1. କୃଷି ଖବର

ମୌସୁମୀ ଏବଂ କୃଷି ସମ୍ପର୍କୀୟ ତଥ୍ୟ ବା ଖବର ଜାଣିବା ପାଇଁ ଯୋଡି ହୁଅନ୍ତୁ ହେଲୋ ଆପ ରେ କୃଷି ଜାଗରଣ ସହ

ସାରା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ ପରିବେଶଗତ ପରିବର୍ତନ ମଧ୍ୟରେ ଭାରତ ଏକ ଜଟିଳ ସମୟ ମଧ୍ୟରେ ଗତି କରୁଛି। ଏଭଳି କଠିନ ସମୟରେ ମଧ୍ୟ କୃଷକମାନେ ନିଜ କ୍ଷେତରେ ଅକ୍ଲାନ୍ତ ପରିଶ୍ରମ କରି ଦେଶବାସୀଙ୍କୁ ଖାଦ୍ୟ ଯୋଗାଇବା ପାଇଁ ଲାଗି ପଡିଛନ୍ତି। ସେଥିପାଇଁ ଚଳତବର୍ଷର ମୌସୁମୀ ବେଶ୍ ଗୁରୁତ୍ୱପୂର୍ଣ୍ଣ।

KJ Staff
KJ Staff

ସାରା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ ପରିବେଶଗତ ପରିବର୍ତନ ମଧ୍ୟରେ ଭାରତ ଏକ ଜଟିଳ ସମୟ ମଧ୍ୟରେ ଗତି କରୁଛି। ଏଭଳି କଠିନ ସମୟରେ ମଧ୍ୟ କୃଷକମାନେ ନିଜ କ୍ଷେତରେ ଅକ୍ଲାନ୍ତ ପରିଶ୍ରମ କରି ଦେଶବାସୀଙ୍କୁ ଖାଦ୍ୟ ଯୋଗାଇବା ପାଇଁ ଲାଗି ପଡିଛନ୍ତି। ସେଥିପାଇଁ ଚଳତବର୍ଷର ମୌସୁମୀ ବେଶ୍ ଗୁରୁତ୍ୱପୂର୍ଣ୍ଣ। ମୌସୁମୀ ସମୟରେ କ୍ଷେତଗୁଡିକ ଜଳସେଚିତ ହୁଏ, ଶୁଷ୍କ ଦିନଗୁଡିକରେ କ୍ଷେତକୁ ପାଣି ଯୋଗାଉଥିବା ଜଳଭଣ୍ଡାରଗୁଡିକ ଏହି ସମୟରେ ପୁରି ଉଠେ। ମୌସୁମୀ ଜୁନ୍ ରୁ ସେପ୍ଟେମ୍ବର ମାସ ମଧ୍ୟରେ ଆସେ, ଯାହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟ। କୃଷି ଜାଗରଣ ଓ ହେଲୋ ଆପ୍ ତରଫରୁ #ମୌସୁମୀ 2020 ଅଭିଯାନ ଆରମ୍ଭ କରାଯାଇଛି, ଯାହାର ଉଦ୍ଦେଶ୍ୟ ରହିଛି- କୃଷି, କୃଷକ, ମୌସୁମୀ ତଥା କୃଷି ସଂପର୍କିତ ଭିଡିଓ ଓ ପୋଷ୍ଟ ସେୟାର କରିବା ଲାଗି ୟୁଜର୍ସମାନଙ୍କୁ ପ୍ରୋତ୍ସାହିତ କରିବା। ଚାଷୀଙ୍କ ସମସ୍ୟାଙ୍କୁ ଉଜାଗର କରିବା ସେମାନଙ୍କୁ ଉନ୍ନତ ଚାଷ ପାଇଁ ସହାୟତା ଏବଂ ଟିପ୍ସ ପ୍ରଦାନ କରିବା ମଧ୍ୟ ଏହି ଅଭିଯାନର ଅନ୍ୟତମ ଉଦ୍ଦେଶ୍ୟ।

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments