1. କୃଷି ଖବର

ଦେଶର 49 ତମ ପ୍ରଧାନ ବିଚାରପତି ରୂପେ ଶପଥ ନେଲେ ଜଷ୍ଟିସ ୟୁୟୁ ଲଳିତ

ଦେଶର 49 ତମ ପ୍ରଧାନ ବିଚାରପତି ରୂପେ ଶପଥ ଗ୍ରହଣ କରିଛନ୍ତି ଜଷ୍ଟିସ ଉଦୟ ଉମେଶ ଲଳିତ ।

Shuvanshu Kar
Shuvanshu Kar
Justice UU Lalit sworn in as 49th Chief Justice of India

Justice UU Lalit sworn in as 49th Chief Justice of India

ଦେଶର 49 ତମ ପ୍ରଧାନ ବିଚାରପତି(Chief Justice of India) ରୂପେ ଶପଥ ଗ୍ରହଣ କରିଛନ୍ତି ଜଷ୍ଟିସ ଉଦୟ ଉମେଶ ଲଳିତ(Justice UU Lalit) । CJI ଏନ.ଭି ରମଣାଙ୍କ ଅବସର ପରେ ଜଷ୍ଟିସ ୟୁୟୁ ଲଳିତ ଭାରତର ପରବର୍ତ୍ତୀ ପ୍ରଧାନ ବିଚାରପତି ହୋଇଛନ୍ତି ।

ଜଷ୍ଟିସ ୟୁୟୁ ଲଳିତ ଦ୍ୱିତୀୟ CJI ହେବାର ରେକର୍ଡ କରିଛନ୍ତି ଯିଏ ସୁପ୍ରିମକୋର୍ଟର ବିଚାରପତି ହେବା ପୂର୍ବରୁ ହାଇକୋର୍ଟରେ ବିଚାରପତି ନଥିଲେ। ତାଙ୍କ ପୂର୍ବରୁ, 1971 ମସିହାରେ ଜଷ୍ଟିସ ଏସଏମ ସିକ୍ରିଙ୍କୁ ସିଧାସଳଖ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି କରାଯାଇଥିଲା। ତେବେ ପ୍ରଧାନ ବିଚାରପତି ପଦରେ ରହିବାକୁ ଜଷ୍ଟିସ୍ ୟୁୟୁ ଲଲିତଙ୍କ ଯାତ୍ରା ବେଶୀ ଦିନ ହେବ ନାହିଁ। ସେ ଅଗଷ୍ଟ 27 ରେ ପ୍ରଧାନ ବିଚାରପତି ଦାୟିତ୍ୱ ଗ୍ରହଣ କରିବା ପରେ ନଭେମ୍ବର 8ରେ ଅବସର ନେବେ।

ନଭେମ୍ବର ୯, ୧୯୫୭ରେ ମହାରାଷ୍ଟ୍ରର ସୋଲାପୁରରେ ଜନ୍ମିତ ଜଷ୍ଟିସ ଲଳିତ ଜୁନ ୧୯୮୩ ମସିହାରେ ମହାରାଷ୍ଟ୍ର ଓ ଗୋଆର ବାର କାଉନସିଲରେ ଆଡଭୋକେଟ ଭାବେ ପଞ୍ଜୀକୃତ ହୋଇଥିଲେ । ୧୯୮୫ ମସିହା ଡିସେମ୍ବର ପର୍ଯ୍ୟନ୍ତ ବମ୍ବେ ଉଚ୍ଚ ନ୍ୟାୟାଳୟରେ ଓକିଲାତି କରିବା ପରେ ଜାନୁଆରୀ ୧୯୮୬ରେ ସେ ତାଙ୍କ ଆଇନ ପେଶା ଦିଲ୍ଲୀ ସ୍ଥାନାନ୍ତରିତ କରିଥିଲେ ।

୧୯୯୨ରୁ ୨ଠଠ୨ ମସିହା ପର୍ଯ୍ୟନ୍ତ ସେ ବିଧିବଦ୍ଧ ଭାବେ ଆଇନ ବ୍ୟବସାୟ କରିବା ସହ ୨ଠଠ୪ ମସିହା ଏପ୍ରିଲ ମାସରେ ସୁପ୍ରିମକୋର୍ଟଙ୍କ ବରିଷ୍ଠ ଆଇନଜୀବୀ ମାନ୍ୟତା ହାସଲ କରିଥିଲେ । ସେ ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲା ଯେପରିକି ଜଙ୍ଗଲ ବିଷୟ, ଯାନବାହନ ପ୍ରଦୂଷଣ, ଯମୁନା ନଦୀ ପ୍ରଦୂଷଣ ଇତ୍ୟାଦି ବିଷୟରେ କୋର୍ଟ ମିତ୍ର ଭାବେ ମଧ୍ୟ ନିଯୁକ୍ତ ହୋଇଥିଲେ । ସମସ୍ତ ୨-ଜି ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁସାରେ ସିବିଆଇର ସ୍ୱତନ୍ତ୍ର ପବ୍ଲିକ ପ୍ରସିକିଉଟର ଭାବେ ମଧ୍ୟ ନିଯୁକ୍ତ ହୋଇଥିଲେ ।

ଜଷ୍ଟିସ ୟୁ ୟୁ ଲଳିତ ଅନେକ ଉଲ୍ଲେଖନୀୟ ରାୟ ଶୁଣାଇଛନ୍ତି । ସୁପ୍ରିମକୋର୍ଟରେ କାର୍ଯ୍ୟକାଳ ମଧ୍ୟରେ ଜଷ୍ଟିସ୍ ଲଳିତ ଅନେକ ପ୍ରମୁଖ ନିଷ୍ପତ୍ତି ଗ୍ରହଣ କରିଥିବା ଖଣ୍ଡପୀଠରେ ସାମିଲ ରହିଛନ୍ତି । 22 ଅଗଷ୍ଟ 2017ରେ, ସେ ଜଣେ ପାଞ୍ଚ ଜଣିଆ ଖଣ୍ଡପୀଠର ସଦସ୍ୟ ଥିଲେ ଯାହାକି ତିନ ତଲାକ ପ୍ରଥା ଉପରେ ରୋକ ଲଗାଇବା ନେଇ ରାୟ ଶୁଣାଇଥିଲେ ।

ଜଷ୍ଟିସ ୟୁୟୁ ଲଳିତ ହେବେ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ! ନାଁ ସୁପାରିଶ କଲେ CJI ରମଣା

ଦେଶର ୪୯ତମ ପ୍ରଧାନ ବିଚାରପତି ନିଯୁକ୍ତ ହେଲେ ଜଷ୍ଟିସ ଉଦୟ ଉମେଶ ଲଳିତ

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments