1. କୃଷି ଖବର

ଭାରତରେ ବଢିବ ଚିତା ସଂଖ୍ୟା, ଏମିତି ଚାଲିଛି ରଣନୀତି

ବିଲୁପ୍ତ ହୋଇ ଯାଉଥିବା ଏକ ମାତ୍ର ବୃହତ୍ ମାଂସାଶୀ ପ୍ରାଣୀ, ଚିତାର ପୁନରୁଦ୍ଧାର କରିବା ପାଇଁ ଯୋଜନା କରିଛି ଭାରତ ।

Shuvanshu Kar
Shuvanshu Kar
Action Plan to increase of  Cheetah population in India

Action Plan to increase of Cheetah population in India

ବିଶ୍ବରେ କମି କମି ଚାଲିଛି ବାଘଙ୍କ ସଂଖ୍ୟା(tiger population) । ବାଘମାନଙ୍କ ସଂଖ୍ୟା ହ୍ରାସ ପର୍ଯ୍ୟବରଣ ସୁରକ୍ଷା ଉପରେ ପ୍ରଶ୍ନ ଚିହ୍ନ ଉଠାଉଛି । ଏହାରି ମଧ୍ୟରେ ବିଲୁପ୍ତ ହୋଇ ଯାଉଥିବା ଏକ ମାତ୍ର ବୃହତ୍ ମାଂସାଶୀ ପ୍ରାଣୀ, ଚିତା(Cheetah)ର ପୁନରୁଦ୍ଧାର କରିବା ପାଇଁ ଯୋଜନା କରିଛି ଭାରତ ।

ଭାରତରେ କାର୍ଯ୍ୟକ୍ଷମ ଚିତା ଭୂସ୍ଥାନିକ ସଂଖ୍ୟା ଗଣନା (ମେଟାପପୁଲେସନ୍‌) ପ୍ରତିଷ୍ଠା କରାଯାଇଛି । ଏହା ଚିତାକୁ ଏକ ଶୀର୍ଷ ସ୍ତରର ଶିକାରୀ ଜନ୍ତୁ ଭାବରେ ଏହାର କାର୍ଯ୍ୟ ସମ୍ପାଦନ କରିବାର ସୁଯୋଗ ପ୍ରଦାନ କରିଥାଏ ଏବଂ ଚିତାକୁ ଏହାର ଐତିହାସିକ ସୀମା ଭିତରେ ବିସ୍ତାର ପାଇଁ ସ୍ଥାନ ପ୍ରଦାନ କରେ । ଏହା ଦ୍ବାରା ଚିତାର ବିଶ୍ୱ ସ୍ତରୀୟ ସଂରକ୍ଷଣ ପ୍ରୟାସରେ ଅବଦାନ ରହିଛି ।

ଐତିହାସିକ ସୀମା ଭିତରେ ନିରାପଦ ବାସସ୍ଥାନରେ ପ୍ରଜନନ କରାଇ ଚିତାର ଜନସଂଖ୍ୟାକୁ ପ୍ରତିଷ୍ଠା କରାଇବା ଏବଂ ସେମାନଙ୍କୁ ଏକ ଭୂସ୍ଥାନିକ ସାଂଖ୍ୟିକ ଗଣନୀୟ (ମେଟାପପୁଲେସନ୍‌) ଜୀବ ଭାବରେ ପରିଚାଳନା କରିବା ଏହି ପ୍ରକଳ୍ପର ଉଦ୍ଦେଶ୍ୟ । ଫଳରେ ଖୋଲା ଜଙ୍ଗଲ ଏବଂ ସାଭାନା ପ୍ରଣାଳୀର ପୁନରୁଦ୍ଧାର ପାଇଁ ସମ୍ବଳ ସଂଗ୍ରହ କରିବା ନିମନ୍ତେ ଚିତାକୁ ଏକ ପ୍ରମୁଖ ଏବଂ ଛତା / ଛାମୁଆ (ଅମ୍ବ୍ରେଲା) ପ୍ରଜାତି ଭାବରେ ବ୍ୟବହାର କରିବ । ଏହା ଏହି ଜୈବ ବବିଧତା ଏବଂ ପାରିବେଶିକ ବ୍ୟବସ୍ଥା ପାଇଁ ଲାଭଦାୟକ ହେବ।

ଚିତା ସଂରକ୍ଷଣ ଅଞ୍ଚଳଗୁଡ଼ିକରେ ପାରିବେଶିକ ବ୍ୟବସ୍ଥାର ପୁନରୁଦ୍ଧାର କାର୍ଯ୍ୟକଳାପ ଗୁଡ଼ିକ ଜରିଆରେ ଅଙ୍ଗାରକକୁ ପୃଥକ୍ କରିବା ନିମନ୍ତେ ଭାରତର ସାମର୍ଥ୍ୟ ବୃଦ୍ଧି କରିବ । ଏହା ଦ୍ବାରା ବୈଶ୍ୱିକ ଜଳବାୟୁ ପରିବର୍ତନର ବିଲୋପ ସାଧନ ଜନିତ ଲକ୍ଷ୍ୟଗୁଡ଼ିକ ପ୍ରତି ଅବଦାନ ରଖିବ । ସ୍ଥାନୀୟ ସମ୍ପ୍ରଦାୟମାନଙ୍କର ଜୀବିକାର୍ଜନକୁ ବୃଦ୍ଧି କରିବା ନିମନ୍ତେ ପାରିବେଶିକ-ବିକାଶ ଏବଂ ପାରିବେଶିକ- ପର୍ଯ୍ୟଟନ ପାଇଁ ଆସନ୍ନ ସୁଯୋଗର ବ୍ୟବହାର ହେବ ।

ଚିତା ସଂରକ୍ଷଣ ଅଞ୍ଚଳ ମଧ୍ୟରେ ଚିତା କିମ୍ବା ଅନ୍ୟାନ୍ୟ ବନ୍ୟ ଜନ୍ତୁଙ୍କ ଦ୍ୱାରା ସ୍ଥାନୀୟ ସମ୍ପ୍ରଦାୟଙ୍କ ସହିତ ଯେ କୌଣସି ପ୍ରକାରର ଦ୍ୱନ୍ଦ୍ୱକୁ ପରିଚାଳନା କରିବା ପାଇଁ ତତ୍କାଳ ଭିତିରେ କ୍ଷତିପୂରଣ ପ୍ରଦାନ କରିବ । ସଚେତନତା ସୃଷ୍ଟି କରିବା ଏବଂ ସମ୍ପ୍ରଦାୟର ସହଯୋଗକୁ ହାସଲ କରିବା ପାଇଁ ପରିଚାଳନା କାର୍ଯ୍ୟ ମାଧ୍ୟମରେ ଏସବୁ କାର୍ଯ୍ୟ କରିବା ପ୍ରକଳ୍ପର ଲକ୍ଷ ରହିଛି ।

ଗତ ତିନି ବର୍ଷରେ ଭାରତ ହରାଇଛି 329 ବାଘ

ପୁଣି ଫେରିବେ ଚିତା, ଭାରତ-ନମ୍ବିଆ ମଧ୍ୟରେ ହେଲା ଚୁକ୍ତି

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments