିଆ ଟ୍ରାକ୍ଟର, ବୁଲଡୋଜର ପାଇଁ ଜଣାଶୁଣା ଡିୟର ଆଣ୍ଡ କୋ ପ୍ରାୟ ଦୁଇ ଦଶନ୍ଧି ଧରି ଟେକ୍ନୋଲୋଜି ଓ ରୋବୋଟିକ୍ସରେ ବିନିଯୋଗ କରିଛି । ନିକଟରେ କମ୍ପାନୀ ନୂଆ ସ୍ବୟଂଚାଳିତ ଟ୍ରାକ୍ଟର 8R ଉପରୁ ପରଦା ହଟାଇଛି । ଏଥିରେ 6ଟି କ୍ୟାମାରା ଲାଗିଛି । ଏହା ଜରିଆରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବ୍ୟବହାର କରି ଏହି ଟ୍ରାକ୍ଟର ନିଜେ ପାରିପାର୍ଶ୍ବିକ ବାତାବରଣକୁ ଅନୁମାନ କରି ଆଗକୁ ବଢିପାରିବ ।

ଏହି ସମୟରେ ଯଦି ଚାଷୀ ଆବଶ୍ୟକତା ଅନୁଭବ କରନ୍ତି, ତେବେ ସେ ସ୍ୱୟଂଶାସିତ ଟ୍ରାକ୍ଟରକୁ ମଧ୍ୟ ନିର୍ଦ୍ଦେଶ ଦେଇପାରିବେ । କୌତୁହଳର ବିଷୟ ଏହା ଯେ ସ୍ମାର୍ଟ ଫୋନ୍ ମାଧ୍ୟମରେ ଯେକୌଣସି ସ୍ଥାନରୁ ଏହି ଟ୍ରାକ୍ଟରକୁ ନିର୍ଦ୍ଦେଶ ଦିଆଯାଇପାରିବ ।

କୃଷି କ୍ଷେତ୍ରରେ ସ୍ବୟଂଚାଳିତ ଯନ୍ତ୍ରର ବ୍ୟବହାର ଏକ ପ୍ରମୁଖ ବୈପ୍ଳବିକ ତଥା ବୋଲି ବିବେଚନା କରାଯାଏ । ଏଭଳି ସ୍ଥିତିରେ କୁହାଯାଇପାରେ ଯେ ଆଗାମୀ ଏକ ଦଶନ୍ଧି ମଧ୍ୟରେ ଟେସଲା ଏବଂ ସିଲିକନ୍ ଭ୍ୟାଲି ଟେକ୍ନୋଲୋଜିକୁ ପଛରେ ପକାଇ ଜନ୍ ଡିୟର ବିଶ୍ୱର ଅଗ୍ରଣୀ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ରୋବୋଟିକ୍ସ କମ୍ପାନୀ ହୋଇପାରିବ ବୋଲି ଅନୁମାନ କରାଯାଇପାରେ ।

ଦମଦାର ଫିଚର ସହ ବଜାରକୁ ଆସୁଛି ଜନ୍ ଡିରେ 5050 ଡି ଟ୍ରାକ୍ଟର

ITOTY ଆଓ୍ବାର୍ଡ 2022: ଜାଣନ୍ତୁ କେଉଁ ଟ୍ରାକ୍ଟର ହେଲା ସର୍ବଶ୍ରେଷ୍ଠ ବିଜେତା

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)