News

ଦେଶର ୪୯ତମ ପ୍ରଧାନ ବିଚାରପତି ନିଯୁକ୍ତ ହେଲେ ଜଷ୍ଟିସ ଉଦୟ ଉମେଶ ଲଳିତ

ଭାରତୀୟ ସମ୍ବିଧାନର ଧାରା ୧୨୪ ଉପଧାରା(୨) ଅଧିନରେ କ୍ଷମତାପ୍ରାପ୍ତ ରାଷ୍ଟ୍ରପତି ସୁପ୍ରିମକୋର୍ଟ ବିଚାରପତି ଉଦୟ ଉମେଶ ଲଳିତଙ୍କୁ ଭାରତର ପ୍ରଧାନ ବିଚାରପତି ଭାବେ ନିଯୁକ୍ତ ଦେଇଛନ୍ତି । ଆସନ୍ତା ଅଗଷ୍ଟ ୨୭ରେ ସେ ଭାରତର ୪୯ତମ ପ୍ରଧାନ ବିଚାରପତି ଭାବେ କାର୍ଯ୍ୟଭାର ଗ୍ରହଣ କରିବେ ।

11 August, 2022 2:27 PM IST By: Shuvanshu Kar

ଦେଶର ୪୯ତମ ପ୍ରଧାନ ବିଚାରପତି ହେବାକୁଯାଉଛନ୍ତି ଜଷ୍ଟିସ ଉଦୟ ଉମେଶ ଲଳିତ(Justice Uday Umesh Lalit) । ୟୁୟୁ ଲଳିତ(UU Lalit)ଙ୍କୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି(Chief Justice of India) ଭାବେ ନିଯୁକ୍ତ କରାଯାଇଛି । ଭାରତୀୟ ସମ୍ବିଧାନର ଧାରା ୧୨୪ ଉପଧାରା(୨) ଅଧିନରେ କ୍ଷମତାପ୍ରାପ୍ତ ରାଷ୍ଟ୍ରପତି ସୁପ୍ରିମକୋର୍ଟ ବିଚାରପତି ଉଦୟ ଉମେଶ ଲଳିତଙ୍କୁ ଭାରତର ପ୍ରଧାନ ବିଚାରପତି ଭାବେ ନିଯୁକ୍ତ ଦେଇଛନ୍ତି । ଆସନ୍ତା ଅଗଷ୍ଟ ୨୭ରେ ସେ ଭାରତର ୪୯ତମ ପ୍ରଧାନ ବିଚାରପତି(Chief Justice of India) ଭାବେ କାର୍ଯ୍ୟଭାର ଗ୍ରହଣ କରିବେ ।

ଜଷ୍ଟିସ ଉଦୟ ଉମେଶ ଲଳିତ ଅଗଷ୍ଟ ୨ଠ୧୪ରେ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ । ସିଧାସଳଖ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଆସନ ଅଳଙ୍କୃତ କରିବାରେ ଜଷ୍ଟିସ ଏସ୍ ଏମ୍ ସିକ୍ରୀଙ୍କ ପରେ ସେ ହେବେ ଦ୍ୱିତୀୟ ପ୍ରଧାନ ବିଚାରପତି । ଜଷ୍ଟିସ ଏସ୍ ଏମ୍ ସିକ୍ରୀ ୧୯୭୧ ମସିହାରେ ଦେଶର ୧୩ତମ ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ତୁଲାଇଥିଲେ । ଲଳିତ ଦୁଇଥର ସୁପ୍ରିମକୋର୍ଟ ଆଇନ ସେବା କମିଟିର ସଦସ୍ୟ ଭାବେ କାର୍ଯ୍ୟ କରିଛନ୍ତି ।

ଜଷ୍ଟିସ ୟୁ ୟୁ ଲଳିତ ଅନେକ ଉଲ୍ଲେଖନୀୟ ରାୟ ଶୁଣାଇଛନ୍ତି । ନଭେମ୍ବର ୯, ୧୯୫୭ରେ ମହାରାଷ୍ଟ୍ରର ସୋଲାପୁରରେ ଜନ୍ମିତ ଜଷ୍ଟିସ ଲଳିତ ଜୁନ ୧୯୮୩ ମସିହାରେ ମହାରାଷ୍ଟ୍ର ଓ ଗୋଆର ବାର କାଉନସିଲରେ ଆଡଭୋକେଟ ଭାବେ ପଞ୍ଜୀକୃତ ହୋଇଥିଲେ । ୧୯୮୫ ମସିହା ଡିସେମ୍ବର ପର୍ଯ୍ୟନ୍ତ ବମ୍ବେ ଉଚ୍ଚ ନ୍ୟାୟାଳୟରେ ଓକିଲାତି କରିବା ପରେ ଜାନୁଆରୀ ୧୯୮୬ରେ ସେ ତାଙ୍କ ଆଇନ ପେଶା ଦିଲ୍ଲୀ ସ୍ଥାନାନ୍ତରିତ କରିଥିଲେ ।


ସେ ଅକ୍ଟୋବର ୧୯୮୬ରୁ ୧୯୯୨ ପର୍ଯ୍ୟନ୍ତ ଶ୍ରୀ ସୋଲିଜେ ସୋରାବଜୀଙ୍କ ଚାମ୍ବରରେ କାର୍ଯ୍ୟ କରିଥିଲେ । ସୋରାବଜୀ ଦେଶର ମହା ଅଧିବକ୍ତା ଥିବା ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ଆଇନଜୀବୀ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ ।

୧୯୯୨ରୁ ୨ଠଠ୨ ମସିହା ପର୍ଯ୍ୟନ୍ତ ସେ ବିଧିବଦ୍ଧ ଭାବେ ଆଇନ ବ୍ୟବସାୟ କରିବା ସହ ୨ଠଠ୪ ମସିହା ଏପ୍ରିଲ ମାସରେ ସୁପ୍ରିମକୋର୍ଟଙ୍କ ବରିଷ୍ଠ ଆଇନଜୀବୀ ମାନ୍ୟତା ହାସଲ କରିଥିଲେ । ସେ ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲା ଯେପରିକି ଜଙ୍ଗଲ ବିଷୟ, ଯାନବାହନ ପ୍ରଦୂଷଣ, ଯମୁନା ନଦୀ ପ୍ରଦୂଷଣ ଇତ୍ୟାଦି ବିଷୟରେ କୋର୍ଟ ମିତ୍ର ଭାବେ ମଧ୍ୟ ନିଯୁକ୍ତ ହୋଇଥିଲେ । ସମସ୍ତ ୨-ଜି ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁସାରେ ସିବିଆଇର ସ୍ୱତନ୍ତ୍ର ପବ୍ଲିକ ପ୍ରସିକିଉଟର ଭାବେ ମଧ୍ୟ ନିଯୁକ୍ତ ହୋଇଥିଲେ ।

ଜଷ୍ଟିସ ୟୁୟୁ ଲଳିତ ହେବେ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ! ନାଁ ସୁପାରିଶ କଲେ CJI ରମଣା

ଭାରତରେ ବଢିବ ଚିତା ସଂଖ୍ୟା, ଏମିତି ଚାଲିଛି ରଣନୀତି

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)